• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ହସ୍ପିଟାଲକୁ ଅଚାନକ ପରିଦର୍ଶନରେ ଆସି ଅପରିଷ୍କାର ବେଡ ଦେଖି ରାଗିଗଲେ ସ୍ୱାସ୍ଥ୍ୟମନ୍ତ୍ରୀ । ସେହି ଅସନା ବେଡ୍ ଉପରେ ହିଁ କୁଳପିତିଙ୍କୁ ଶୋଇବାକୁ ବାଧ୍ୟ କଲେ । ଏଭଳି ଘଟଣା ଦେଖିବାକୁ ମିଳିଛି ପଞ୍ଜାବର ଫରିଦକୋଟ ଅଞ୍ଚଳରେ । ସ୍ୱାସ୍ଥ୍ୟମନ୍ତ୍ରୀ ଚେତନ ସିଂହ ଜୌଡାମାଜରା ଫରିଦକୋଟରେ ଥିବା ଏକ ହସ୍ପିଟାଲକୁ ଅଚାନକ ପରିଦର୍ଶନରେ ଯାଇଥିଲେ । ଡାକ୍ତରଖାନା ଭିତରେ ରୋଗୀଙ୍କ ପାଇଁ ରଖାଯାଇଥିବା ଶଯ୍ୟାକୁ ଦେଖି ସେ ରାଗି ଯାଇଥିଲେ । ଏହା ଉପରେ ସେ ବାବା ଫରିଦ ୟୁର୍ନିଭସିଟି ଅଫ୍ ହେଲ୍ଥ ସାଇନ୍ସର ଭିସି ଡକ୍ଟର ରାଜ ବାହାଦୂରଙ୍କୁ ଏହି ଅପରିଷ୍କାର ହସ୍ପିଟାଲ ବେଡ୍ ଉପରେ ଶୋଇବାକୁ କହିଥିଲେ । ମନ୍ତ୍ରୀଙ୍କ ଏହି ନିର୍ଦ୍ଦେଶ ପରେ ଡାକ୍ତର ରାଜ ବାହାଦୂର କିଛି ସମୟ ପାଇଁ ସେହି ଅପରିଷ୍କାର ଶଯ୍ୟା ଉପରେ ଶୋଇଥିଲେ ।

ଏହି ଘଟଣା ପରେ ବାବା ଫରିଦ ୟୁର୍ନିଭସିଟି ଅଫ୍ ହେଲ୍ଥ ସାଇନ୍ସର ଭିସି ଡକ୍ଟର ରାଜ ବାହାଦୂର ଇସ୍ତଫା ଦେଇଛନ୍ତି । ଇସ୍ତଫ ଦେବାର କାରଣ ସେ ସ୍ପଷ୍ଟ କରିନାହାନ୍ତି । ତେବେ ଏଭଳି ଏକ ଅପ୍ରୀତିକର ଘଟଣାରେ ସେ ଅପମାନିତ ବୋଧ କରି ଇସ୍ତଫା ଦେଇଥିବ କୁହାଯାଉଛି । ଏହାକୁ ନେଇ କଂଗ୍ରେସ ରାଜ୍ୟର ଆପ୍ ସରକାରଙ୍କୁ ଟାର୍ଗେଟ କରିଛି । ମନ୍ତ୍ରୀ ଶସ୍ତା ଲୋକପ୍ରିୟତା ହାସଲ କରିବାକୁ ଯାଇ ଏଭଳି କରିଥିବା କଂଗ୍ରେସ ଅଭିଯୋଗ କରିଛି ।