• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନିର୍ବାଚନୀ ମାହୋଲ ଭିତରେ ବଡ଼ ଘୋଷଣା କଲେ ମନ୍ତ୍ରୀ ଅଶୋକ ପଣ୍ଡା । ସାଧାରଣ ନିର୍ବାଚନ ତାରିଖ ଘୋଷଣା ହୋଇନଥିବା ବେଳେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ଚର୍ଚ୍ଚାର ବିଷୟ ହୋଇଛି । କାରଣ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରୁ ଶ୍ରୀମୟୀଙ୍କୁ ପ୍ରାର୍ଥୀ ଘୋଷଣା କରିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା ।

ଭୁବନେଶ୍ୱରରେ ବିଜେଡି ଜନସଂପର୍କ ପଦଯାତ୍ରାରେ ଅଶୋକ ଏପରି ଘୋଷଣା କରିଛନ୍ତି । ସେ କହିଛନ୍ତି, ଶ୍ରୀମୟୀଙ୍କୁ ପ୍ରାର୍ଥୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି । ଶ୍ରୀମୟୀ ଜୟଯୁକ୍ତ ହେବା ମୁଖ୍ୟମନ୍ତ୍ରୀଙ୍କ ପାଇଁ ସମ୍ମାନର ପ୍ରଶ୍ନ । ସେହିପରି ଶ୍ରୀମୟୀଙ୍କୁ ଜୟଯୁକ୍ତ କରିବାକୁ ସମସ୍ତଙ୍କୁ ନିବେଦନ କହିଛନ୍ତି ଅଶୋକ ।

ତେବେ ଶ୍ରୀମୟୀ ମିଶ୍ର ଭୁବନେଶ୍ୱରରୁ ବିଜେଡି ସାଂସଦ ପ୍ରାର୍ଥୀ ହେବା ଚର୍ଚ୍ଚା ନୂଆ ନୁହେଁ । ଶ୍ରୀମୟୀ ଏବେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ଅଛନ୍ତି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଯେକୌଣସି ପ୍ରସଙ୍ଗରେ ମତ ରଖିଲେ, ତା’ର ଜବାବ ଦିଅନ୍ତି ଶ୍ରୀମୟୀ ।  ଏବେ ଦଳ ପକ୍ଷରୁ ଅନୁଷ୍ଠିତ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମରେ ନଜର ଆସୁଛନ୍ତି ଶ୍ରୀମୟୀ । ତେଣୁ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରୁ ତାଙ୍କର ନିର୍ବାଚନା ଲଢ଼ିବା ଏକପ୍ରକାର ସ୍ପଷ୍ଟ କହିଲେ ଚଳେ ।