ଦଳ କନ୍ଦଳ ବଖାଣିଲେ । ମୁନାଙ୍କୁ ଟାର୍ଗେଟ୍ କଲେ । ଖାଲି ମୁନାଙ୍କୁ ନୁହେଁ ଦେବାଶିଷଙ୍କୁ ବି କଲେ ଆଟାକ୍ । ଆଉ ସସ୍ମିତଙ୍କୁ ଦେଲେ କ୍ଲିନଚିଟ୍ । ୱାକଫ୍ ବିଲ୍ କଥା ଉଠାଇ ସଭାପତି ନବୀନଙ୍କୁ ପଛ କରିଲେ, ପାଣ୍ଡିଆନ୍ଙ୍କୁ ଆଗ କରିଦେଲେ ସାଂସଦ ସୁଲତା । ୱାକଫ୍ ବିଲକୁ ନେଇ ବିଜେଡି ଉଠୁଥିବା ପଡ଼ୁଥିବାବେଳେ ତାତିଛନ୍ତି ବିଜେଡି କର୍ମୀ । ପାଣ୍ଡିଆନ୍ ହଟାଅ ବିଜେଡି ବଞ୍ଚାଅ ନାରା ମଧ୍ୟ ଦେଉଛନ୍ତି । ହେଲେ ଏହି ସମୟରେ ବିଜେଡି ରାଜ୍ୟସଭା ସାଂସଦ ସୁଲତା ଦେଓଙ୍କ ସୋସିଆଲ୍ ମିଡ଼ିଆରେ ପୋଷ୍ଟ କରି ସସ୍ମିତଙ୍କ ସମର୍ଥନରେ ବାହାରିଛନ୍ତି ସୁଲତା । ମୁନ୍ନା ଓ ଦେବାଶିଷଙ୍କୁ ଟାର୍ଗେଟ୍ କରିଛନ୍ତି । ଏମିତିକି ଓଡ଼ିଶାର ଗଣମାଧ୍ୟମ ଉପରେ ଦୋଷ ଲଦିବାକୁ ପଛାଇ ନାହାନ୍ତି ସୁଲତା ।
ଏପଟେ ବିଜେଡିର ସାଂସଦ ହିସାବରେ ୱାକଫ୍ ବିଲ୍ର ବିରୋଧରେ ସଂସଦ ଭିତରେ ଗର୍ଜିଥିଲେ ମୁନା ଖାନ୍ । ଯଦିଓ ୱାକଫ୍ ବିଲକୁ ନେଇ ବିଜେଡି ବିବାଦ ୮ ଦିନ ବିତିଥିଲେ ବି ସୁଲତା ମୁହଁ ଖୋଲିନଥିଲେ। ଏବେ ସୋସିଆଲ୍ ମିଡ଼ିଆରେ ପୋଷ୍ଟ କରି ଦଳ ଭିତରେ ତାଙ୍କର ସ୍ଥିତିକୁ ଜାହିର କରିଛନ୍ତି । ସଂସଦରେ ମୁନାଙ୍କ ଫଁ ଆଉ ସୋସିଆଲ ମିଡିଆରେ ସୁଲତାଙ୍କ ନିରବ ଝଡ଼ ବିଜେଡି କନ୍ଦଳକୁ ଆହୁରି ସ୍ପଷ୍ଟ କରିଛି ।
Also Read
ଅଧିକ ପଢ଼ନ୍ତୁ: ରାଜନୈତିକ ହିଂସାକୁ ନେଇ ସରଗରମ ଯାଜପୁର, ପୂର୍ବତନ ବିଧାୟକଙ୍କ ଗାଡ଼ି ଉପରେ ଆକ୍ରମଣ
ତେବେ ଏଠି ପ୍ରଶ୍ନ ଉଠୁଛି, ୮ ଦିନ ହେଲା କାହିଁକି ଚୁପ୍ ଥିଲେ ସୋସିଆଲ୍ ମିଡିଆ ସାଂସଦ ? କିଏ ଚୁପ୍ ରହିବାକୁ କରିଥିଲା ବାଧ୍ୟ ? କୁହାଳିଆ ସାଂସଦଙ୍କ ପାଟି କାହିଁକି ବନ୍ଦ ଥିଲା ? ଏ ପଛରେ ନାହିଁ ତ ବଡ଼ ଷଡ଼ଯନ୍ତ୍ର ? ହଠାତ୍ ୮ ଦିନ ପରେ ଏମିତି ପୋଷ୍ଟ କରି କ’ଣ ପ୍ରମାଣ କରିବାକୁ ଚାହୁଁଛନ୍ତି ସୁଲତା ?
ସଂସଦରେ ମୁନାଙ୍କ ଗରମାଗରମ ବୟାନର ମାତ୍ର କେଇଟା ଘଣ୍ଟା ପରେ ସସ୍ମିତ୍ ଟ୍ୱିଟ୍ କରି ପାଣି ଢ଼ାଳି ଦେଇଥିଲେ । ଆଉ ତା’ ପରେ ଜଣକ ପରେ ଜଣେ ବିଜେଡି ନେତାଙ୍କ ଆସିଥିଲା ପ୍ରତିବାଦର ସ୍ୱର । ସେତେବେଳେ ସାଂସଦମାନେ ଏନେଇ ସ୍ପଷ୍ଟ ପ୍ରତିକ୍ରିୟା ରଖୁନଥିବାବେଳେ ଏବେ କିନ୍ତୁ ଧୀରେ ଧୀରେ କଥା ସାମ୍ନାକୁ ଆସୁଛି । ଏବଂ ସୋସିଆଲ୍ ମିଡ଼ିଆରେ ପୋଷ୍ଟ କରି ନବୀନଙ୍କ କହିବା କଥାକୁ ସ୍ପଷ୍ଟ କରିଛନ୍ତି ସୁଲତା । ହେଲେ ଏହି କଥାକୁ ନା ନବୀନ ଗଣମାଧ୍ୟମ ଆଗରେ କହିଛନ୍ତି, ନା ସସ୍ମିତ ସ୍ପଷ୍ଟ କରିଛନ୍ତି । ବିଳମ୍ବରେ ସୋସିଆଲ ମିଡିଆ ସାଂସଦ ସୁଲତାଙ୍କ ଏପରି ବିବାଦୀୟ ପୋଷ୍ଟକୁ ନେଇ ବିଜେଡି ବିଜେପି ନେତାଙ୍କ ପ୍ରତିକ୍ରିୟା ମିଳିପାରିନଥିବା ବେଳେ ଏହି ପୋଷ୍ଟଟି ଚର୍ଚ୍ଚାର ବିଷୟ ପାଲଟିଛି ।