• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ମିଶନ୍ ୨୦୨୪ ପଞ୍ଚାୟତ ଓ ପୌର ନିର୍ବାଚନ ପରେ ଏବେ ସବୁ ଦଳର ଫୋକସ୍ ଆଗାମୀ ସାଧାରଣ ନିର୍ବାଚନ ଉପରେ । ଶରତ ପଟ୍ଟନାୟକ ପିସିସି ସଭାପତି ହେବା ପରେ ୨୪ ପାଇଁ ଟାର୍ଗେଟ ଫିକ୍ସ କରିଛନ୍ତି । ଶରତଙ୍କ ପାଇଁ ଆୟୋଜିତ ସ୍ୱାଗତ ସମ୍ବର୍ଦ୍ଧନା ସମାରୋହରେ ସେ ଦଳୀୟ ନେତା, କର୍ମୀଙ୍କୁ ଆଗାମୀ ଟାର୍ଗେଟ ସଂପର୍କରେ ଅବଗତ କରିଛନ୍ତି । 

କଂଗ୍ରେସର ଏବେ ୯ ଜଣ ବିଧାୟକ ଅଛନ୍ତି । ଆଗାମୀ ସାଧାରଣ ନିର୍ବାଚନରେ ୯୦ ବିଧାୟକ ଜିତିବା ନେଇ ରଣ କୌଶଳ ପ୍ରସ୍ତୁତ କରୁଛି ଦଳ । ଏଥିପାଇଁ କଂଗ୍ରେସ ସଙ୍ଗଠନ ଉପରେ ଗୁୁରୁତ୍ୱ ଦେବ । ଖୁବ୍ ଶୀଘ୍ର ଦଳର ୱାର୍କିଂ  ପ୍ରେସିଡେଣ୍ଟ, ଜିଲ୍ଲା ସଭାପତି ଓ ଅନ୍ୟ ଟିମ୍ ଘୋଷଣା କରିବ । ସେପଟେ ବିଜେପି ମଧ୍ୟ ୨୦୨୪ ପାଇଁ ଟାର୍ଗେଟ ଫିକ୍ସ କରିସାରିଛି । ୫୦ ପ୍ରତିଶତ ଭୋଟ ହାତେଇବା ହେଉଛି ଦଳର ଲକ୍ଷ୍ୟ । ଏହାଛଡ଼ା ପୂର୍ବରୁ ଘୋଷଣା କରିଥିବା ମିଶନ୍ ୧୨୦ ପ୍ଲସ ଏବେ ମଧ୍ୟ ରହିଛି । ତେଣୁ ଏବେ ସଙ୍ଗଠନକୁ ସ୍ୱତନ୍ତ୍ର ଧ୍ୟାନ ଦେଉଛି ଦଳ ।

ବିଜେପିର ଜାତୀୟ ସଙ୍ଗଠନ ମହାମନ୍ତ୍ରୀ ବିଏଲ୍.ସନ୍ତୋଷ ମଧ୍ୟ ଆଗାମୀ ୨୧ ଓ ୨୨ ତାରିଖରେ ଓଡିଶା ଆସିବାର କାର୍ଯ୍ୟକ୍ରମ ରହଛି । ସଂଗଠନର ପୂରା ସମୀକ୍ଷା କରି ଆଗାମୀ ଦିନ ଲାଗି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବେ । ସେପଟେ ବିଜେଡିର ଟାର୍ଗେଟ ହେଉଛି  ୧୯ ଅପେକ୍ଷା ଅଧିକ ବିଧାନସଭା ସିଟ୍ ହାତେଇବା । ଏବେ ୧୧୪ ସିଟ୍ ବିଜେଡିର ଥିବାବେଳେ ଏହି ସଂଖ୍ୟା ଆଗକୁ ବଢାଇବାକୁ ଯୋଜାନ କରୁଛି ଦଳ । ମନ୍ତ୍ରୀମଣ୍ଡଳ ଅଦବଦଳ ପରେ ସଙ୍ଗଠନ ପୁର୍ନବିନ୍ୟାସ ଲାଗି କସରତ୍ ଚାଲିଛି । ଓଡିଶାକୁ ଜୋନ୍ ୱାରି ବିଭକ୍ତ କରି ଦଳୀୟ ନେତାଙ୍କୁ ଦାୟିତ୍ୱ ଦେବ ବିଜେଡି ।  

 

ପଞ୍ଚାୟତ ଏବଂ ପୌର ନିର୍ବାଚନରେ ବିଜେଡିର ପ୍ରଦର୍ଶନ ଅନ୍ୟ ଦଳଙ୍କଠାରୁ ବେଶ୍ ଭଲରହିଛି । ୨୦୨୨ ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ୫୨.୭୩ ପ୍ରତିଶତ ଓ ବିଜେପି ୩୦.୦୭ ପ୍ରତିଶତ ଓ କଂଗ୍ରେସକୁ ୧୩.୫୭ ପ୍ରତିଶତ ଭୋଟ ମିଳିଛି । ତେଣୁ ବିଜେଡିକୁ ବିରୋଧୀ ବିଜେପି ଓ କଂଗ୍ରେସ କେମିତି କାଉଣ୍ଟର କରିବେ ତାହା ବଡ ଚ୍ୟାଲେଂଜ ହେବ । ରାଜନୈତିକ ସମୀକ୍ଷକଙ୍କ ମତରେ ବିଜେପି ମୁଖ୍ୟ ବିରୋଧୀ ଦଳର ମାନ୍ୟତା ପାଇଥିଲେ ମଧ୍ୟ ବିଜେଡି ସହ ବିଜେପିର ସେମିତି ଲଢେଇ ହେଉନି, ଯାହାର ଫାଇଦା ବିଜେଡିକୁ ମିଳୁଛି । ୨୪ ପାଇଁ ବିଜେଡିର ପ୍ରସ୍ତୁତି ସବୁଠୁ ଆଗରେ ରହିଛି । 

୨୪ ନିର୍ବାଚନ ପାଇଁ ହାତରେ ହାତରେ ଆଉ ମାତ୍ର ଦୁଇ ବର୍ଷ । ଜୁଲାଇ ୧୮ରେ ହେବ ରାଷ୍ଟ୍ରପତି ନିର୍ବାଚନ । ତେଣୁ ରାଷ୍ଟ୍ରପତି ନିର୍ବାଚନରେ ପରେ ବିଜେପି-ବିଜେଡି ମଧ୍ୟରେ ଲଢେଇ ଜୋରଦାର ହେବ ବୋଲି ଆଶା କରାଯାଉଛି । କିନ୍ତୁ ରାଜ୍ୟରେ ଦୁର୍ବଳ ଥିବା କଂଗ୍ରେସ କେମିତି ଆଗକୁ ବଢିବ ଏବେ ତା ଉପରେ ନଜର ।

ରିପୋର୍ଟର- ଜଗଦୀଶ ଦାସ, ହରିହର ଚାନ୍ଦ