Advertisment

ରାଜନୀତିରେ ଯୁବବର୍ଗଙ୍କୁ ନେଇ ବଦ୍ରୀ ପାତ୍ରଙ୍କ ବଡ଼ ବୟାନ

ବଦ୍ରୀ କହିଛନ୍ତି, ଯୁବବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଅଗ୍ରାଧିକାର ଦେଉଛନ୍ତି । ଆଉ ଏହାକୁ ନେଇ ବଦ୍ରୀ ପାତ୍ର ଦେଇଛନ୍ତି ବଡ଼ ବୟାନ । ସେ କହିଛନ୍ତି ୨୦୨୪ରେ ଯୁବକମାନଙ୍କୁ ବାଟ ଛାଡ଼ିବାକୁ ପଡ଼ିବ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Badri Patra

Badri Patra

ଆଉ ଲଢ଼ିବେନି କି ବଦ୍ରୀ ? ବିଜେଡିର ବରିଷ୍ଠ ନେତା ତଥା ବାହୁବଳି ନେତା କୁହାଯାଉଥିବା ବଦ୍ରୀ ନାରାୟଣ ପାତ୍ର ଆଗାମୀ ୨୦୨୪ ନିର୍ବାଚନ ଲଢ଼ିବେ ନାହିଁ କି ? ଏଭଳି ପ୍ରଶ୍ନ ଏବେ ଉଠିବା ସ୍ୱାଭାବିକ୍ । କାରଣ ବଦ୍ରୀ ଯେଉଁ ବୟାନ୍‌ ଦେଇଛନ୍ତି, ତାହା ଶୁଣିଲେ ଯେକେହି ଏଭଳି ଅନୁମାନ କରିବ ।

Advertisment

ବଦ୍ରୀ କହିଛନ୍ତି, ଯୁବବର୍ଗଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଗ୍ରାଧିକାର ଦେଉଛନ୍ତି । ଆଉ ଏହାକୁ ନେଇ ବଦ୍ରୀ ପାତ୍ର ଦେଇଛନ୍ତି ବଡ଼ ବୟାନ । ସେ କହିଛନ୍ତି ୨୦୨୪ରେ ଯୁବକମାନଙ୍କୁ ବାଟ ଛାଡ଼ିବାକୁ ପଡ଼ିବ । ଯୁବକମାନଙ୍କୁ ମୁଖ୍ୟମନ୍ତ୍ରୀ ଅଗ୍ରାଧିକାର ଦେଉଛନ୍ତି, ଏହା ଭଲ କଥା । ୨୦୨୪ରେ ଆବଶ୍ୟକ ହେଲେ ଯୁବକମାନଙ୍କୁ ବାଟ ଛାଡ଼ିବାକୁ ପଡ଼ିବ ବୋଲି ସେ କହିଛନ୍ତି ।

ଏହାସହ ସେ ଆହୁରି କହିଛନ୍ତି, ‘ଦଳ ଯଦି ଏଭଳି ଆଭିମୁଖ୍ୟ ରଖୁଛି, ତେବେ ଆମର ଆଉ ଆବଶ୍ୟକତା କଣ ଅଛି ବୋଲି ସେ କହିଛନ୍ତି । ଦଳ ସେହି ଲାଇନରେ ବଢ଼ିଲେ ୨୦୨୪ ନିର୍ବାଚନ ଆମପାଇଁ ସୁଗମ ହେବ ।’

Advertisment

୨୦୨୪ରେ ଲଢ଼ିବେ କି ବୋଲି ବଦ୍ରୀଙ୍କୁ ପ୍ରଶ୍ନ କରାଯିବାରୁ ସେ କହିଛନ୍ତି, ‘ଲଢ଼ିପାରେ ଆଉ ନଲଢ଼ିପାରେ ।’ ଦଳର ଆଭିମୁଖ୍ୟକୁ ସମ୍ମାନ ଦେବାକୁ ହେବ ବୋଲି ସେ କହିଛନ୍ତି । 

BJD Odisha Politics
Advertisment
Advertisment