Advertisment

Protest Chaos: ଥାନାକୁ ଯିବେ ତାରା, କିଏ ଝାମ୍ପିନେଲା ସୁନା ଚେନ୍‌ ?

କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ସୁନା ଚେନ୍‌ ହଜିବାକୁ ନେଇ ଏବେ ଖୁବ୍‌ ଚର୍ଚ୍ଚା । କିଏ ନେଲା ଓ କେମିତି ବିଧାୟକଙ୍କୁ ଚକମା ଦେଇ ସୁନା ଚେନ୍‌ ଲୁଟିଲା ତା’ ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଲାଣି ।

ଅଦ୍ୟତନ ହୋଇଛି
Taraprasad Bahinipati’s Gold Chain Goes Missing

Taraprasad Bahinipati’s Gold Chain Goes Missing

Advertisment

ପ୍ରତିବାଦ ଭିତରେ ହଜିଗଲା ତାରାଙ୍କ ସୁନା ଚେନ୍‌ । କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ସୁନା ଚେନ୍‌ ହଜିବାକୁ ନେଇ ଏବେ ଖୁବ୍‌ ଚର୍ଚ୍ଚା । କିଏ ନେଲା ଓ କେମିତି ବିଧାୟକଙ୍କୁ ଚକମା ଦେଇ ସୁନା ଚେନ୍‌ ଲୁଟିଲା ତା’ ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଲାଣି । ଆଉ ଏହାକୁ ନେଇ ବିଜେପି ଓ କଂଗ୍ରେସର ବିଧାୟକ ମାନେ ପ୍ରତିକ୍ରିୟା ରଖିଲେଣି । 

Advertisment

ତାରାଙ୍କ ଚେନ୍‌ ହଜିବାକୁ ନେଇ ବିଜେପି ନେତା ମନୋରଞ୍ଜନ ଦ୍ୟାନ ସାମନ୍ତରାୟ ଓ ପଦ୍ମଲୋଚନ ପଣ୍ଡା ପ୍ରତିକ୍ରିୟା ରଖିଛନ୍ତି । ମନୋରଞ୍ଜନ କହିଛନ୍ତି, ସିସିଟିଭି ଲାଗିଛି, କାହାର କ’ଣ ହଜିଛି ଖୋଜିଲେ ଜଣା ପଡ଼ିବ । ଏହା ସବୁ ଅବାସ୍ତବ କଥା । ସେହିପରି ପଦ୍ମଲୋଚନ କହିଛନ୍ତି, ଏହା ଭୁଲ କଥା । କିଏ ସାହସ କରିବ ଏପରି କରିବାକୁ । ପୋଲିସ ଥିବାବେଳେ ଏମିତି ହେବା ସମ୍ଭବନୁହେଁ । ତେବେ ତାରାଙ୍କ ଏହି ଅଭିଯୋଗ ସତ ନା ସେ ଏପରି ଅଭିଯୋଗ କରୁଛନ୍ତି, ତାହାକୁ ନେଇ ଏବେ ଖୁବ୍‌ ଚର୍ଚ୍ଚା ହେଉଛି । 

ଅଧିକ ପଢ଼ନ୍ତୁ: କଂଗ୍ରେସ ନେତାଙ୍କ ଉଗ୍ର ରୂପ; ପୋଲିସ ଅଧିକାରୀଙ୍କ କଲର ଝିଙ୍କିଲେ, କାନ୍ଧରୁ ଷ୍ଟାର ଭିଡ଼ି ଧରିଲେ

Advertisment

ଏପଟେ ଆଜି ବିଧାନସଭା ଘେରିବ କଂଗ୍ରେସ । ନାରୀ ନିର୍ଯାତନା ଏବଂ ଶିଶୁ ଅତ୍ୟାଚାର ପ୍ରତିବାଦରେ କଂଗ୍ରେସ କରିବ ବିକ୍ଷୋଭ । କର୍ମୀଙ୍କୁ ପଦଯାତ୍ରାରେ ନେଇ ବିଧାନସଭା ଘେରାଉ କରିବାକୁ ଯୋଜନା କରିଛି ଦଳ। ଲଗାତାର ବିଶୃଙ୍ଖଳିତ ଆଚରଣ ପାଇଁ କଂଗ୍ରେସର ସମସ୍ତ ୧୪ ବିଧାୟକଙ୍କୁ ସପ୍ତାହେ ଯାଏଁ ବିଧାନସଭାରୁ ସସପେଣ୍ଡ ହେବାପରେ ଦଳ ଗତକାଲି ହିଂସାତ୍ମକ ହୋଇପଡ଼ିଥିଲା। ବିଧାନସଭା ଆଗରେ ମୁହାଁମୁହିଁ ହୋଇଥିଲେ କଂଗ୍ରେସ ବିଧାୟକ ଓ ପୋଲିସ। ଘଟଣାକୁ ଅଗଣତାନ୍ତ୍ରିକ କହିବା ସହ ଆଜି ବିଧାନସଭା ଘେରାଉରେ ଏହାର ଜବାବ ଦିଆଯିବ ବୋଲି ଚେତାବନୀ ଦେଇଛି କଂଗ୍ରେସ। 

ସେପଟେ ବିଜେପି କହିଛି, ବିଧାନସଭା ଅଚଳ କରିବାକୁ ଅଛିଣ୍ଡା ଅଙ୍କର ଷଡ଼ଯନ୍ତ୍ର କରୁଛନ୍ତି ବିରୋଧୀ। ମହିଳା ସୁରକ୍ଷା ପ୍ରସଙ୍ଗରେ ଆମ ସରକାର ସଚେତନ ଅଛନ୍ତି। ଏ ନେଇ ବିଧାନସଭାରେ ଆଲୋଚନା ପାଇଁ ଆସନ୍ତୁ ବିରୋଧୀ। କିନ୍ତୁ ହାଉସ କମିଟି ଗଠନ ଦାବି ଅଯୌକ୍ତିକ।

Advertisment

ଅଧିକ ପଢ଼ନ୍ତୁ: ସୁରକ୍ଷା ଦାୟିତ୍ୱରେ ଥିଲେ ଯବାନ, ଗଂଜେଇ ଚାଲାଣ କରି ଧରା ହେଲେ

Congress MLA Gold Chain Protest Taraprasad Bahinipati Congress MLA Taraprasad Bahinipati Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ