Pravat Tripathy
ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବୟାନ ଉପରେ ରୋକଠୋକ୍ ଜବାବ ରଖିଛନ୍ତି ବରିଷ୍ଠ ନେତା ପ୍ରଭାତ ତ୍ରିପାଠୀ । ପ୍ରେସମିଟ୍ କରି ବିଜେଡି ସଭାପତିଙ୍କୁ ଧୋଇଦେଇଛନ୍ତି । କହିଛନ୍ତି, ମୁଁ ବିଜେଡିରେ ନାହିଁ କହି ବଡ଼ ଇସ୍ୟୁକୁ ଗୌଣ କରିବା କେତେ ଯୁକ୍ତିଯୁକ୍ତ? ସେ କହିଛନ୍ତି, ୨୦୨୪ ନିର୍ବାଚନରେ ମୁଁ ଦଳ ପାଇଁ ପ୍ରଚାର କରିଛି । ଦଳ ମୋତେ ବିଭିନ୍ନ ସମୟରେ ବିଭିନ୍ନ ନିର୍ବାଚନମଣ୍ଡଳୀରେ ବିନିଯୋଗ କରିଛି । ଯେଉଁ ପ୍ରସଙ୍ଗରେ ମୋତେ ଦଳରୁ ସସପେଣ୍ଡ କରାଯାଇଥିଲା, ସେହି ମାମଲା କୋର୍ଟରେ ବିଚାରାଧୀନ ଅଛି । ମୁଁ ନିଲମ୍ବନ ପ୍ରତ୍ୟାହାର ପାଇଁ ଅନୁରୋଧ କରିନଥିଲି । ଦଳର ଆବଶ୍ୟକତା ଥିଲା ବୋଲି ୨୦୧୭ରେ ମୋ ଉପରୁ ନିଲମ୍ବନ ଆଦେଶ ଦଳ ଉଠାଇଥିଲା । ମୁଁ ଦଳରେ ନାହିଁ ବୋଲି ଗତକାଲି ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଥିଲେ । ତାଙ୍କ ଅଫିସ୍ ଏହି ମହାମିଛ ନବୀନଙ୍କ ମୁହଁରେ କୁହାଇଛନ୍ତି ବୋଲି ସେ କହିଛନ୍ତି । ଦଳ ସଭାପତି ଏପରି କହିବା ଠିକ୍ ହୋଇନାହିଁ ବୋଲି କହିଛନ୍ତି ପ୍ରଭାତ । ମାମଲା ବିଚାରାଧୀନ ଥିଲା ବେଳେ ଚିଟଫଣ୍ଡ କଥା ଉଠାଇବା ମଧ୍ୟ ଠିକ ହୋଇନାହିଁ ବୋଲି ସେ କହିଛନ୍ତି । କାରଣ ମାମଲା ଏବେ କୋର୍ଟରେ ବିଚାରାଧୀନ ଅଛି । କୋର୍ଟ ଯାହା ରାୟ ଦେବେ, ତାହା ମାନିନେବି ବୋଲି କହିଛନ୍ତି ଏହି ପୂର୍ବତନ ବିଧାୟକ ।
ଅଧିକ ପଢ଼ନ୍ତୁ: ପାଣ୍ଡିଆନଙ୍କୁ ସୁରକ୍ଷା ଦେବାକୁ ଯାଇ ଫସିଗଲେ କି ନବୀନ ?
୨୦୨୪ ମସିହାରେ ବାଙ୍କୀରେ ଏକ ନିର୍ବାଚନ ସଭାରେ ଦଳର ଦୁଇ ନମ୍ବର ନେତା କୁହାଯାଉଥିବା ନେତା (ପାଣ୍ଡିଆନ୍) କହିଥିଲେ ଯେ, ୨୦୧୨ ମିଡନାଇଟ୍ ଅପରେସନ ବେଳେ ପ୍ରଭାତ ତ୍ରିପାଠୀ ଦଳ ପାଇଁ ବହୁତ କାମ କରିଛନ୍ତି । ତାଙ୍କ ପ୍ରତି ମୋର ସମ୍ମାନ ସବୁବେଳେ ରହିବ ବୋଲି କହିଥିଲେ ପାଣ୍ଡିଆନ୍ । ପ୍ରଭାତଙ୍କ ଅନୁପସ୍ଥିତିରେ ପାଣ୍ଡିଆନ ଏହା କହିଥିବା କହିଛନ୍ତି ପ୍ରଭାତ । ଏହା ଏବେ ସୋସିଆଲ୍ ମିଡିଆରେ ଘୂରିବୁଲୁଛି । ଏହି କଥା ମଧ୍ୟ କହିଛନ୍ତି ପ୍ରଭାତ । କେବଳ ସେତିକି ନୁହେଁ, ୨୦୧୯ରେ ମଧ୍ୟ ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ସହ ଦଳୀୟ ସଭାରେ ପ୍ରଭାତ ଉପସ୍ଥିତ ଥିଲେ । ତେଣୁ ପ୍ରଭାତ ଦଳରେ ନାହାନ୍ତି ବୋଲି ନବୀନ କହବା କଥାକୁ ପ୍ରଭାତ ନାପସନ୍ଦ କରିଛନ୍ତି । ଦଳ ସଭାପତିଙ୍କୁ ମିଛ ଫିଡବ୍ୟାକ ଦିଆଯାଇ ତାଙ୍କ ବିରୋଧରେ ମହାମିଛ କୁହାଯାଇଛି ବୋଲି ପ୍ରଭାତ ଅଭିଯୋଗ କରିଛନ୍ତି । ସଭାପତି କହିଲା ପରେ ମୁଁ ଆଉ ଦଳରେ ନାହିଁ । ସେତେବେଳେ ଯେଉଁମାନେ ମିଡନାଇଟ ଅପରେସନରେ ଥିଲେ, ଏବେ ସେମାନେ ଏହି ମିଛ କଥା ନବୀନଙ୍କ ମୁହଁରେ କୁହାଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1744268525.jpg)