Advertisment

‘୨୦୧୯ ରେ ଗୋଡ଼ିମାଟି ଜିତିଲେ କିନ୍ତୁ ବାରବାଟୀରେ ଦେବାଶିଷ ହାରିଲେ’

ତେଜିଲା ବିଜେଡି କଳି। ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଉପରେ ବର୍ଷିଲେ ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ।

author-image
Manoranjan Behera
ଅଦ୍ୟତନ ହୋଇଛି
Sambit Routray & Debasish Samantray

Sambit Routray & Debasish Samantray

ପୁଣି ତେଜିଲା ବିଜେଡି କଳି। ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଉପରେ ବର୍ଷିଲେ ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ। ଗତକାଲି ଦେବାଶିଷ ସମ୍ବିତ ରାଉତରାୟଙ୍କୁ ଆକ୍ଷେପ କରି ସେ ତାଙ୍କ ସମସ୍କନ୍ଧ ନହଁନ୍ତି ବୋଲି କହିଥିଲେ। ଏପରିକି ରାଉତରାୟ ପରିବାରକୁ ଲୋକ ପ୍ରତ୍ୟାଖ୍ୟାନ କରିଥିବା କହିଥିଲେ ଦେବାଶିଷ।

Advertisment

ଏଭଳି ଆକ୍ଷେପର ଜବାବ ରଖିଛନ୍ତି ସମ୍ୱିତ। ସମ୍ବିତ କହିଛନ୍ତି, ମୋ ପରିବାର ହେଉଛି ଦାମ ରାଉତଙ୍କ ପରିବାର। ୨୦୧୯ରେ ମୁଁ ୭୦ ହଜାର ଭୋଟ ପାଇଥିଲି ଆଉ ୨୦୨୪ରେ ମୋ ପତ୍ନୀ ମଧ୍ୟ ସେତିକି ଭୋଟ ପାଇଛନ୍ତି। ଲୋକେ ଆମକୁ ପ୍ରତ୍ୟାଖ୍ୟାନ କଲେ କେମିତି ବୋଲି ସମ୍ବିତ ପ୍ରଶ୍ନ କରିଛନ୍ତି। କଂଗ୍ରେସ ଦୁର୍ବଳ ପ୍ରାର୍ଥୀ ଦେବାରୁ ତାଙ୍କ ପତ୍ନୀ ପରାଜିତ ହୋଇଥିବା ସେ କହିଛନ୍ତି। ଏପରିକି ତାଙ୍କ ପତ୍ନୀଙ୍କୁ ହରାଇବାକୁ ଦେବାଶିଷ ସାମନ୍ତରାୟଙ୍କ ପାଖ ଲୋକ କାମ କରୁଥିଲେ ବୋଲି ସମ୍ୱିତ ପାଲଟା ଅଭିଯୋଗ କରିଛନ୍ତି। ଏପରିକି ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳଙ୍କ ପାଇଁ ମଧ୍ୟ ଓକିଲାତି କରିଛନ୍ତି ସମ୍ୱିତ।

ସମ୍ବିତ କହିଛନ୍ତି, ୨୦୧୯ରେ ମୁଁ ଜିତିଲି, ପ୍ରଭାତ ବିଶ୍ବାଳଙ୍କ ପୁଅ ସୌଭିକ ମଧ୍ୟ ଜିତିଲେ। ଗୋଡିମାଟି ଜିତିଲେ କିନ୍ତୁ ବାରବାଟୀରେ ଦେବାଶିଷ କାହିଁକି ଜିତି ପାରିଲେନି ? ଦଳ ତାଙ୍କୁ ଏଥର କାହିଁକି ବାରବାଟୀ କଟକରେ ଟିକେଟ ଦେଲାନି ? ଦଳ ଯାହାକୁ ଟିକେଟ୍ ଦେଲା ତାଙ୍କୁ ଦେବାଶିଷ ଜିଲ୍ଲା ସଭାପତି ଭାବେ ଦାୟିତ୍ବ ନେଇ ଜିତାଇପାରିଲେନି। ସେଠି ଦଳ ୩ ନମ୍ବରକୁ ଚାଲିଗଲା ବୋଲି କହି ସମ୍ୱିତ ଦେବାଶିଷଙ୍କୁ କଡା ଜବାବ ଦେଇଛନ୍ତି।

Advertisment

ଗତକାଲି ଦେବାଶିଷଙ୍କ ପ୍ରଶ୍ନର ଉତ୍ତର ରଖି ବର୍ଷିଥିଲେ କଟକ ଚୌଦ୍ୱାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ। ସେ କହିଥିଲେ, ମୁଁ କିଏ ଲୋକ ଜାଣିଛନ୍ତି, ଦେବାଶିଷ ବାବୁଙ୍କ ବିଷୟରେ ବି ଲୋକ ଜାଣିଛନ୍ତି। ସେ ମୋ ବିଷୟରେ ଟିପ୍ପଣୀ ରଖିବା ଅତ୍ୟନ୍ତ ହାସ୍ୟାସ୍ପଦ। ମେ ୨୯ରେ ମୁଖ୍ୟ ଭୂମିକା ନେଇଥିବା ଲୋକ ଦଳରେ ଏବେ ପ୍ରମୁଖ ଭୂମିକାରେ। ଦେବାଶିଷ ବାବୁଙ୍କୁ ଏସବୁ କହିବାକୁ କିଏ ଶିଖେଇ ଦେଇଥିବ ବୋଲି ପ୍ରଭାତ କହିଛନ୍ତି। ମିଡ୍ ନାଇଟ୍ ଅପରେସନ୍ ପଛରେ ଥିବା ମୁଖ୍ୟ ଲୋକ ଏବେ ଦଳରେ ସବୁ ମୁଖ୍ୟ ନିଷ୍ପତ୍ତି ନେଉଛନ୍ତି। ସେ କଥା ସେ ଦିନ ସେ କହିଥିଲେ ବୋଲି ସଫେଇ ରଖିଛନ୍ତି ପ୍ରଭାତ ବିଶ୍ୱାଳ।

BJD Odisha Politics Debasish Samantray Sambit Routray
Advertisment
Advertisment