Advertisment

Shashi Tharoor: ପୁଣି ତେରଛା ବାଣ ମାରିଲେ ଶଶି ଥରୁର, ରାହୁଲ ଗାନ୍ଧୀଙ୍କଠାରୁ ରଖିଲେ ଅଲଗା ମତ

“ମୁଁ ମୋ ଦଳର ନେତା କ’ଣ କହିଛନ୍ତି ସେ ନେଇ କୌଣସି ମନ୍ତବ୍ୟ ଦେବି ନାହିଁ। ଏପରି କହିବା ପାଇଁ ତାଙ୍କର ନିଜସ୍ୱ କାରଣ ଅଛି।” ଭାରତ ଓ ଆମେରିକାର ସମ୍ପର୍କ ଉପରେ ସେ କହିଥିଲେ ଯେ ଏକ ଆର୍ଥିକ ଭାଗୀଦାର ଭାବେ ଆମେରିକା ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ।

author-image
Tapan Kumar Swain
ଅଦ୍ୟତନ ହୋଇଛି
Shashi Tharoor

Shashi Tharoor

‘ଡେଡ ଇକୋନୋମୀ’ ଆରୋପକୁ ନେଇ ସାଂସଦ ଶଶି ଥରୁର ଓ ତାଙ୍କ ଦଳ କଂଗ୍ରେସ ମଧ୍ୟରେ ସମ୍ପର୍କରେ ମତାନ୍ତର ହୋଇଛି। ବିଶେଷ କରି ‘ଅପରେସନ ସିନ୍ଦୂର’ ମାମଲାରେ ଦଳର ମତ ଗୋଟିଏ ଥିଲା ବେଳେ ଶଶିଙ୍କ ମତ କିନ୍ତୁ ଭିନ୍ନ । ଥରୁର ଅପରେସନ ସିନ୍ଦୂରକୁ ନେଇ କେନ୍ଦ୍ର ସରକାର ସପକ୍ଷରେ ମତ ଦେଉଛନ୍ତି ।

Advertisment

କଂଗ୍ରେସ ସାଂସଦ ଶଶି ଥରୁର ତାଙ୍କ ଦଳର ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଏକ ମନ୍ତବ୍ୟ ଦେଇଛନ୍ତି, ଯାହା ବେଶ ଚର୍ଚ୍ଚାରେ ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ଅର୍ଥନୀତିକୁ ‘ଡେଡ ଇକୋନୋମୀ’ (ମୃତ ଅର୍ଥନୀତି) ବୋଲି କହିଥିଲେ। ପରେ ରାହୁଲ ଗାନ୍ଧୀ ଟ୍ରମ୍ପଙ୍କ ଏହି ବୟାନକୁ ସମର୍ଥନ କରି କହିଥିଲେ ଯେ ମୋଦି ସରକାର ଭାରତର ଅର୍ଥନୀତିକୁ ‘ମୃତ’ କରି ଦେଇଛନ୍ତି। ଶଶି ଥରୁରଙ୍କୁ ରାହୁଲଙ୍କ ଏହି ବୟାନ ବିଷୟରେ ପଚରା ଯାଇଥିଲା। ଏହାର ପ୍ରତିକ୍ରିୟାରେ ସେ କହିଥିଲେ ଯେ ଟ୍ରମ୍ପଙ୍କ ବୟାନକୁ ସମର୍ଥନ କରିବା ପାଇଁ ରାହୁଲଙ୍କର ନିଜସ୍ୱ କାରଣ ରହିଛି। ଶଶି ଥରୁର ସାମ୍ବାଦିକମାନଙ୍କୁ କହିଥିଲେ,
“ମୁଁ ମୋ ଦଳର ନେତା କ’ଣ କହିଛନ୍ତି ସେ ନେଇ କୌଣସି ମନ୍ତବ୍ୟ ଦେବି ନାହିଁ। ଏପରି କହିବା ପାଇଁ ତାଙ୍କର ନିଜସ୍ୱ କାରଣ ଅଛି।” ଭାରତ ଓ ଆମେରିକାର ସମ୍ପର୍କ ଉପରେ ସେ କହିଥିଲେ ଯେ ଏକ ଆର୍ଥିକ ଭାଗୀଦାର ଭାବେ ଆମେରିକା ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ। କାରଣ ଭାରତ ଆମେରିକାକୁ ପ୍ରାୟ ୯୦ ବିଲିୟନ ଆମେରିକୀୟ ଡଲାର (ପ୍ରାୟ ୭,୮୪,୮୨୬ କୋଟି ଟଙ୍କା) ମୂଲ୍ୟର ସାମଗ୍ରୀ ରପ୍ତାନୀ କରୁଛି।

ସେ କହିଥିଲେ, “ମୋର ଚିନ୍ତା ଏହା ନେଇ ଅଧିକ ଯେ ଆମେରିକା ସହ ଆମର ସମ୍ପର୍କ ଓ ଆର୍ଥିକ ଭାଗୀଦାରୀ ଭାବେ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ଭାରତକୁ ଆମେରିକା ସହ ନିଜର ମଜବୁତ ବ୍ୟବସାୟିକ ସମ୍ପର୍କର ସୁରକ୍ଷା କରିବା ଉଚିତ… ଆମେ ଏହାକୁ କମ କରିବା କିମ୍ବା ବନ୍ଦ କରିବା ସ୍ଥିତିରେ ନାହୁଁ… ଏହି ମାମଲାରେ ଆଲୋଚନା କରୁଥିବା ଅଧିକାରୀମାନଙ୍କ ପାଇଁ ଆମେ କାମନା କରିବା ଉଚିତ ଯେ ସେମାନେ ଭାରତ ପାଇଁ ଉପଯୁକ୍ତ ଚୁକ୍ତି କରିବାରେ ସଫଳ ହୁଅନ୍ତୁ।”

Advertisment

କିଛି ଦିନ ତଳେ ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୨୫ ପ୍ରତିଶତ ଟାରିଫ ଏବଂ ଅତିରିକ୍ତ ଜରିମାନା ଲଗାଇବାର ଘୋଷଣା କରିଥିଲେ। ଏହା ପରେ ସେ ଭାରତ ଓ ଋଷିଆକୁ ନେଇ କଡା ମନ୍ତବ୍ୟ ଦେଇଥିଲେ। ସେ ଭାରତର ଅର୍ଥନୀତିକୁ ‘ଡେଡ ଇକୋନୋମୀ’ ବୋଲି କହିଥିଲେ। ଟ୍ରମ୍ପଙ୍କ ଏହି ବୟାନ ଉପରେ ରାହୁଲ ଗାନ୍ଧୀଙ୍କ ମତ ପଚରା ଯାଇଥିଲା। ସେ କହିଥିଲେ, “ହଁ, ସେ (ଟ୍ରମ୍ପ) ଠିକ କହୁଛନ୍ତି, ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କୁ ଛାଡ଼ି ସମସ୍ତେ ଏହା ଜାଣନ୍ତି। ସମସ୍ତେ ଜାଣନ୍ତି ଯେ ଭାରତୀୟ ଅର୍ଥନୀତି ଏକ ‘ଡେଡ ଇକୋନୋମୀ’। ମୁଁ ଖୁସି ଯେ ରାଷ୍ଟ୍ରପତି ଟ୍ରମ୍ପ ସତ କହିଛନ୍ତି।

ଶଶି ଥରୁର ଖୋଲାଖୋଲି ଭାବେ କହିଛନ୍ତି ଯେ ତାଙ୍କ ପାଇଁ ଦଳ ଅପେକ୍ଷା ଦେଶ ପ୍ରଥମ । ସରକାର ତାଙ୍କୁ ଆମେରିକା ଯାଉଥିବା ‘ଅପରେସନ ସିନ୍ଦୁର ପ୍ରତିନିଧିମଣ୍ଡଳ’ର ମୁଖ୍ୟ ଭାବେ ନିଯୁକ୍ତ କରିଥିଲେ, ଯାହାକୁ ସେ ଗ୍ରହଣ କରିଥିଲେ । କିନ୍ତୁ ତାଙ୍କ ଦଳ ତାଙ୍କୁ ଏଥିପାଇଁ ମନୋନୀତ କରି ନଥିଲା। ଶଶି ଥରୁର ରାହୁଲଙ୍କ ବିଷୟରେ କିଛି ନକହି ବହୁତ କିଛି କହି ଦେଇଛନ୍ତି ।

ଅଧିକ ପଢ଼ନ୍ତୁ: ଭୋଟର ତାଲିକାରେ ମୋ ନାଁ ନାହିଁ, ମୁଁ କେମିତି ନିର୍ବାଚନ ଲଢ଼ିବି?..ଜବାବ ରଖିଲେ ନିର୍ବାଚନ କମିଶନ

Rahul Gandhi Operation Sindoor Shashi Tharoor Congress
Advertisment
Advertisment