/odishatv-khabar/media/post_attachments/uploadimage/library/16_9/16_9_0/IMAGE_1695278898.jpg)
Revenue Minister Sudam Marndi
ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ତିଙ୍କୁ ରାଜସ୍ୱ ବିଭାଗ ଦାୟିତ୍ୱ । ପ୍ରମିଳା ମଲ୍ଲିକଙ୍କ ଇସ୍ତଫା ପରେ ସୁଦାମଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ଦାୟିତ୍ୱ ମିଳିଛି ।
ସୁଦାମଙ୍କୁ ପୂର୍ବରୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସମ୍ଭାଳି ସାରିଥିବା ବେଳେ ତାଙ୍କୁ ପୁନଃ ଏହି ଦାୟିତ୍ୱ ଦିଆଯାଇଛି । ତେବେ ଏନେଇ ଅଫିସିଆଲ କୌଣସି ସୂଚନା ପାଇ ନ ଥିବା କହିଛନ୍ତି ସୁଦାମ ମାର୍ଣ୍ତି । ଏଥିସହ ଦାୟିତ୍ୱ ଦିଆଗଲେ ତାହାକୁ ତୁଲାଇବାକୁ ଯଥାସାଧ୍ୟ ଚେଷ୍ଟା କରିବେ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି ।
ରାଜ୍ୟ ମନ୍ତ୍ରୀମଣ୍ଡଳରେ ଏବେ ରାଜସ୍ୱ ଓ ଉଚ୍ଚ ଶିକ୍ଷା ପରି ଦୁଇ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ପଦ ଖାଲି ପଡ଼ିଥିବାରୁ ଖୁବ୍ ଶୀଘ୍ର ମନ୍ତ୍ରୀମଣ୍ଡଳ ଅଦଳବଦଳ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । କିଛି ଦିନ ପୂର୍ବେ ରୋହିତ ପୂଜାରୀଙ୍କୁ ବିଦା କରାଯାଇଥିବା ବେଳେ ଖାଲି ପଡ଼ିଛି ଉଚ୍ଚ ଶିକ୍ଷା ବିଭାଗ । ଖାଦ୍ୟ ଓ ନିରାପତ୍ତା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଏହି ବିଭାଗର ଅତିରିକ୍ତ ଦାୟିତ୍ୱ ଦିଅଯାଇଛି । ସେହିପରି ଏବେ ରାଜସ୍ୱ ବିଭାଗ ଖାଲି ହେବାରୁ ସୁଦାମ ମାରାଣ୍ଡିଙ୍କୁ ମିଳିଛି ଅତିରିକ୍ତ ଦାୟିତ୍ୱ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)