/odishatv-khabar/media/post_attachments/uploadimage/library/16_9/16_9_0/IMAGE_1680520878.jpg)
Rahul Gandhi
କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ବଡ଼ ଆଶ୍ୱସ୍ତି । ତାଙ୍କର ୨ ବର୍ଷ ଜେଲ ଦଣ୍ଡାଦେଶକୁ ସସପେଣ୍ଡ କରିଛନ୍ତି ସୁରତ ସେସନସ କୋର୍ଟ । ଏହା ସହିତ କୋର୍ଟ ରାହୁଲଙ୍କ ଜାମିନକୁ ଏପ୍ରିଲ ୧୩ ତାରିଖ ଯାଏ ବୃଦ୍ଧି କରିଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ମେ ୩ ତାରିଖରେ ହେବ ।
ସୁରତ ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ ଏଚଏଚ ବର୍ମା ଦେଇଥିବା ରାୟକୁ ଚାଲେଞ୍ଜ କରି ରାହୁଲ ଗାନ୍ଧିଙ୍କ ଲିଗାଲ ଟିମ୍ ସେସନ କୋର୍ଟରେ ଆବେଦନ କରିଥିଲେ । ଏହି ଅପିଲ ସହ ରାହୁଲ ଗାନ୍ଧିଙ୍କ ତରଫରୁ ମଧ୍ୟ ଦୁଇଟି ଆବେଦନ କରାଯାଇଥିଲା । ତଳ କୋର୍ଟ ପକ୍ଷରୁ ହୋଇଥିବା ଦୋଷୀ ଦଣ୍ଡାଦେଶ ଉପରେ ରୋକ ଲଗାଇବାକୁ ଆବେଦନ କରଯାଇଥିଲା । ସେହିପରି ତଳ କୋର୍ଟ ଯେଉଁ ରାୟ ଦେଇଛନ୍ତି, ତାକୁ ଖାରଜ କରିବାକୁ ରାହୁଲ ଗାନ୍ଧିଙ୍କ ତରଫରୁ ଆବେଦନ କରାଯାଇଥିଲା ।
ଅଧିକ ପଢ଼ନ୍ତୁ: ରାହୁଲଙ୍କ ପାଇଁ ଚାଲିଥିଲା ରାଲି : ମଞ୍ଚ ଭୁଶୁଡ଼ି ଦୁଇ ବିଧାୟକ ଓ ନେତା ଆହତ
#ରାହୁଲ_ଗାନ୍ଧିଙ୍କୁ_ଆଶ୍ୱସ୍ତି
ରାହୁଲ ଗାନ୍ଧିଙ୍କ ଜାମିନ ଅବଧି ବୃଦ୍ଧି କଲେ ସୁରତ ସେସନ୍ସ କୋର୍ଟ, ଏପ୍ରିଲ ୧୩ ପର୍ଯ୍ୟନ୍ତ ରାହୁଲଙ୍କ ଜାମିନ ଅବଧି ବୃଦ୍ଧି କଲେ କୋର୍ଟ#RahulGandhi#Congress#India#OTVpic.twitter.com/TpgaOWsCM1— ଓଟିଭି (@otvkhabar) April 3, 2023
ମୋଦି ସାଙ୍ଗିଆ ମାନହାନୀ ମୋକଦ୍ଦମା ମାମଲାରେ ରାହୁଲଙ୍କୁ ସୁରତର ଏକ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହିତ ୨ ବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲେ । ଏହା ଦ୍ୱାରା ତାଙ୍କର ଲୋକସଭା ସାଂସଦ ପଦ ରଦ୍ଦ ହୋଇଥିଲା । ତେବେ କୋର୍ଟ ଦଣ୍ଡାଦେଶ ଶୁଣାଇବା ପରେ ହିଁ ରାହୁଲ ଗାନ୍ଧୀଙ୍କୁ ଜାମିନ ପ୍ରଦାନ କରାଯାଇଥିଲା । ନିଷ୍ପତ୍ତି ବିରୋଧରେ ଆବେଦନ କରିବାକୁ ୩୦ ଦିନ ପାଇଁ ଦଣ୍ଡାଦେଶକୁ ସ୍ଥଗିତ କରି ରଖାଯାଇଥିଲା ।
୨୦୧୯ ନିର୍ବାଚନ ସମୟରେ ରାହୁଲ ଏହି ବିବାଦୀୟ ମନ୍ତବ୍ୟ ଦେଇଥିବାର ଅଭିଯୋଗ ହୋଇଥିଲା । କୋର୍ଟଙ୍କ ଏହି ରାୟ ବିରୋଧରେ ସେସନସ କୋର୍ଟକୁ ଯାଇଥିଲେ ରାହୁଲ ଗାନ୍ଧି । ଆଜି ସେ ନିଜେ ସୁରତ କୋର୍ଟକୁ ଯାଇ ହାଜର ହୋଇଥିଲେ । ସାଙ୍ଗରେ ଥିଲେ ଭଉଣୀ ପ୍ରିୟଙ୍କା ଗାନ୍ଧି ଓ ୩ କଂଗ୍ରେସ ମୁଖ୍ୟମନ୍ତ୍ରୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)