• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ପ୍ରସିଦ୍ଧ ଶିଳ୍ପପତି ତଥା ଇନଫୋସିସର ଚେୟାରମ୍ୟାନ ନାରାୟଣ ମୂର୍ତ୍ତିଙ୍କ ପତ୍ନୀ ସୁଧା ମୂର୍ତ୍ତିଙ୍କୁ ରାଜ୍ୟସଭା ପାଇଁ ମନୋନୀତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଇନଫୋସିସର ଫାଉଣ୍ଡେସନ ହେଡ ଅଛନ୍ତି ସୁଧା ମୂର୍ତ୍ତି । ଏନେଇ ସୋସିଆଲ ମିଡିଆରେ ସୂଚନା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସୁଧା ମୁର୍ତ୍ତିଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଏହା ମହିଳା ଶକ୍ତିର ଏକ ବଳିଷ୍ଠ ପ୍ରମାଣ । ସେ ଖୁସି ଯେ ଭାରତର ରାଷ୍ଟ୍ରପତି ସୁଧା ମୁର୍ତ୍ତିଙ୍କୁ ରାଜ୍ୟ ସଭାକୁ ମନୋନୀତ କରିଛନ୍ତି । ସାମାଜିକ କାର୍ଯ୍ୟ, ଶିକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ସୁଧା ମୂର୍ତ୍ତିଙ୍କର ଅବଦାନ ଅତୁଳନୀୟ ଏବଂ ପ୍ରେରଣାଦାୟକ ।

ରାଜ୍ୟସଭାରେ ତାଙ୍କର ଉପସ୍ଥିତି ନାରୀ ଶକ୍ତିକୁ ଆହୁରି ବଳିଷ୍ଠ କରିବ । ଆମ ଦେଶର ଭାଗ୍ୟ ଗଠନ କରିବାରେ ମହିଳାଙ୍କ ଶକ୍ତି ଏବଂ ସାମର୍ଥ୍ୟର ଏକ ଶକ୍ତିଶାଳୀ ପ୍ରମାଣ । ତାଙ୍କର ସଫଳ କାର୍ଯ୍ୟକାଳ ପାଇଁ ଶୁଭକାମନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । 

ସୁଧା ମୁର୍ତ୍ତୀ ନିଜର ଉପନ୍ୟାସ - ‘ଡଲାର୍ ବୋହୂ’ ପାଇଁ ଜଣାଶୁଣା । ଏହା ପ୍ରଥମେ ତାଙ୍କ ଦ୍ୱାରା କନ୍ନଡ଼ରେ ଲେଖା ଯାଇଥିଲା । ପରେ ପରେ ଏହା ଇଂରାଜୀରେ ଅନୁବାଦ କରାଯାଇଥିଲା । ଗତ 2001 ରେ ଏହି ଉପନ୍ୟାସକୁ ନାଟକୀୟ ଧାରାବାହିକ ଭାବେ ମଧ୍ୟ ପ୍ରସାରିତ କରାଯାଇଥିଲା । ସେ ‘ରୁନା’ ନାମକ ଏକ କାହାଣୀ ମଧ୍ୟ ଲେଖିଥିଲେ, ଯାହା ମରାଠୀ ଚଳଚ୍ଚିତ୍ର ଭାବେ ପରେ ବହୁ ମାତ୍ରାରେ ଆଦୃତ ହୋଇଥିଲା ।