Advertisment

ରାଜନୀତିରେ ଏଣ୍ଟ୍ରି କରିବେ ଭିନେଶ ଓ ପୁନିଆ ! ରାହୁଲଙ୍କୁ ଭେଟିବା ପରେ ବଢ଼ିଲା ଚର୍ଚ୍ଚା

କୁସ୍ତି ଯୋଦ୍ଧା ଭିନେଶ ଫୋଗଟ୍ ଓ ବଜରଂଗ ପୁନିଆଙ୍କୁ ନେଇ ଏକ ବଡ଼ ଖବର ଆସିଛି। ଉଭୟ କଂଗ୍ରେସରେ ସାମିଲ୍ ହେବା ନେଇ ଚର୍ଚ୍ଚା ଜୋର୍ ଧରିଛି।

ଅଦ୍ୟତନ ହୋଇଛି
Rahul Gandhi meets Vinesh Phogat, Bajrang Punia

Rahul Gandhi meets Vinesh Phogat, Bajrang Punia

Advertisment

ଆସନ୍ତା ମାସରେ ହରିୟାଣା ବିଧାନସଭା ନିର୍ବାଚନ। ଏହା ପୂର୍ବରୁ ରାଜ୍ୟରେ ରାଜନୈତିକ ମାହୋଲ ଗରମ ରହିଛି। କୁସ୍ତି ଯୋଦ୍ଧା ଭିନେଶ ଫୋଗଟ୍ ଓ ବଜରଂଗ ପୁନିଆଙ୍କୁ ନେଇ ଏକ ବଡ଼ ଖବର ଆସିଛି। ଉଭୟ କଂଗ୍ରେସରେ ସାମିଲ୍ ହେବାନେଇ ଚର୍ଚ୍ଚା ଜୋର୍ ଧରିଛି। ଏହାରି ଭିତରେ ପ୍ରାର୍ଥୀ ଘୋଷଣା ପୂର୍ବରୁ ଉଭୟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି। ଯାହାର ଫଟୋ ମଧ୍ୟ ସାମ୍ନାକୁ ଆସିଛି।

Advertisment

ଅଧିକ ପଢନ୍ତୁ : Viral: ଭିନେଶ ଫୋଗଟ୍‌ଙ୍କୁ ଭିଡିଓ କଲ୍ କଲେ ଆମୀର ଖାନ; ଫୋଗଟଙ୍କ ସହ କରିବେ କି 'ଦଙ୍ଗଲ ୨'

ଚର୍ଚ୍ଚା ହେଉଛି ଭିନେଶ ଫୋଗଟ୍ ଓ ବଜରଂଗ ପୁନିଆ କଂଗ୍ରେସରେ ମିଶିପାରନ୍ତି । ସେମାନେ କଂଗ୍ରେସରେ ଯୋଗ ଦେଇ ଆଗାମୀ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ସୂଚନା ମିଳିଛି । ଏହି ସମୟରେ ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ ଏହି ସମ୍ଭାବନା ଆହୁରି ବଢିଯାଇଛି।ନିକଟରେ ପ୍ୟାରିସ୍ ଅଲିମ୍ପିକସରୁ ଫେରିବା ପରେ ଭିନେଶଙ୍କୁ ହରିୟାଣା କଂଗ୍ରେସ ନେତା ଦୀପେନ୍ଦ୍ର ସିଂ ହୁଡା ଦିଲ୍ଲୀ ବିମାନବନ୍ଦରରେ ଭବ୍ୟ ସ୍ୱାଗତ କରିଥିଲେ । ଏହା ପରେ ସେ ନିଜ ଗାଁ ପର୍ଯ୍ୟନ୍ତ ରୋଡ୍ ସୋକୁ ମଧ୍ୟ ସମର୍ଥନ କରିଥିଲେ ।

Advertisment

୨୦୨୩ରୁ ଭାରତୀୟ ରେସଲରଙ୍କ ଦ୍ୱାରା ବିରୋଧ ପ୍ରଦର୍ଶନ କରାଯାଇଥିଲା। ରେସଲିଂ ଫେଡେରେଶନ ଅଫ ଇଣ୍ଡିଆ (ଡବ୍ଲୁଏଫଆଇ)ର ତତ୍କାଳୀନ ଅଧ୍ୟକ୍ଷ ତଥା ବିଜେପି ନେତା ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ସେମାନେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିଲେ। ଯାହାକୁ ନେଇ ବିଜେପି ଓ କୁସ୍ତିଯୋଦ୍ଧାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ତେବେ କଂଗ୍ରେସ ଦିନେ କିମ୍ବା ଦୁଇ ଦିନ ହରିୟାଣାରେ ପ୍ରାର୍ଥୀଙ୍କ ନାମ ଘୋଷଣା କରିବାକୁ ଯାଉଛି । ଏଥିସହିତ, ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପୂର୍ବରୁ କୁସ୍ତିଯୋଦ୍ଧାମାନଙ୍କ ଏହି ବୈଠକ ହରିୟାଣା ବିଧାନସଭା ନିର୍ବାଚନରେ ରେସଲର ଫୋଗଟ୍ ଏବଂ ପୁନିଆ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି ବୋଲି ଆଶା ଉଜ୍ଜଳ ହୋଇଛି।

Advertisment

ଅଧିକ ପଢ଼ନ୍ତୁ: ହାରି ମଧ୍ୟ ଜିତିଗଲେ ଭିନେଶ, ସୁନା ଦେଇ ପଦକ ତିଆରି କରିବେ ଗାଁ ଲୋକେ

Vinesh Phogat Congress Bajrang Punia Rahul Gandhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ