• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଗଣତନ୍ତ୍ରର ମହାନ ପର୍ବରେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅହମ୍ମଦାବାଦର ନିଶାନ୍ ହାୟର ସେକେଣ୍ଡାରୀ ସ୍କୁଲ ବୁଥରେ ଆଜି ସକାଳୁ ସକାଳୁ ବୁଥରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ । କିଛି ଦୂରରୁ ବୁଥକୁ ଚାଲି ଚାଲି ଆସିଥିଲେ ପ୍ରଧାନମନ୍ତ୍ରୀ । ଏଥିପାଇଁ ସେଠାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା । 

ସେହିପରି ନିର୍ବାଚନ ଖବର କଭରେଜ ବେଳେ ନିଜର ସ୍ବାସ୍ଥ୍ୟ ପ୍ରତି ଯତ୍ନ ନେବାକୁ ଉପସ୍ଥିତ ସାମ୍ବାଦିକଙ୍କୁ ପରାମର୍ଶ ଦେଇଥିଲେ ମୋଦି । ପ୍ରଚରୁ ପରିମାଣରେ ପାଣି ପିଇବାକୁ ପରାମର୍ଶ ଦେଇଥିଲେ । ଏହା ସ୍ୱାସ୍ଥ୍ୟ ପ୍ରତି ଉପକାର ସହ ଏହା ଆପଣମାନଙ୍କୁ ଶକ୍ତି ଯୋଗାଇବ ବୋଲି କହିଥିଲେ । ଏମିତିକି ଭାରତର ଏହି ଗଣତନ୍ତ୍ରପର୍ବ ବିଶ୍ୱରେ ମହାନ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । 

ଅଧିକ ପଢ଼ନ୍ତୁ: ମୋଦି ଗ୍ୟାରେଣ୍ଟି; ‘ଜୁନ ୧୦ରେ ଓଡ଼ିଶାରେ BJPର ମୁଖ୍ୟମନ୍ତ୍ରୀ ଶପଥ ନେବେ, ଆପଣଙ୍କୁ ନିମନ୍ତ୍ରଣ’

ଅଧିକ ସଂଖ୍ୟରେ ମତସାବ୍ୟସ୍ତ କରିବାକୁ ଭୋଟରଙ୍କୁ ଆହ୍ୱାନ କରିଛନ୍ତି ମୋଦି । ଅହମ୍ମଦାବାଦର ନିଶାନ୍ ହାୟର ସେକେଣ୍ଡାରୀ ସ୍କୁଲରେ ହୋଇଥିବା ମତଦାନ କେନ୍ଦ୍ରରେ ପହଞ୍ଚିବା ପୂର୍ବରୁ ତାଙ୍କୁ ଦେଖିବା ଲାଗି ଅନେକ ଭୋଟର ଅପେକ୍ଷାରତ ଥିଲେ । ମତଦାନ ପରେ ପ୍ରଧାନମନ୍ତ୍ରୀ ରାସ୍ତାରେ ଅପେକ୍ଷା କରି ରହିଥିବା କିଛି ସାଧାରଣ ଜନତା ଓ ଛୋଟ ପିଲାଙ୍କୁ ନିଜର ଅଟୋଗ୍ରାଫ ଦେଇଥିଲେ ।

ଏମିତିକି ଜଣେ ଦିବ୍ୟାଙ୍ଗଙ୍କ ମୁଣ୍ଡ ଉପରେ ହାତ ରଖି ତାଙ୍କୁ ଆଶୀର୍ବାଦ କରିବା ସହ ତାଙ୍କ ସହ କିଛି ସମୟ ଭାବ ବିନିମୟ କରିଥିଲେ । ଏକ କୁନି ପିଲାକୁ କାଖ କରିଥିଲେ ପ୍ରଧାନମନ୍ତ୍ରୀ । ଏହି ସମୟରେ ପାଖରେ କୁନି ପିଲାଟିକୁ ପାଇ ଭାବବିହ୍ୱଳ ହୋଇଯାଇଥିଲେ ମୋଦି । ପିଲାଟିକୁ କିଛି ସମୟ କୋଳାଇ ଧରିବା ସହ ଗେଲ କରିଥିଲେ । ଯାହା ଉପସ୍ଥିତ ଜନତାଙ୍କ ମନରେ ଉତ୍ସାହ ଭରିଦେଇଥିଲା । 

ସେପଟେ ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ୬ ଲୋକସଭା ଆସନରେ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଜୁନ୍ ୧ରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ମତଦାନ ଚାଲିବ । ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁରରେ ମତଦାନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ କେନ୍ଦ୍ରାପଡା ଓ ଜଗତସିଂହପୁର ପାଇଁ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇଛି । ସେପଟେ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ବାଜିରେ ଲାଗିଛି ବହୁ ହେଭିୱେଟ ନେତାଙ୍କ ଭାଗ୍ୟ । ବିଭିନ୍ନ ଦଳର ବହୁ ଟାଣୁଆ ନେତାଙ୍କର ଚାଲିଛି ଭାଗ୍ୟ ପରୀକ୍ଷା ।

କିଛି କେନ୍ଦ୍ରମନ୍ତ୍ରୀଙ୍କ ସମେତ ବିଜେପି, କଂଗ୍ରେସ, ସମାଜବାଦୀ ପାର୍ଟି ଓ ଅନ୍ୟ ବିରୋଧୀ ଦଳର ନାମୀଦାମୀ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ଏମାନଙ୍କ ଭିତରେ ଅଛନ୍ତି ଗୁଜରାଟ ଗାନ୍ଧିନଗରରୁ କେନ୍ଦ୍ରମନ୍ତ୍ରୀ ଅମିତ ଶାହ, ପୋରବନ୍ଦରରୁ ମନସୁଖ ମାଣ୍ଡଭୀୟ, ମଧ୍ୟପ୍ରଦେଶର ଗୁନାରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ, କର୍ଣ୍ଣାଟକ ଧରୱାଡରୁ କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ।

ଅଧିକ ପଢ଼ନ୍ତୁ: ଜୟ ଜଗନ୍ନାଥରୁ ଭାଷଣ ଆରମ୍ଭ, 'ମୁଁ ଆପଣଙ୍କ ମୁଖ୍ୟମନ୍ତ୍ରୀଙ୍କ ପରି ନୁହେଁ ...'

ବିଦିଶାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ମଧ୍ୟପ୍ରଦେଶର ରାଜଗଡ଼ରୁ ଦିଗବିଜୟ ସିଂ, ମହାରାଷ୍ଟ୍ରର ବାରାମତୀରୁ ଏନସିପି ନେତ୍ରୀ ତଥା ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେ ମୈଦାନକୁ ଓହ୍ଲାଇଛନ୍ତି। ସୁପ୍ରିୟା ସୁଲେଙ୍କ ବିପକ୍ଷରେ ନିର୍ବାଚନ ଲଢୁଛନ୍ତି ଅଜିତ ପାୱାରଙ୍କ ପତ୍ନୀ ତଥା ସୁପ୍ରିୟାଙ୍କ ଭାଉଜ ସୁନେତ୍ର ପାୱାର ।

ଅନ୍ୟପଟେ ଉତ୍ତରପ୍ରଦେଶ ମୈନପୁରୀରୁ ସମାଜବାଦୀ ପାର୍ଟି ନେତ୍ରୀ ଡିମ୍ପଲ ଯାଦବଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ସେହିପରି ହାଇଦ୍ରବାଦ ଲୋକସଭା ଆସନରେ ବି ବିଗ୍ ଫାଇଟ୍ ଦେଖିବାକୁ ମିଳିପାରେ । ମୈଦାନରେ ବିଜେପିର ମାଧବୀଲତା ଓ AIMIM ମୁଖ୍ୟ ତଥା ୪ ଥର ସାଂସଦ ଅସଦୁଦ୍ଦିନ ଓୱେସୀ ।