Advertisment

‘ନାଟକବାଜି ନ କରି EDରେ ହାଜର ହୁଅନ୍ତୁ ରାହୁଲ’

ନ୍ୟାସନାଲ ହେରାଲ୍ଡ ମାମଲାରେ ଇଡିର ସମନକୁ ନେଇ ତେଜିଲା ରାଜନୀତି । ରାଜନୀତି ନ କରି ରାହୁଲ ଇଡି ଆଗରେ ହାଜର ହୁଅନ୍ତୁ ବୋଲି ବର୍ଷିଲେ ସମ୍ବିତ ।

author-image
Otv Khabar Bureau
Rahul Gandhi should admit embezzlement of 500 crores, says BJP spokesperson Sambit Patra

Rahul Gandhi should admit embezzlement of 500 crores, says BJP spokesperson Sambit Patra

ନ୍ୟାସନାଲ ହେରାଲ୍ଡ ମାମଲାରେ ସୋନିଆ ଓ ରାହୁଲ ଗାନ୍ଧିଙ୍କ ଉପରେ ବର୍ଷିଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ।ନ୍ୟାସନାଲ୍ ହେରାଲ୍ଡ୍ ଖବରକାଗଜ ସମ୍ପର୍କିତ ‘ମନି ଲଣ୍ଡରିଙ୍ଗ୍’ ମାମଲାରେ ଜେରା ପାଇଁ କାଲି ରାହୁଲ୍ ଗାନ୍ଧି ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହେବାର ଅଛି । ଏଥିପାଇଁ ପ୍ରତିବାଦ ପ୍ରଦର୍ଶନ ନିମନ୍ତେ କଂଗ୍ରେସ କର୍ମୀମାନେ ଯୋଜନା କରୁଛନ୍ତି ତେବେ ଇଡିରେ ହାଜର ପୂର୍ବରୁ ସବୁ କଂଗ୍ରେସ ସାଂସଦଙ୍କୁ ଦିଲ୍ଲୀ ଡକାଇ କାହିଁକି କଂଗ୍ରେସ ଏହାର ରାଜନୀତି କରଛି ବୋଲି ପ୍ରଶ୍ନ କରିଛନ୍ତି ସମ୍ବିତ ପାତ୍ର ।

Advertisment

ଏହି ପ୍ରସଙ୍ଗରେ ସମ୍ବିତ ପାତ୍ର କଂଗ୍ରେସ ନେତା ରାହୁଲଙ୍କୁ କଟାକ୍ଷ କରି କହିଛନ୍ତି ଯେ, ‘ରାହୁଲ ନାଟକବାଜୀ ନ କରି କାଲି ଇଡି ଆଗରେ ହାଜର ହୁଅନ୍ତୁ ଏବଂ ରାଜନୀତି କରି ଆଇନରୁ ଖସିବାକୁ ଚେଷ୍ଟା କରନ୍ତୁନି’

Advertisment

ତେବେ ସେପଟେ କଂଗ୍ରେସ ଏହାକୁ ପ୍ରତିଶୋଧ ରାଜନୀତି ବୋଲି କହିଛି ।

Rahul Gandhi Sambit Patra
Advertisment
Advertisment