Advertisment

କ୍ୟାମ୍ପେନରେ କମ୍ପୁଛି କର୍ଣ୍ଣାଟକ: ଡେଲିଭରି ବୟ ସହ ସ୍କୁଟରରେ ବୁଲିଲେ ରାହୁଲ

କର୍ଣ୍ଣାଟକରେ ହାଇଭୋଲଟେଜ୍ ପ୍ରଚାର। ୧୦ କିଲୋମିଟର ରୋଡ ସୋ କଲେ ମୋଦି। ଡେଲିଭରି ବୟ ସହ ସ୍କୁଟରରେ ବସି ବୁଲିଲେ ରାହୁଲ

author-image
Chandan Shishu
ଅଦ୍ୟତନ ହୋଇଛି
Rahul Gandhi

Rahul Gandhi

କ୍ୟାମ୍ପେନରେ କମ୍ପୁଛି କର୍ଣ୍ଣାଟକ। ଆସନ୍ତାକାଲି ପ୍ରଚାର ସରୁଥିବା ବେଳେ ଆଜି ଦମ୍ ଲଗାଇଦେଇଛି ବିଜେପି। ଦଳର ତିନି ହେଭିୱେଟ୍ କରିଛନ୍ତି ପ୍ରଚାର। ପ୍ରଧାନମନ୍ତ୍ରୀ ମୋଦି ଆଜି ୧୦ କିଲୋମିଟର ରୋଡ ସୋ କରିଛନ୍ତି। ବେଙ୍ଗାଲୁରୁର ପ୍ରତିଷ୍ଠାତା କେମ୍ପେଗୌଡ଼ାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ନିୟୁ ଟିପ୍ପାସାନ୍ଦ୍ରା ରୋଡରୁ ବାହାରିଥିଲା ପିଏମ୍ ମୋଦିଙ୍କ ଶୋଭାଯାତ୍ରା।

Advertisment

ମୋଦିଙ୍କ ଝଲକ ପାଇବାକୁ ରାସ୍ତାର ଦୁଇ ପଟରେ ହଜାର ହଜାର ସଂଖ୍ୟାରେ ଜନତାଙ୍କ ସମାଗମ ହୋଇଥିଲା। ପ୍ରଧାନମନ୍ତ୍ରୀଙ୍କ ଉପରକୁ ପୁଷ୍ପ ବୃଷ୍ଟି କରି ସ୍ୱାଗତ କରିଥିଲେ ବେଙ୍ଗଳୁରୁବାସୀ। ପ୍ରଧାନମନ୍ତ୍ରୀ ବି ଜନତାଙ୍କ ଉପରକୁ ଫୁଲ ପକାଇ ଓ ହାତ ହଲାଇ ଅଭିବାଦନ ଗ୍ରହଣ କରିଥିଲେ। ଦୀର୍ଘ ୧୦ କିଲୋମିଟର୍ ଏହି ଯାତ୍ରା ଟ୍ରିନିଟି ଚର୍ଚ୍ଚ ସର୍କଲରେ ଶେଷ ହୋଇଥିଲା। ଏହା ପରେ ଶିବମୋଗାରେ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ ମୋଦି।

ପରେ ପ୍ରଧାନମନ୍ତ୍ରୀ ମହିଶୂରର ନଞ୍ଜନାଗୁଡୁରେ ଥିବା ଶ୍ରୀକାନ୍ତେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ମହାଦେବଙ୍କ ପାଖରେ ଜଳାଭିଷେକ କରିବା ସହ ଆଶୀର୍ବାଦ ଲୋଡିଥିଲେ ପ୍ରଧାନମନ୍ତ୍ରୀ। ସେହିପରି ଆଜି ଦଳ ପାଇଁ ଗୃହ ମନ୍ତ୍ରୀ ଅମିତ ଶାହ ଓ ବିଜେପି ସଭାପତି ଜେପି ନଡ୍ଡା ମଧ୍ୟ କ୍ୟାମ୍ପେନିଂ କରିଛନ୍ତି।

Advertisment

ସେପଟେ କଂଗ୍ରେସ ପାଇଁ ପ୍ରଚାରର ମଙ୍ଗ ଧରିଛନ୍ତି ରାହୁଲ ଗାନ୍ଧୀ ଓ ଭଉଣୀ ପ୍ରିୟଙ୍କା ଗାନ୍ଧୀ। ବେଙ୍ଗଳୁରୁରେ ଜଣେ ଡେଲିଭରି ବୟ ସହ ସ୍କୁଟରରେ ବସି ସେ ରହୁଥିବା ହୋଟେଲ ପର୍ଯ୍ୟନ୍ତ ଯାଇଥିଲେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧି । ସେହିପରି ଦକ୍ଷିଣ କନ୍ନଡରେ କଂଗ୍ରେସ ପକ୍ଷରୁ ପ୍ରଚାର କରିଥିଲେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି।

Rahul Gandhi Election Campaign Narendra Modi Karnataka Assembly Election
Advertisment
Advertisment