• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପ୍ରେମିକାକୁ ପ୍ରତାରଣା ବିିବାଦରେ ଛନ୍ଦିହୋଇ ପଡିଛନ୍ତି ବିଜେଡିର ଯୁବ ବିଧାୟକ ବିଜୟ ଶଙ୍କର ଦାସ । ଠକେଇ, ପ୍ରତାରଣା ଓ ସେକ୍ସ ରାକେଟ୍ ଚଳାଇବା ଭଳି ସଙ୍ଗୀନ୍ ଅଭିଯୋଗ ଆସିଛି ବିଧାୟକଙ୍କ ନାଁରେ । ବିଜୟଶଙ୍କରଙ୍କ ନାଁରେ ପ୍ରେମିକା ସୋମାଲିକା ଦାସ ଜଗତସିଂହପୁର ଥାନାରେ ଏତଲା ଦେବା ପରେ ତାଙ୍କୁ ଘେରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ ।

ବିଧାୟକ ବିଜୟ ଶଙ୍କରଙ୍କ ଏଭଳି ଆଚାରଣକୁ ଉଭୟେ ବିଜେପି ଓ କଂଗ୍ରେସ ଦୃଢ ନିନ୍ଦା କରିଛନ୍ତି । ଜଣେ ଜନପ୍ରତିନିଧି ହୋଇ ଏଭଳି କରିବା ଅନୁଚିତ । ଏହି ଘଟଣାକୁ ନେଇ ନିରପେକ୍ଷ ତଦନ୍ତ କରିବାକୁ ଦାବି କରିଛନ୍ତି ବିଜେପି ଓ କଂଗ୍ରେସ । ଆଉ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ବିଜେପିର ଅଭିଯୋଗ ବିଜେଡି ସବୁବେଳେ ତାଙ୍କ ଦଳର ବିଧାୟକଙ୍କ ଦୋଷକୁ ଘଣ୍ଟ ଘୋଡାଇ ଥାଏ । ତେବେ ଏ କ୍ଷେତ୍ରରେ ଘଣ୍ଟ ଘୋଡାଇବା କାମ କରାନଯାଉ ବୋଲି ବିଜେପି ଦାବି କରିଛି । ଆଗକୁ ବିଧାନସଭା ଥିବାରୁ ଏହି ପ୍ରସଙ୍ଗ ଉଠିବ ବୋଲି ବିରୋଧୀ କହିଥିବା ବେଳେ ବିଜେଡି କହିଛି ଏହା ବିଜୟ ଶଙ୍କରଙ୍କ ବ୍ୟକ୍ତିଗତ ମାମଲା ।

ଅନ୍ୟପଟେ ବିବାଦ ତୀବ୍ର ହେବାପରେ ମୁହଁ ଖୋଲିଛନ୍ତି ବିଜୟ ଶଙ୍କର । ସେ କହିଛନ୍ତି ସୋମାଲିକାଙ୍କୁ କୌଣସି ଧୋକା ଦେଇନାହାନ୍ତି । ତାଙ୍କ ସହ ବିବାହ ହେବ । ତେବେ ମାଆଙ୍କ ଦେହ ଖରାପ ଥିବାରୁ ସେ ବିବାହ ପାଇଁ କିଛି ସମୟ ମାଗିଛନ୍ତି । ଅନ୍ୟପକ୍ଷରେ ବିଜୟଙ୍କ ବିରୋଧରେ ସେକ୍ସ ରାକେଟ୍ ଚଳାଇବା ଓ ପରିବାର ତରଫରୁ ଧମକ ଦେବା ଭଳି ସୋମାଲିକା ଯେଉଁ ସବୁ ସଂଗୀନ ଅଭିଯୋଗ ଆଣିଛନ୍ତି ତାକୁ ସେ ଖଣ୍ଡନ କରିଛନ୍ତି ।

ସେପଟେ ସୋମାଲିକାଙ୍କ ଏଫ୍‌ଆଇଆର୍ ଆଧାରରେ ଜଗତସିଂହପୁର ପୋଲିସ୍ ବିଜୟ ଶଙ୍କରଙ୍କ ସମେତ ୫ଜଣଙ୍କ ନାଁରେ ମାମଲା ରୁଜୁ କରିଛି । ବିଜୟଶଙ୍କର ଏବଂ ତାଙ୍କ ପରିବାର ଲୋକଙ୍କ ବିରୋଧରେ ଆଇପିସିର ଧାରା ୪୨୦, ୧୯୫-A, ୫୦୬-B, ୨୯୪, ୫୦୯, ୩୪୧, ୧୨୦-Bରେ ଦଫା ଲାଗିଛି ।

ସାଂସଦ ଅନୁଭବ ମହାନ୍ତି ବିବାହ ବିଛେଦ ନେଇ ବିବାଦରେ ଫିସିଥିବା ବେଳେ ଝରିଗାଁ ବିଧାୟକ ପ୍ରକାଶ ମାଝୀ ମଧ୍ୟ ଜଣେ ମହିଳାଙ୍କୁ ପ୍ରତରଣା କରିଥିବା ଅଭିଯୋଗ ଆସିଥିଲା । ଆଉ ଏବେ ଯୁବ ବିଧାୟକ ବିଜୟ ଶଙ୍କରଙ୍କ ପାଇଁ ଅଡୁଆରେ ବିଜେଡି । ତେବେ ବିଜୟ ଶଙ୍କରଙ୍କ ଉପରେ ପୋଲିସ ଏବଂ ଦଳ ପକ୍ଷରୁ କି କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯାଉଛି ତା’ ଉପରେ ନଜର ରହିଛି ।