Advertisment

‘ମୁଁ ଆଉ ନିର୍ବାଚନ ଲଢ଼ିବିନି, ପୁଅ ଲଢ଼ିବ’

‘ମୁଁ ଆଉ ନିର୍ବାଚନ ଲଢ଼ିବିନି। ମୋ ସାନ ପୁଅ ମନ୍ମଥ ରାଉତରାୟ ଜଟଣୀରୁ ନିର୍ବାଚନ ଲଢ଼ିବ’। ପ୍ରେସ୍‌ମିଟ୍‌ରେ ଏଭଳି କିଛି ସୂଚନା ଦେଇଛନ୍ତି କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ।

ଅଦ୍ୟତନ ହୋଇଛି
Senior Congress Leader Sura Routray Not To Contest Elections

Senior congress leader Sura Routray not to contest elections anymore

Advertisment

‘ମୁଁ ଆଉ ନିର୍ବାଚନ ଲଢ଼ିବିନି। ମୋ ସାନ ପୁଅ ମନ୍ମଥ ରାଉତରାୟ ଜଟଣୀରୁ ନିର୍ବାଚନ ଲଢ଼ିବ। ମୋତେ ୮୦ ବର୍ଷ ହେଲାଣି। ମୋ ସାନ ପୁଅ କଂଗ୍ରେସ ଟିକେଟରୁ ଲଢିବ।’ ପ୍ରେସ୍‌ମିଟ୍‌ରେ ଏଭଳି କିଛି ସୂଚନା ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ। 

Advertisment

ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସୁର ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଏନେଇ ସେ କହିଛନ୍ତି, ‘ମୋ ପୁଅ ସିଦ୍ଧାର୍ଥ ରାଉତରାୟ ଯେଉଁ ପାହାଡ଼ ଚଢି ରେକର୍ଡ କରିଛି, ଏହାର ସଫଳତା ବିଷୟରେ ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଯାଇଥିଲି।’

Advertisment

ମୁଖ୍ୟମନ୍ତ୍ରୀ ଏବଂ ଫାଇବ୍ ଟି ସଚିବ ପୁଅ ବିଷୟରେ ଜାଣି ଖୁସି ହୋଇଥିଲେ। କେବଳ ମୋ ବଡ଼ ପୁଅ କଥା ଚର୍ଚ୍ଚା ହେଲା ଅନ୍ୟ କୌଣସି ରାଜନୈତିକ ଚର୍ଚ୍ଚା ହୋଇନଥିବା ସୁର ରାଉତରାୟ କହିଛନ୍ତି। ‘ମୁଁ ୫୫ ବର୍ଷ କଂଗ୍ରେସରେ ରହିଛି। ମୋ ସାନ ପୁଅ ମନ୍ମଥ କଂଗ୍ରେସରୁ ହିଁ ଲଢିବ’ ବୋଲି ସୁର କହିଛନ୍ତି । 

Congress Sura Routray Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ