Advertisment

ଠାକରେଙ୍କୁ ଚେକ୍ ଦେବାକୁ ଠାକରେ ଅସ୍ତ୍ର, ବିଜେପି ସହ ମେଣ୍ଟ କରିବେ ରାଜ ଠାକ୍‌ରେ

ଉଦ୍ଧବ ଠାକରେଙ୍କ କାକା ପୁଅ ଭାଇ ରାଜ୍ ଠାକରେ । ଦିଲ୍ଲୀରେ ଅମିତ ଶାହାଙ୍କ ସହିତ ଆଲୋଚନା ।

author-image
Satyendu Shekher Mishra
 Raj Thackrey

Raj Thackrey

NDAରେ ସାମିଲ ହେବ MNS ! NCP ଓ ଶିବସେନା ପରେ ମିଳିଲା ନୂଆ ସାଥୀ । ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ରରେ ସରଗରମ ମେଣ୍ଟ ଆଲୋଚନା । ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେ। ଶାହଙ୍କ ସମେତ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କୁ ବି ଭେଟିଛନ୍ତି ରାଜ୍ ଠାକରେ। ଆଉ ଏହି ଭେଟଘାଟ ପଛର ମୂଳ ପ୍ରସଙ୍ଗ ମେଣ୍ଟ ଆଲୋଚନା ବୋଲି ଚର୍ଚ୍ଚା ହେଉଛି। କୁହାଯାଉଛି, ମେଣ୍ଟ ପରବର୍ତ୍ତୀ ସିଟ୍ ଡିଲ୍ ବି ଚୂଡାନ୍ତ ହୋଇଛି।

Advertisment

ରାଜ ମାଗିଛନ୍ତି ଦକ୍ଷିଣ ମୁମ୍ବାଇ, ଶିରିଡି ଏବଂ ନାସିକ ଲୋକସଭା ସିଟ୍। ତେବେ ଦକ୍ଷିଣ ମୁମ୍ବାଇ ସିଟ୍ ଏମଏନଏସକୁ ଛାଡିବାକୁ ଏନଡିଏ ରାଜି ହୋଇଥିବା ଚର୍ଚ୍ଚା ହେଉଛି। 

ମହାରାଷ୍ଟ୍ରରେ ଶିବସେନା ଉଦ୍ଧବ ଠାକରେ ଗୋଷ୍ଠୀକୁ ହରାଇବାକୁ ତାଙ୍କ କାକା ପୁଅ ଭାଇ ରାଜ ଠାକରେଙ୍କ ସହ ବିଜେପି ମେଣ୍ଟ କରିପାରେ। ଚର୍ଚ୍ଚା ହେଉଛି ଯେ,ଏନସିପି ଅଜିତ ପାୱାର ଗୋଷ୍ଠୀ ଓ ଶିବସେନା ଏକନାଥ ସିନ୍ଦେ ଗୋଷ୍ଠୀ ସହିତ ହାତ ମିଳାଇବା ପରେ ଏବେ ବିଜେପି ନିଜର ଶକ୍ତି ବୃଦ୍ଧି ପାଇଁ ରାଜ ଠାକରେଙ୍କ ସହିତ ମଧ୍ୟ ମେଣ୍ଟ କରିବ।  

Advertisment

ବିଶେଷ କରି ଶିବସେନା ଉଦ୍ଧବ ଗୋଷ୍ଠୀର ପ୍ରଭାବକୁ ହ୍ରାସ କରିବାକୁ ଏହି ରଣନୀତି ହୋଇଛି। ଗତ ନିର୍ବାଚନରେ ବିଜେପି ଓ ଶିବସେନା ମିଳିତ ଭାବେ ଲଢି ୪୮ରୁ ୪୧ ଟି ଆସନ ଜିତିଥିଲେ। ଏବେ ଶିବସେନା ଦୁଇ ଫାଳ। ଏନଡିଏ ଛାଡି ଇଣ୍ଡି ମେଣ୍ଟରେ ସାମିଲ ହୋଇଛି ଉଦ୍ଧବ ଶିବସେନା ଗୋଷ୍ଠୀ। 

ରାଜ ଠାକରେ ପୂର୍ବରୁ ଶିବସେନାର ଫାୟାର ବ୍ରାଣ୍ଡ ଲିଡର ଥିଲେ। ଏପରିକି ତାଙ୍କୁ ବାଲ ଠାକରେଙ୍କ ଦାୟାଦ କୁହାଯାଉଥିଲା। କାକାଙ୍କ ପରି ସେ ମଧ୍ୟ ଚରମପନ୍ଥୀ ଥିଲେ। କିନ୍ତୁ ଉଦ୍ଧବ ଠାକରେଙ୍କ ହାତକୁ ଚାଲି ଯାଇଥିଲା ଶିବସେନା। ଏହା ପରେ ୨୦୦୬ରେ ରାଜ ଠାକରେ ମହାରାଷ୍ଟ୍ର ନବ ନିର୍ମାଣ ସେନା ଗଠନ କରିଥିଲେ। କିନ୍ତୁ ମହାରାଷ୍ଟ୍ର ରାଜନୀତିରେ ତାଙ୍କୁ ବିଶେଷ କିିଛି ସଫଳତା ମିଳିନାହିଁ। ଏବେ ତାଙ୍କ ସହିତ ମେଣ୍ଟ କରି ଉଦ୍ଧବ ଠାକରେଙ୍କୁ ଚେକ୍ ଦେବାକୁ ବିଜେପି କରିଛି ରଣନୀତି। ରାଜ ଠାକରେଙ୍କ ରାଜନୈତିକ ଭାଗ୍ୟରେ ମଧ୍ୟ ନୂଆ ସୂର୍ଯ୍ୟୋଦୟ ହୋଇପାରେ।

Advertisment
Advertisment