Advertisment

Waqf Bill Row: ନବୀନଙ୍କୁ ଚୁପ୍ ସୈତାନ ବୋଲି କଟାକ୍ଷ କଲେ ସୌମ୍ୟ; କହିଲେ, ‘ସମ୍ରାଟ ଆଜି ଚୁପ୍‌ କାହିଁକି’

ନବୀନ ବାବୁଙ୍କୁ ଆମେ କେଉଁ ଭାଷାରେ ବର୍ଣ୍ଣନା କରିବା ? ମୋତେ ଲାଗେ, "ଚୁପ୍ ସୈତାନ୍" ଛଡ଼ା ଆଉ ଭଲ ଶବ୍ଦ ମିଳିବ ନାହିଁ ।

ଅଦ୍ୟତନ ହୋଇଛି
‘ନବୀନ ଚୁପ୍‌ ସୈତାନ’

‘ନବୀନ ଚୁପ୍‌ ସୈତାନ’

Advertisment

ୱକଫ୍ ବିଲ୍‌କୁ ନେଇ ବିଜେଡିରେ ଘମାସାନ ପ୍ରସଙ୍ଗ । ନବୀନଙ୍କୁ ଚୁପ୍ ସୈତାନ ବୋଲି କଟାକ୍ଷ କଲେ ପୂର୍ବତନ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ପଚାରିଲେ ସମ୍ରାଟ୍ ଆଜି ଚୁପ୍ କାହିଁକି । ସୋସିଆଲ ମିଡିଆରେ ସେ ଲେଖିଛନ୍ତି- କେତେଦିନ ଧରି ଓଡ଼ିଶା ରାଜନୀତିରେ ଯାହା ସବୁ ଘଟୁଛି, ତାହା ଦେଖି ଅମୋଦିତ ହେବା ଛଡ଼ା ଅନ୍ୟ ଗତି ନାହିଁ । ବିଶେଷକରି ନବୀନ ବାବୁଙ୍କ ଆଚରଣ ଓ ଉଚ୍ଚାରଣ ଅଧିକ ବ୍ୟଥିତ ଓ ବିବ୍ରତ କରୁଛି । ନବୀନଙ୍କୁ ଯେତେବେଳେ ରାଜନୈତିକ ସହକର୍ମୀମାନେ ଧୋକା ଦିଅନ୍ତି, ସେ କ୍ଷୁବ୍ଧ ହୋଇ ଯେଉଁ ଭାଷା ବ୍ୟବହାର କରନ୍ତି ତାହା ହେଲା "ବେଇମାନ୍"। ଆଜି ୱକଫ୍ ବିଲ୍ ପ୍ରସଙ୍ଗରେ, ବିଜେପିକୁ ସମର୍ଥନ ଦେବା ନ ଦେବା ନେଇ ତାଙ୍କ ଦଳର ନେତାମାନଙ୍କର ଆଚରଣ ଓ ଉଚ୍ଚାରଣରୁ ଆମେ କ'ଣ ବୁଝିବା ବୋଲି ପ୍ରଶ୍ନ କରିଛନ୍ତି ସୌମ୍ୟ ।

Advertisment

ଅଧିକ ପଢ଼ନ୍ତୁ: ମୁଖ୍ୟ ପରାମର୍ଶଦାତାଙ୍କ ଦ୍ବାରା ନବୀନ ଏବେ ଗୃହବନ୍ଦୀ, ନବୀନ-ପାଣ୍ଡିଆନ୍ ଯୋଡ଼ିଙ୍କୁ ଟାର୍ଗେଟ୍

ଏଥିସହ ସେ ଆହୁରି ଲେଖିଛନ୍ତି ନବୀନ ବାବୁଙ୍କୁ ଆମେ କେଉଁ ଭାଷାରେ ବର୍ଣ୍ଣନା କରିବା ? ମୋତେ ଲାଗେ, "ଚୁପ୍ ସୈତାନ୍" ଛଡ଼ା ଆଉ ଭଲ ଶବ୍ଦ ମିଳିବ ନାହିଁ । ଦିନେ ନବୀନଙ୍କୁ ତାଙ୍କ ତୋଷାମଦକାରୀମାନେ ଓଡ଼ିଆଙ୍କ ହୃଦୟ ସମ୍ରାଟ୍ ବୋଲି କହି ବୁଲୁଥିଲେ । ହେଲେ ଆଜି କ'ଣ ହୋଇଛି ଯେ, ଏତେ କଥା ଘଟି ଯାଉଛି, ଅଥଚ ସମ୍ରାଟ୍ ଚୁପ୍ ବସିଛନ୍ତି । ବିଜୁ ଜନତା ଦଳର ବଳ କେଉଁଠି ହଜିଗଲା ଯେ ସେ ଏକ ସ୍ଥିର ନିଷ୍ପତ୍ତି ନେଇ ପାରୁନାହାନ୍ତି ? ଗୋଟିଏ ଦିନରେ ତିନି ଥର ଏ ପ୍ରସଙ୍ଗରେ ସେ ଭିନ୍ନ-ଭିନ୍ନ ନିଷ୍ପତ୍ତି ନେଇଛନ୍ତି । ପୁଣି ଶେଷରେ ବିବେକ କଥା କହିଛନ୍ତି । ଦଳର ବିବେକ କ'ଣ, ତାହା ସ୍ପଷ୍ଟ ଜଣାପଡୁନାହିଁ। ବିଭିନ୍ନ ଆଡୁ ଟଣା-ଓଟରା ହୋଇ, ବିବେକ ଦଂଶନ ଭୋଗିବା ଛଡ଼ା ଅନ୍ୟ ବାଟ ନାହିଁ ।
ତେବେ ଏନେଇ ନବୀନ କିମ୍ବା ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।

Advertisment
Odisha Naveen Patnaik BJD Soumya Ranjan Patnaik WAQF Bill
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ