• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଲୋକସଭା ୱେବ୍‌ସାଇଟ୍‌କୁ ଭିଜିଟ୍‌ ପାଇଁ ବଦଳିଲା ନିୟମ । ସାଂସଦ ମହୁଆ ମୈତ୍ରଙ୍କ ଅଡ଼ୁଆ ପରେ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଉଛି । ଦିଆଯାଇଥିବା ସୂଚନା ଅନୁସାରେ କୌଣସି ସାଂସଦଙ୍କ ବ୍ୟକ୍ତିଗତ କର୍ମଚାରୀ କିମ୍ବା କୌଣସି ତୃତୀୟ ବ୍ୟକ୍ତି ସଂସଦର ୱେବ୍‌ସାଇଟ୍‌କୁ ଭିଜିଟ୍‌ କରିପାରିବେ ନାହିଁ ।

କେବଳ ସଂସଦୀୟ ସଦସ୍ୟମାନେ ସେମାନେ ବ୍ୟକ୍ତିଗତ ଭାବେ ଲଗଇନ୍ କରି ତଥ୍ୟ ଦେଇପାରିବେ ଏବଂ ୱେବ୍‌ସାଇଟ୍ ବ୍ୟବହାର କରିପାରିବେ । ସବୁଠାରୁ ବଡ଼ କଥା ହେଉଛି ସାଂସଦମାନେ ପଞ୍ଜୀକୃତ କରିଥିବା ଫୋନ୍‌ ନମ୍ବର ଦ୍ୱାରା ଏହା କେବଳ ପରିଚାଳିତ ହୋଇପାରିବ । ଅର୍ଥାତ୍‌ ଫୋନ୍‌କୁ OTP ଯିବାପରେ ସେମାନେ ୱେବ୍‌ସାଇଟ୍‌କୁ ପ୍ରବେଶ କରି କାର୍ଯ୍ୟ କରିପାରିବେ ।

ଏନେଇ ଜାତୀୟ ଗଣାମଧ୍ୟମରେ ଚର୍ଚ୍ଚା ହେବା ପରେ ଧୀରେ ଧୀରେ ଏ ସମ୍ପର୍କରେ ଖବର ସାମ୍ନାକୁ ଆସୁଛି । ସୁପ୍ରିମକୋର୍ଟର ଓକିଲ ଜୟ ଅନନ୍ତ ଦେହଦ୍ରାଙ୍କ ଚିଠିକୁ ଦର୍ଶାଇ ବିଜେପି ସାଂସଦ ନିଶିକାନ୍ତ ଦୁବେ ସଂସଦରେ ପ୍ରଶ୍ନ ପଚାରିବା ପାଇଁ ବ୍ୟବସାୟୀ ଦର୍ଶନ ହୀରା ନନ୍ଦାନୀଙ୍କଠାରୁ ଲାଞ୍ଚ ନେଇଥିବାର ଅଭିଯୋଗ ହେବା ପରେ ଏହି ନିୟମ ବଦଳିଛି ।

ସେପଟେ ଏନେଇ ଜାତୀୟ ଗଣମାଧ୍ୟର ଏକ ସାକ୍ଷତକାରରେ ମହୁଆ ମୈତ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଦର୍ଶନ ହିରାନନ୍ଦାନୀଙ୍କ କାର୍ଯ୍ୟାଳୟରେ କେହି ଜଣେ ପୂର୍ବରୁ ପ୍ରଶ୍ନ ଟାଇପ୍ କରିଥିଲେ । ଯାହା ମୁଁ ସଂସଦ ୱେବସାଇଟରେ ଦେଇଥିଲି । ସାଂସଦଙ୍କ ଲଗଇନ୍ ସମ୍ପର୍କରେ ତଥ୍ୟ କାହା ପାଖରେ ରହିପାରିବ ସେନେଇ ଜାତୀୟ ସୂଚନା କେନ୍ଦ୍ର (NIC) ଲଗଇନ୍‌ରେ କୌଣସି ନିୟମ ନାହିଁ ବୋଲି ସେ କହିଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now