• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବିଜେପି ଆଡ଼କୁ ଢଳୁଛନ୍ତି କି ବିଜେଡି କର୍ପୋରେଟର ? ଖୋଦ ବିଜେଡି କର୍ପୋରେଟର ଏଭଳି ବଡ଼ ଖୁଲାସା କରିବା ପରେ ରାଜଧାନୀ ବିଜେଡି ରାଜନୀତି ଏବେ ଚର୍ଚ୍ଚାରେ । ବିଜେଡି କର୍ପୋରେଟରଙ୍କୁ ଧରି ଦୁଇ ଗୋଷ୍ଠୀ କରାଯାଉଥିବାରୁ ସୁପ୍ରିମୋଙ୍କ ମୁଣ୍ଡ ବିନ୍ଧା ବଢିଛି । ଅନ୍ୟପଟେ ତୁ ତୁ ମେ ମେ ଜାରି ରହିଛି ।

ସତ୍ତା ବଦଳିଲା… ରାଜଧାନୀ ବିଜେଡି କଳି ତେଜିଲା । ଭୁବନେଶ୍ୱର ମହାନଗର ନିଗମରେ ବୋହିଲାଣି ଝଡ଼ । ଜଣକ ପରେ ଜଣେ ଅସନ୍ତୁଷ୍ଟ କର୍ପୋରେଟର ଏବେ କାଳେ ବିଜେପି ମୁହାଁ । ଖୋଦ୍ ବିଜେଡି କର୍ପୋରେଟର ଅମରେଶ ଜେନା ଏଭଳି ସାଂଘାତିକ ବୟାନ ଦେବାପରେ ଘନେଇଛି ବିଜେଡି ଗୋଷ୍ଠୀ କନ୍ଦଳ ।

ବିବାଦ ଆରମ୍ଭ ହୋଇଛି ଏକାମ୍ର ନିର୍ବାଚନ ମଣ୍ଡଳୀରୁ । ତିନି ତିନଥରର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା ଏଥର ନିର୍ବାଚନରେ ପରାଜିତ ହୋଇଥିବାରୁ ସେ ଏବେ ବିଜେଡିର ବିଦ୍ରୋହୀ କର୍ପୋରେଟର ଅମରେଶ ଜେନା ଓ ବିରଞ୍ଚି ନାରାୟଣ ମହାସୁପକାରଙ୍କ ବିରୋଧରେ ଅନ୍ୟ କର୍ପୋରେଟରଙ୍କୁ ଏକାଠି କରୁଛନ୍ତି ।

ନିଜ ଘରେ କିଛି ବିଜେଡି କର୍ପୋରେଟରଙ୍କ ବୈଠକ କରି ଦବଦବା ଜାହିର କରିବାକୁ ଚେଷ୍ଟା କରୁଛନ୍ତି । ଖାଲି ସେତିକି ନୁହେଁ ବେଲପତ୍ର ଛୁଆଁଇ ଶପଥ କରାଉଥିବା କଥାକୁ ବି ସାମ୍ନାକୁ ଆଣିଛନ୍ତି ଅମରେଶ । ବିଜେଡି କର୍ପୋରେଟରଙ୍କୁ ବିଭାଜିତ କରି ନିଜ ଗୁରୁତ୍ୱ ବଢାଇବାକୁ ଏଭଳି କରୁଛନ୍ତି ବୋଲି ଅମେରଶ ଅଭିଯୋଗ ଆଣିଛନ୍ତି ।

ଆଉ ଏଥିରେ ଅଶୋକଙ୍କୁ କୁଆଡେ ଭୁବନେଶ୍ୱର-ମଧ୍ୟ ନିର୍ବାଚନ ମଣ୍ଡଳୀ ବିଧାୟକ ଅନନ୍ତ ନାରାୟଣ ଜେନା ସହଯୋଗ କରୁଛନ୍ତି । ଅମରେଶଙ୍କ ଅଭିଯୋଗ ନେଇ ଅଶୋକ ପଣ୍ଡା ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିବା ବେଳେ ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି ବିଧାୟକ ଅନନ୍ତ ନାରାୟଣ ଜେନା ।

ସାଧାରଣ ନିର୍ବାଚନ ପୂର୍ବରୁ ଭୁବନେଶ୍ୱର ଏକାମ୍ର ଓ ମଧ୍ୟ ନିର୍ବାଚନ ମଣ୍ଡଳୀ ଟିକେଟ ନେଇ ପ୍ରବଳ ବିରୋଧ ଦେଖା ଦେଇଥିଲା ବିଜେଡିରେ । ବିରଞ୍ଚିଙ୍କ ବିଦ୍ରୋହ ଲାଗି ଅଶୋକ ପଣ୍ଡା ପରାଜିତ ହୋଇଥିବା ଚର୍ଚ୍ଚା ହେଉଛି । ସେହିପରି ମଧ୍ୟ ନିର୍ବାଚନ ମଣ୍ଡଳୀରେ ଅମରେଶଙ୍କ ବିଦ୍ରୋହ ପାଇଁ ହାରୁ ହାରୁ ମାତ୍ର ୩୭ ଖଣ୍ଡ ଭୋଟ୍‌ରେ ବିଜୟୀ ହୋଇଛନ୍ତି ଅନନ୍ତ ।

ବର୍ତ୍ତମାନ ନିର୍ବାଚନ ପରେ ବି ଅସନ୍ତୋଷ ପ୍ରବଳ । କିଛି ଦିନ ତଳେ ବିଏମସି ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ନିର୍ବାଚନରେ ଆମନା ସାମ୍ନା ହୋଇଥିଲେ ବିଜେଡି କର୍ପୋରେଟର । ସେହିପରି କର୍ପୋରେସନ ବୈଠକରେ ବି ଗୋଷ୍ଠୀ କନ୍ଦଳ ତୀବ୍ର ବାରି ହେଉଛି । ରାଜଧାନୀରେ ବିଜେଡି କଳି ଯଦି ଏତେ ତୀବ୍ର, ତାହାଲେ ପରାଜୟ ପରେ ରାଜ୍ୟବ୍ୟାପୀ ଦଳର ସ୍ଥିତି କଣ ଥିବ ସହଜରେ ଅନୁମାନ କରାଯାଇପାରେ ।

OTV is now on Whatsapp

Join and get latest news update delivered to you via whatsapp

Join Now