Advertisment

ମହାରାଷ୍ଟ୍ରରେ କାହା କବଜାରେ ଏନସିପି ? ଦଳ ଦୁଇ ଫାଳ ହେବାପରେ ଦୁଇ ପକ୍ଷ ମଧ୍ୟରେ ଟଣାଓଟରା

ମହାରାଷ୍ଟ୍ରରେ ଏନସିପି ରାଜନୀତିରେ ରୋଚକ ମୋଡ। ଦଳ ଦୁଇ ଫାଳ ହେବାପରେ ଉଭୟ ପକ୍ଷ ମଧ୍ୟରେ ଟଣାଓଟରା ଲାଗିରହିଛି । ଉଭୟ ଗୋଷ୍ଠୀ ହିଁ ସେମାନେ ଅସଲ ଏନସିପି ବୋଲି ଦାବି କରିଛନ୍ତି । ଏଥିସହ ସାଙ୍ଗଠନିକ ପରିବର୍ତ୍ତନ ବି କରିଛନ୍ତି । ହେଲେ କିଏ ଅସଲ ଏନସିପି ତାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି। ....

author-image
Prangyan Parimita
ଅଦ୍ୟତନ ହୋଇଛି
Sharad pawar vs Ajit pawar

Sharad pawar vs Ajit pawar

କାହା ହାତରେ ଏନସିପି ମଙ୍ଗ? .... କିଏ ଦଳର ଅସଲ ମୁଖିଆ? .... କାହା କବଜାରେ ରହିବ ଦଳ? .... ଦାଦା ଶରଦ ପାୱାର ଏବଂ ପୁତୁରା ଅଜିତ ପାୱାରଙ୍କ ମଧ୍ୟରେ ଚାଲିଛି ଟଣାଓଟରା। ଉଭୟ ଗୋଷ୍ଠୀ ସେମାନଙ୍କର ପତିଆରା ଜାହିର କରିଛନ୍ତି ଏବଂ ସେହି ଅନୁଯାୟୀ ଗୋଟିଚାଳନା ବି କରୁଛନ୍ତି । ଦଳରେ ଏବେ ଦୁଇ ପ୍ରକାରର ସାଙ୍ଗଠନିକ ପରିବର୍ତ୍ତନ ହେଉଥିବା ଦେଖିବାକୁ ମିଳୁଛି । ....

Advertisment

ଦଳର ରାଷ୍ଟ୍ରୀୟ ସଭାପତି ଶରଦ ପାୱାର ସାଂସଦ ସୁନିଲ ତଟକରେ ଏବଂ ପ୍ରଫୁଲ୍ଲ ପଟେଲଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ପାର୍ଟିରୁ ବିଦା କରିଛନ୍ତି । ଉଭୟଙ୍କୁ ସାଂସଦ ପଦରୁ ଅଯୋଗ୍ୟ ଘୋଷଣା ପାଇଁ ଆବେଦନ କରିଛନ୍ତି । ଦଳତ ଅନ୍ୟ ୩ ନେତା ଶିବାଜୀ ରାଓ ଗଡଜେ, ବିଜୟ ଦେଶମୁଖ ଏବଂ ନରେନ୍ଦ୍ର ରାଣେଙ୍କୁ ମଧ୍ୟ ଦଳରୁ ବହିଷ୍କାର କରାଯାଇଛି। ମନ୍ତ୍ରୀ ଭାବେ ଶପଥ ନେଇଥିବା ୯ ଜଣ ଏନସିପି ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ଏନସିପି ବାଚସ୍ପତିଙ୍କ ନିକଟରେ ପିଟିସନ ଦାଖଲ କରିଛି । ବିରୋଧୀ ଦଳ ନେତା ଭାବେ ଜିତେନ୍ଦ୍ର ଅୱଧଙ୍କୁ ଦଳ ପକ୍ଷରୁ ନିଯୁକ୍ତ କରାଯାଇଛି।

ଅନ୍ୟପକ୍ଷରେ ଅଜିତ ପାୱାର ଗୋଷ୍ଠୀ ମଧ୍ୟ ଦଳକୁ ନିଜ ଅକ୍ତିଆରକୁ ନେବା ପାଇଁ ଗୋଟିଚାଳନା କରିଛି । ପ୍ରଫୁଲ୍ଲ ପଟେଲ ଦଳର ସଭାପତି ପଦରୁ ଜୟନ୍ତ ପାଟିଲଙ୍କୁ ହଟାଇ ଦେଇଛନ୍ତି । ଏଥି ସହିତ ଶରଦ ପାୱାରଙ୍କ ଦ୍ୱାରା ବହିଷ୍କୃତ ସୁନିଲ ତଟକରେଙ୍କୁ ଦଳର ନୂଆ ରାଜ୍ୟ ସଭାପତି ଭାବେ ଘୋଷଣା କରିଛନ୍ତି। ଏଥିସହିତ ଅଜିତ ପାୱାରଙ୍କୁ ସର୍ବସମ୍ମତି କ୍ରମେ ବିଧାୟକ ଦଳର ନେତା ନିର୍ବାଚିତ କରାଯାଇଛି ଏବଂ ଅନିଲ ଭାଇଦାସ ପାଟିଲଙ୍କୁ ମୁଖ୍ୟ ସଚେତକ ନିଯୁକ୍ତ କରାଯାଇଛି। ଏହି ନିଷ୍ପତ୍ତି ସଂପର୍କରେ ବାଚସ୍ପତିଙ୍କୁ ଜଣାଇ ଦିଆଯାଇଥିବା ପ୍ରଫୁଲ୍ଲ ପଟେଲ କହିଛନ୍ତି।

Advertisment

ଏବେ ଉଭୟ ଗୋଷ୍ଠି ପକ୍ଷରୁ ଦଳରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ଏବଂ ସାଂଗଠନିକ ପରିବର୍ତ୍ତନ ବି କରାଯାଇଛି। ବଳ କଷାକଷି ଭିତରେ ଆଜି ଉଭୟ ଗୋଷ୍ଠୀ ବୈଠକ ଡାକିଛନ୍ତି। ମୁମ୍ବାଇରେ ହେବାକୁ ଥିବା ଏହି ବୈଠକରେ ଦୁଇ ଗୋଷ୍ଠୀ କେଉଁ ରଣନୀତି ନିର୍ଦ୍ଧାରଣ କରୁଛନ୍ତି ତା ଉପରେ ନଜର। ....

NCP Maharashtra Political Crisis
Advertisment
Advertisment