Advertisment

ଆଜି ରାଜ୍ୟପାଳ ଭାବେ ଶପଥ ନେବେ ରଘୁବର ଦାସ

ଶପଥ ନେବେ ନବ ନିଯୁକ୍ତ ରାଜ୍ୟପାଳ ….ଦିନ ୧୧ଟା ୪୫ରେ ଶପଥ ଗହଣ ଉତ୍ସବ ....ଓଡିଶାର ୨୬ତମ ରାଜ୍ୟପାଳ ଭାବେ ଶପଥ ନେବେ ...

author-image
Prangyan Parimita
ଅଦ୍ୟତନ ହୋଇଛି
Odisha New Governor Raghubar Das Oath Taking Ceremony

Raghubar Das to take oath as Governor of Odisha today

ଆଜି ଶପଥ ନେବେ ନବ ନିଯୁକ୍ତ ରାଜ୍ୟପାଳ ରଘୁବର ଦାସ । ଦିନ ୧୧ଟା ୪୫ରେ ରାଜଭବନରେ ଓଡ଼ିଶାର ୨୬ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ। ତା ପୂର୍ବରୁ ସକାଳ ୮ଟା ୪୫ ବେଳେ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଗତକାଲି ଟ୍ରେନ ଯୋଗେ ଓଡ଼ିଶା ପହଞ୍ଚିବା ପରେ ପୁରୀ ଶ୍ରୀମନ୍ଦିରରେ ଶ୍ରୀଉଙ୍କ ଦର୍ଶନ କରିଥିଲେ ରଘୁବର। ରାଜ୍ୟପାଳଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ରାଜ୍ୟପାଳଙ୍କର ୮୦ଜଣ ବନ୍ଧୁ ଓ ପରିବାର ବର୍ଗ ତାଙ୍କ ସହ ଓଡିଶା ଆସିଛନ୍ତି। ନୂଆ ରାଜ୍ୟପାଳଙ୍କୁ ପ୍ରୋଟୋକଲ୍ ଅନୁଯାୟୀ Z+ ସୁରକ୍ଷା ପ୍ରଦାନ କରାଯାଇଛି ।.... 

Advertisment

ଜାମସେଦପୁର ଟାଟା କମ୍ପାନିରେ ଚାକିରି କରିଥିବା ରଘୁବର, ୧୯୭୭ରେ ପ୍ରଥେମ ଜନତା ଦଳ ଓ ପରେ ୧୯୮୦ରେ ବିଜେପିରେ ଯୋଗଦେଇଥିଲେ। ୫ଥର ବିଧାୟକ ହେବା ସହ ଉପମୁଖ୍ୟମନ୍ତ୍ରୀ ପରେ ୨୦୧୪ରୁ ୧୯ ଯାଏ ସେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଦୁଇଥର ଝାଡଖଣ୍ଡ ବିଜେପି ରାଜ୍ୟ ସଭାପତି ରହିଥିଲେ ରଘୁବର। ସେରାଜ୍ୟପାଳ ଭାବେ ନିଯୁକ୍ତ ହେବା ପରେ ରାଜ୍ୟରେ କିଭଳି ହେବ ତାଙ୍କ କାର୍ଯ୍ୟଧାରା ତାକୁ ନେଇ ଚର୍ଚ୍ଚା।

ରାଜ୍ୟ ସରକାରଙ୍କ ସହ ସମନ୍ବୟ ରକ୍ଷା କରି ରଘୁବର କାମ କରିବେ ନା ଅନ୍ୟ କିଛି ରାଜ୍ୟରେ ଯେମିତି ରାଜ୍ୟପାଳ ଓ ସରକାର ଭିତରେ ବିବାଦ ଲାଗି ରହିଛି ସେମିତି ସ୍ଥିତି ଆସିବ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି।

Advertisment
Odisha Governor
Advertisment
Advertisment