• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ପରେ ପରେ ବଦଳିଲେ ଓଡ଼ିଶାର ବିଜେପି ପ୍ରଭାରୀ । ଡି. ପୁରନ୍ଦେଶ୍ୱରୀଙ୍କ ବଦଳରେ ସୁନୀଲ ବଂଶଲଙ୍କୁ ଓଡ଼ିଶା ପାଇଁ ପ୍ରଭାରୀ ନିଯୁକ୍ତ କରିଛି ବିଜେପି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ସୁନୀଲ ବଂଶଲଙ୍କୁ ଏହି ଦାୟିତ୍ୱ ଦେଇଥିବା ଏକ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂହ । ଓଡ଼ିଶା ସହିତ ପଶ୍ଚିମବଙ୍ଗ ଓ ତେଲେଙ୍ଗାନାର ପ୍ରଭାରୀ ଦାୟିତ୍ୱ ସମ୍ଭାଳିବେ ସୁନୀଲ ବଂଶଲ ।

କିଛି ଦିନ ତଳେ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଓଡ଼ିଶାର କର୍ମକର୍ତ୍ତାମାନେ ଠିକ୍‌ଭାବେ ହୋମ୍ଓ୍ୱାର୍କ କରୁନଥିବା କହି ଅସନ୍ତୋଷ ପ୍ରକାଶ କରିଥିଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା । ଦଳ ପରିଶ୍ରମ କଲେ ୨୦୨୪ରେ କ୍ଷମତାକୁ ଫେରି ପାରିବ ବୋଲି ସେ କହିଥିଲେ । ଏହା ପରେ ଓଡ଼ିଶାର ପ୍ରଭାରୀକୁ ବଦଳାଇଛି ବିଜେପି ।

 

 

ସୂଚନା ଥାଇକି, ସେ ୨୦୧୪ ଲୋକସଭା ନିର୍ବାଚନରେ ୟୁପିର କୋ-ଇନ୍‌ଚାର୍ଜ ରହିଥିଲେ । ଏହି ସମୟରେ ବିଜେପି ଏଠାରେ ୮୦ଟି ସିଟ୍ ମଧ୍ୟରୁ ୭୩ଟି ସିଟ୍ ଜିତି ରେକର୍ଡ ସୃଷ୍ଟି କରିଥିଲା । ଯାହା ପରେ ତାଙ୍କୁ ୟୁପି ବିଜେପିର ଗୁରୁଦାୟିତ୍ୱ ଦିଆଯାଇଥିଲା । ଏହା ପରେ ସେ ୨୦୧୭-୧୯ ଏବଂ ୨୦୨୨ ଉତ୍ତରପ୍ରଦେଶର ବିଧାନସଭା ଓ ଲୋକସଭା ନିର୍ବାଚନରେ ବିଜେପି ପାଇଁ ଭଲ କାମ କରି ଚର୍ଚ୍ଚାକୁ କୁ ଆସିଥିଲେ ।