Advertisment

Suryavanshi Suraj:ବିଜେଡିକୁ ପରିପକ୍ୱତାର ପାଠ ପଢେଇଲେ ସୂର୍ଯ୍ୟବଂଶୀ, ବିଜେଡି କହିଲା ଦେଇପାରିଲେନି ଉତ୍ତର

ସୂର୍ଯ୍ୟବଂଶୀ ବିଜେଡିକୁ ପଢାଇଛନ୍ତି ପରିପକ୍ୱତାର ପାଠ। କହିଛନ୍ତି, ବିରୋଧୀ ଦଳ ପରିପକ୍ବତା କଥା କହୁଛି । ହେଲେ ନିର୍ବାଚନ ସମୟରେ ରାଜ୍ୟ ସାରା ଷ୍ଟାଡିୟମରେ ହେଲିକପଟରରେ ଓହ୍ଲାଇବା ବିଜେଡିର ପରିପକ୍ବତା ଥିଲା କି ବୋଲି ସେ ପ୍ରଶ୍ନ କରିଛନ୍ତି।

ଅଦ୍ୟତନ ହୋଇଛି
ପାଣ୍ଡିଆନଙ୍କୁ କଟାକ୍ଷ

ପାଣ୍ଡିଆନଙ୍କୁ କଟାକ୍ଷ

Advertisment

କଳିଙ୍ଗ ଷ୍ଟାଡିୟମ ଆଥଲେଟିକ୍ସ ଟ୍ରାକରେ ଗାଡି ଚଳାଇବା ଘଟଣାକୁ ନେଇ ବିଜେଡିକୁ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ କଡ଼ା କାଉଣ୍ଟର । ଆଜି ଏହି ପ୍ରସଙ୍ଗରେ ସେ କହିଛନ୍ତି, ‘ଟ୍ରାକ୍ ରେ କାର୍ ଏକ ଅଭାବନୀୟ ପରିସ୍ଥିତିରେ ଯାଇଥିଲା, ଏହାକୁ କେବେ ଠିକ୍ ବୋଲି କହିନି । ଗାଡି ଯାଇଥିଲେ ବି ଟ୍ରାକର କିଛି ଅସୁବିଧା ହୋଇନି । ଦିନ ଥିଲା, ଏହି କଳିଙ୍ଗ ଷ୍ଟାଡିୟମକୁ ମନ୍ତ୍ରୀମାନଙ୍କୁ ବି ଛଡା ଯାଉନଥିଲା । କେବଳ ଜଣେ ଲୋକ ବୁଲୁଥିଲେ ବୋଲି କହିଛନ୍ତି ସୂର୍ଯ୍ୟବଂଶୀ । ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛି ବିଜେଡି । ସେ ବିଜେଡିକୁ ପଢାଇଛନ୍ତି ପରିପକ୍ୱତାର ପାଠ। କହିଛନ୍ତି, ବିରୋଧୀ ଦଳ ପରିପକ୍ବତା କଥା କହୁଛି । ହେଲେ ନିର୍ବାଚନ ସମୟରେ ରାଜ୍ୟ ସାରା ଷ୍ଟାଡିୟମରେ ହେଲିକପଟରରେ ଓହ୍ଲାଇବା ବିଜେଡିର ପରିପକ୍ବତା ଥିଲା କି ବୋଲି ସେ ପ୍ରଶ୍ନ କରିଛନ୍ତି। ଏହାଦ୍ୱାରା ପିଚ୍ ନଷ୍ଟ ହେଉଥିଲା ।

Advertisment

ନାଁ ନ ନେଇ ବିଜେଡି ନେତା ଭି.କେ. ପାଣ୍ଡିଆନଙ୍କୁ ସମାଲୋଚନା କରିଛନ୍ତି ସୂର୍ଯ୍ୟବଂଶୀ । ସେ କହିଛନ୍ତି, ‘ନବୀନ ନିବାସରେ ଥିବା ସନ୍ନ୍ୟାସୀ ଭୈରବାନନ୍ଦଙ୍କ ବୁଦ୍ଧିରେ ପଡି ବିଜେଡି ନେତା ଏମିତି କହିଛନ୍ତି । ସେ ଦଳକୁ ବୁଡେଇ ଦେଲେ, ଏବେ ବିଭିନ୍ନ ବ୍ୟକ୍ତିବିଶେଷକୁ ବୁଡେଇବାକୁ ବସିଛନ୍ତି ।

ଅଧିକ ପଢନ୍ତୁ:ଟଳି ପଡିଥିଲେ ରଥୀ ମହାରଥୀ, ଧରାଶାୟୀ ହୋଇଥିଲେ ଦଳପତି

ବିଜେଡିର ପ୍ରତିଷ୍ଠା ଦିବସରେ ଶଙ୍ଖ ଭବନରେ ମହିଳା କର୍ମୀଙ୍କ ଗଣ୍ଡଗୋଳ ଘଟଣା ଓ ରୁବେନଙ୍କ ପାଣ୍ଡୁ ଉପାଖ୍ୟାନକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ହେଉଥିଲା ବେଳେ ସେଥିରୁ ଲୋକଙ୍କ ଦୃଷ୍ଟି ହଟାଇବା ପାଇଁ ବିଜେଡି ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଥିବା ସେ କହିଛନ୍ତି । ରାଜ୍ୟରେ ଅନେକ ସମସ୍ୟା ରହିଛି ଯେଉଁଥି ପାଇଁ ଗତ ବିଜେଡି ସରକାର ଦାୟୀ ବୋଲି ସେ କହିଛନ୍ତି । ରାଜ୍ୟରେ ପାନୀୟ ଜଳର ସମସ୍ୟା ରହିଛି, ଏଥିପାଇଁ ବିଜେଡି ଦାୟୀ । ଅନେକ ସ୍କୁଲରେ ଶିକ୍ଷକଙ୍କ ଅଭାବ ରହିଛି, ଏଥିପାଇଁ ମଧ୍ୟ ବିଜେଡି ଦାୟୀ ବୋଲି କହିଛନ୍ତି ସୂର୍ଯ୍ୟବଂଶୀ । ବିଜେଡି ଏବେ ସରକାରଙ୍କୁ ଗଠନମୂଳକ ପ୍ରସ୍ତାବ ଦେବା ଉଚିତ ବୋଲି ସେ କହିଛନ୍ତି । କାରଣ ରାଜ୍ୟର ଏତେ ସବୁ ଅସୁବିଧା ପାଇଁ ସେହି ଦଳ ହିଁ ଦାୟୀ । କିନ୍ତୁ ସେମାନେ ଗଠନମୂଳକ ପ୍ରସ୍ତାବ ଦେଉନଥିବା କହିଛନ୍ତି ସୂର୍ଯ୍ୟବଂଶୀ । ବିଜେଡି ନେତାମାନେ ସନ୍ନ୍ୟାସୀ ଭୈରବାନନ୍ଦଙ୍କ କଥାରେ ଏଭଳି ମତ ରଖୁଥିବାର କହି ସେ ବିଜେଡିକୁ ଆକ୍ରମଣ କରିଛନ୍ତି ।

Advertisment

ବିଜେଡିର ସଫେଇ

ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା ଲେନିନ ମହାନ୍ତି । ସେ କହିଛନ୍ତି, ଆମେ ଯେଉଁ ପ୍ରଶ୍ନ ପଚାରିଥିଲୁ ତା’ର ଉତ୍ତର ଦେଇପାରିନାହାନ୍ତି କ୍ରୀଡ଼ା ମନ୍ତ୍ରୀ । କେଉଁ ପରିସ୍ଥିତିରେ ଟ୍ରାକରେ ଗାଡି ଯାଇଥିଲା, ତାହା ସେ କହିପାରି ନାହାନ୍ତି ବୋଲି କହିଛନ୍ତି ଲେନିନ ।

ଅଧିକ ପଢନ୍ତୁ:କାହିଁକି ନବୀନ ବିଲକୁ ଯିବାକୁ ବାଧ୍ୟ ହେଲେ ? କ୍ଷେତ ବୁଲାକୁ ନେଇ ଜୋର ଧରିଲା ରାଜନୀତି...

Advertisment
BJD BJP Government Odisha Sports VK Pandian Suryavanshi Suryabanshi Suraj
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ