/odishatv-khabar/media/post_attachments/uploadimage/library/16_9/16_9_0/IMAGE_1646478451.jpeg)
Subas Singh
ମହାନଗର ନିର୍ବାଚନକୁ ନେଇ ବଢୁଛି ଟ୍ୱିନ୍ସିଟିରେ ରାଜନୀତିର ପାରା। ନାମାଙ୍କନପତ୍ର ଦାଖଲ ଶେଷ ତାରିଖ ଯେତିକି ପାଖୋଉଛି ପ୍ରାର୍ଥୀ ଚୟନ ନେଇ ପଲିଟିକାଲ ପାର୍ଟିଙ୍କ ଅଙ୍କକଷା ସେତେ ବଢୁଛି। ସେପଟେ କଟକ ଦଖଲ ପାଇଁ ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ଏବେଠୁ ଦେଖାଇଲେଣି ଦମ୍ଭୋକ୍ତି। ପଞ୍ଚାୟତ ନିର୍ବାଚନରେ ଜବରଦସ୍ତ ପ୍ରଦର୍ଶନ କରିବା ପରେ ବିଜେଡିର ଆତ୍ମବିଶ୍ୱାସ ଏବେ ଆକାଶଛୁଆଁ। ଆଜି ବିଜେଡି ପକ୍ଷରୁ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ପାଇଁ ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ମୁଖ୍ୟମନ୍ତ୍ରୀଙ୍କ ଜନ୍ମସ୍ଥାନ କଟକରେ ରାଜ୍ୟସଭା ସାଂସଦ ସୁବାସ ସିଂହକୁ କଟକ ମେୟର ପ୍ରାର୍ଥୀ ଘୋଷଣା କରାଯାଇଛି।
ତେବେ ନାଁ ଘୋଷଣା ପରେ ସୁବାସ ସିଂହଙ୍କ ନିଜ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, “ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଜନ୍ମସ୍ଥାନ ହେଉଛି କଟକ, ତେବେ କଟକକୁ ନୂଆରୂପରେ ଗଢିତୋଳିବା ପାଇଁ ଅନେକ ପ୍ରୟାସ ଜାରି ରହିଛି। ଏଭଳି ଗୁରୁ ଦାୟିତ୍ୱକୁ ମୋ ଭରସାରେ ମୁଖ୍ୟମନ୍ତ୍ରୀ ବିଶ୍ୱାସ ରଖିବା, ମୋ ପାଇଁ ଗର୍ବ ଓ ଗୌରବର କଥା । ଆଜି ଦିନରେ ମଧ୍ୟ କଟକରେ ୧୦ ହଜାର କୋଟି ଟଙ୍କାର ପ୍ରୋଜେକ୍ଟ ଚାଲିଛି, କଟକ ଆଉ ପୁରୁଣା କଟକ ହୋଇନାହିଁ, ତାର ରୂପରେଖ ବଦଳାଇବାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସ ଜାରି ରହିଛି”।
ସେପଟେ ଭୁବନେଶ୍ୱର ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀ ଭାବେ ସୁଲୋଚନାଙ୍କ ନାଁ ଘୋଷଣା ହେବାପରେ ସେ ପ୍ରତିକ୍ରିୟା ରଖିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ଭଳି ଜଣେ ସାଧାରଣ ମହିଳାଙ୍କ ଉପରେ ଆସ୍ଥା ପ୍ରକଟ କରିଥିବାରୁ ଏଥିପାଇଁ ସୁଲୋଚନା ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ସେ କହିଛନ୍ତି, ‘ଭୁବନେଶ୍ୱର ମେୟର ପଦ ଖାଲି ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଦାୟିତ୍ୱପୂର୍ଣ୍ଣ ମଧ୍ୟ। ବିଜେଡି ସବୁବେଳେ ଲୋକଙ୍କ ସହ ରହିଛି। ଆମେ ସମସ୍ତେ ମିଶିକି କାମ କରିବୁ। ସମସ୍ତଙ୍କ ସହଯୋଗ ରହିଲେ ମୁଁ ମଧ୍ୟ ଭୁବନେଶ୍ୱର ପାଇଁ କାମ କରିପାରିବି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)