/odishatv-khabar/media/post_attachments/uploadimage/library/16_9/16_9_0/IMAGE_1725610227.jpg)
Sujeet Kumar
ପଦ୍ମ ଧରିଲେ ସୁଜିତ କୁମାର । ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି ସୁଜିତ କୁମାର । ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ସେ ବିଜେପିରେ ସାମିଲ ହୋଇଛନ୍ତି । ଆଜି ରାଜ୍ୟସଭାରୁ ଇସ୍ତଫା ଦେବାପରେ ବିଜେଡି ତାଙ୍କୁ ବହିଷ୍କାର କରିଥିଲା ।
Advertisment
ସୁଜିତ କୁମାରଙ୍କ କାର୍ଯ୍ୟକାଳ ୨୦୨୬ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ରହିଥିଲା । କିନ୍ତୁ ଏହାପୂର୍ବରୁ ସେ ଇସ୍ତଫା ଦେଇଛନ୍ତି । ଇସ୍ତଫା ଦେବାପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ବହିଷ୍କାର କରିଥିଲେ । ଫଳରେ ମମତା ମହାନ୍ତଙ୍କ ପରେ ଦ୍ୱିତୀୟ ସାଂସଦ ଭାବେ ସେ ବିଜେଡି ଛାଡ଼ିଛନ୍ତି ।
ସେପଟେ ପଦ୍ମ ଧରୁ ଧରୁ ବିଜେଡି ଉପରେ ବର୍ଷିଛନ୍ତି ସୁଜିତ କୁମାର । କହିଛନ୍ତି, "ଦୁର୍ନୀତି ନେଇ ନେତା ନଶୁଣିବାରୁ ଦଳ ଛାଡ଼ିଲି । ମୋ ବହୁବାର ଜଣାଇବାକୁ ଚେଷ୍ଟା କରି ବିଫଳ ହୋଇଛି । ମୋ ପାଇଁ ମାଟି ଆଗ, ପାର୍ଟି ପଛ । କଳାହାଣ୍ଡିର ଯେପରି ବିକାଶ ହେବାକଥା ହୋଇନି ।"
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)