Advertisment

ଚାଲିଲେ ଦେଶ ବୁଲିବା ହୁଏ, କେହି ପ୍ରଧାନମନ୍ତ୍ରୀ ହୁଅନ୍ତି ନାହିଁ: କଂଗ୍ରେସ ନେତା ଲକ୍ଷ୍ମଣ ସିଂହ

କେବଳ ଦେଶ ବୁଲିବା ନୁହେଁ ବରଂ ପ୍ରତ୍ୟେକ ଲୋକଙ୍କ ସହ ମିଶିବା ପାଇଁ ରାହୁଲ ଯୋଜନା କରୁଥିବା କୁହାଯାଉଛି ।

ଅଦ୍ୟତନ ହୋଇଛି
Congress Bharat Jodo Yatra

Laxman Singh

Advertisment

'ଚାଲିଲେ କେହି ପ୍ରଧାନମନ୍ତ୍ରୀ ହୁଅନ୍ତି ନାହିଁ । ନହେଲେ ମେଣ୍ଢା ଚରାଳୀ ବି ହୁଅନ୍ତା ଦେଶର ପ୍ରଧାନମନ୍ତ୍ରୀ ।' ରାହୁଲ ଙ୍କ ଭାରତ ଯୋଡୋ ଯାତ୍ରାକୁ ନେଇ ବଢିବାରେ ଲାଗିଛି ସମାଲୋଚନା । ଏହି ଯାତ୍ରାରେ ରାହୁଲ ପୂରା ଦେଶ ବୁଲିବାର କାର୍ଯ୍ୟକ୍ରମ ରହିଛି । କେବଳ ଦେଶ ବୁଲିବା ନୁହେଁ ବରଂ ପ୍ରତ୍ୟେକ ଲୋକଙ୍କ ସହ ମିଶିବା ପାଇଁ ରାହୁଲ ଯୋଜନା କରୁଥିବା କୁହାଯାଉଛି ।

Advertisment

ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହଙ୍କ ଭାଇ ଲକ୍ଷ୍ଣଣ ସିଂ କହିଛନ୍ତି, ଯଦି ଦେଶରେ ଏମିତି ଚାଲି ଚାଲି ବୁଲିଲେ ପ୍ରଧାନମନ୍ତ୍ରୀ ଲୋକ ହୁଅନ୍ତେ ତେବେ ଦେଶର ପ୍ରତ୍ୟେକ ମେଣ୍ଢା ଚରାଳୀ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୁଅନ୍ତା । ଯାହାକୁ ନେଇ ଏବେ କଂଗ୍ରେସ ଶିବିରରେ ହଟଚମଟ ସୃଷ୍ଟି ହୋଇଛି ।

ରାହୁଲ ଗାନ୍ଧୀ ଙ୍କ ପଦଯାତ୍ରା କୁ ସମାଲୋଚନା କରି ବିଜେପି କହିଛି, ଏମିତି କଲେ କିଛି ହେବନି ବରଂ ଦେଶ ବୁଲିବା ହେବ । କିନ୍ତୁ ଲକ୍ଷ୍ମଣ ସିଂଙ୍କ ବୟାନକୁ ନେଇ ଏବେ ସବୁଠି ଚର୍ଚ୍ଚା । ଲକ୍ଷ୍ଣଣ କହିଛନ୍ତି, କଂଗ୍ରେସ ବହୁ ଡେରି କରିଦେଲା ପଦଯାତ୍ରା କରିବାରେ । ଏହି ଯାତ୍ରା ବହୁ ପୂର୍ବରୁ କରିଥିଲେ ଲୋକମାନେ ନିର୍ବାଚନରେ କଂଗ୍ରେସ ପାଇଁ କିଛି ଭାବିଥାଆନ୍ତେ ବୋଲି ସେ କହିଛନ୍ତି ।

Advertisment

ଗୋଟିଏ ପଟେ ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ କଂଗ୍ରେସ ରାହୁଲ ଗାନ୍ଧୀଙ୍କୁ ସଭାପତି କରିବା ପାଇଁ ସଂକଳ୍ପ ନେଇଥିବା ବେଳେ ଦଳର ବିଧାୟକ ଲକ୍ଷ୍ମଣ ସିଂ କହିଛନ୍ତି ଯେ ତାଙ୍କ ଉପରେ ଚାପ ପକାଯିବା ଉଚିତ୍ ନୁହେଁ । ଏମିତିକି ଲୋକ କହିଲେଣି, ଇଡି ଓ ସିବିଆଇର ଜେରା ପରେ କଂଗ୍ରେସ ଏମିତି କରୁଛି । ତେବେ ଏନେଇ କଂଗ୍ରେସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Congress Rahul Gandhi Congress President Election Bharat Jodo Yatra Bharat Jodo BJP Criticises Bharat Jodo Yatra Laxman Singh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ