Advertisment

NCP ମୁଖିଆ ପଦ ଛାଡ଼ିଲେ ଶରଦ ପାୱାର

NCP ସଭାପତି ପଦରୁ ଶରଦ ପାୱାର ଇସ୍ତଫା ଦେଇଥିବା ସୂଚନା ମିଳିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Sharad Pawar

Sharad Pawar step down as NCP president

ମହାରାଷ୍ଟ୍ରର ବରିଷ୍ଠ ନେତା ଶରଦ ପାୱାର NCP( Nationalist Congress Party) ଜାତୀୟ ସଭାପତି ପଦରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି। ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ମୁମ୍ବାଇରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଶରଦ ପାୱାର ଏହି ଘୋଷଣା କରିଛନ୍ତି। ଶରଦ ପାୱାର ତାଙ୍କର ଏକ ପୁସ୍ତକ ଉନ୍ନୋଚନ କାର୍ଯ୍ୟକ୍ରମ ଅବସରରେ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟିରୁ ଇସ୍ତଫା ଦେଇଥିବା ଘୋଷଣା କରିଛନ୍ତି ।

Advertisment

ଶରଦ ପାୱାର ଦେଶର ବିରୋଧୀ ଦଳର ନେତାଙ୍କ ମଧ୍ୟରୁ ଅନ୍ୟତମ। ମହାରାଷ୍ଟ୍ରରେ ମହା ବିକାଶ ଅଗାଡି ସରକାର ଗଠନ ପାଇଁ ଶିବସେନା, କଂଗ୍ରେସ ଓ ଏନ୍‌ସିପି ମଧ୍ୟରେ ମେଣ୍ଟ ଗଠନ କରିବାରେ ତାଙ୍କର ପ୍ରମୁଖ ଭୂମିକା ଥିଲା। ତେବେ NCP ସଭାପତି ପଦରୁ ଶରଦଙ୍କ ଇସ୍ତଫା ପରେ ପରବର୍ତ୍ତୀ ସଭାପତି କିଏ ହେବେ, ସେନେଇ ଏଯାଏ କିଛି ଘୋଷଣା ହୋଇନାହିଁ। 

୧୯୯୯ ମସିହାରେ କଂଗ୍ରେସ ଛାଡି ଏନ୍‌ସିପି ଗଠନ କରିଥିଲେ ଶରଦ ପାୱାର। ନିକଟରେ ଦଳର ନେତୃତ୍ୱ ପରିବର୍ତ୍ତନ ନେଇ ପ୍ରାକ୍ ସୂଚନା ଦେଇଥିଲେ ଶରଦ ପାୱାର । ଯୁବ ଏନ୍‌ସିପିର ଏକ କାର୍ଯ୍ୟକ୍ରମରେ ସେ ଦଳର ନେତୃତ୍ୱ ପରିବର୍ତ୍ତନ ନେଇ ଇଶାରା ଦେଇଥିଲେ।

Advertisment
Congress Sharad Pawar
Advertisment
Advertisment