ପୌରସଂସ୍ଥା ଅଧ୍ୟକ୍ଷ ପଦ ପାଇଁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। ୧୦୭ଟି ପୌରସଂସ୍ଥାର ଅଧ୍ୟକ୍ଷ ପଦ ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ବିଜ୍ଞପ୍ତି ପ୍ରକାଶ ପାଇଛି। ଅନୁସୂଚିତ ଜାତି ମହିଳାଙ୍କ ପାଇଁ ୯ଟି ଅଧ୍ୟକ୍ଷ ପଦ, ଅନୁସୂଚିତ ଜାତିଙ୍କ ପାଇଁ ୮ଟି ଅଧ୍ୟକ୍ଷ ପଦ ସଂରକ୍ଷିତ ରହିଛି।
ସେହିପରି ଜନଜାତିଙ୍କ ପାଇଁ ୩ଟି ଅଧ୍ୟକ୍ଷ ପଦ, ଜନଜାତି ମହିଳାଙ୍କ ପାଇଁ ୫ଟି ଅଧ୍ୟକ୍ଷ ପଦ ସଂରକ୍ଷିତ ଥିବାବେଳେ ୪୨ଟି ଅଧ୍ୟକ୍ଷ ପଦ ଅସଂରକ୍ଷିତ ରହିଛି।



ସୂଚନାଥାଉ କି, କିଛିଦିନ ପୂର୍ବେ ବ୍ରହ୍ମପୁର, କଟକ, ଭୁବନେଶ୍ୱର ପାଇଁ ଚୂଡ଼ାନ୍ତ ଓ୍ୱାର୍ଡ ସୀମା ନିର୍ଦ୍ଧାରଣ ନେଇ ଖବର ପ୍ରକାଶିତ ହୋଇଥିଲା। ସୀମା ନିର୍ଦ୍ଧାରଣ ସହ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ମଧ୍ୟ ପ୍ରକାଶ ପାଇଥିଲା। ବ୍ରହ୍ମପୁରର ମୋଟ୍ ୪୨ଟି ଓ୍ୱାର୍ଡରୁ ୨୩ଟି ଓ୍ୱାର୍ଡ ସଂରକ୍ଷିତ ରହିଛି ।