/odishatv-khabar/media/post_attachments/uploadimage/library/16_9/16_9_0/IMAGE_1699790810.jpg)
Droupadi Murmu
ରାଷ୍ଟ୍ରପତି ହେବା ପରେ ଦ୍ରୌପଦୀ ମୁର୍ମୁ ଦ୍ୱିତୀୟ ଥର ପାଇଁ ରାଇରଂଗପୁର ଗସ୍ତରେ ଆସୁଛନ୍ତି । ଆସନ୍ତା ୨୦ତାରିଖରେ ରାଷ୍ଟ୍ରପତି ସ୍ୱତନ୍ତ୍ର ବିମାନରେ ପଶ୍ଚିମବଙ୍ଗର କୋଳେଇକୁଣ୍ଡା ଏୟାରପୋର୍ଟରେ ପହଞ୍ଚିବେ । ଏହାପରେ ଅପରାହ୍ନ ୨ଟାରେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ବାରିପଦାରେ ପହଞ୍ଚି ସର୍ବଭାରତୀୟ ସାନ୍ତାଳୀ ଲେଖକ ସମ୍ମିଳନୀ ଓ ସାହିତ୍ୟ ମହୋତ୍ସବରେ ଯୋଗ ଦେବେ ।
୨୧ ତାରିଖ ସକାଳ ୮ ରେ ବାସଭବନରୁ ବାହାରି ସଡ଼କ ପଥରେ ନିଜ ଶାଶୂ ଘର ପାହାଡ଼ପୁର ଯିବେ । ସେଠାରେ ୮:୧୫ ରୁ ୯:୧୫ ମଧ୍ୟରେ ଦକ୍ଷତା ବିକାଶ କେନ୍ଦ୍ରର ଉଦ୍ଘାଟନ କରିବେ ଓ ଏସ ଏଲ୍ ଏସ ସ୍କୁଲର କିଛି ପ୍ରକଳ୍ପ ଶିଳାନ୍ୟାସ କରିବେ । ଏହାପରେ ବାଦାମପାହାଡ଼ ରେଳ ଷ୍ଟେସନରେ ଟାଟା ନଗର ବାଦାମ ପାହାଡ ମେମୁ ଟ୍ରେନ, ସାଲିମାର -ବାଦାମ ପାହାଡ ଏକ୍ସପ୍ରେସ ଓ ବାଦାମ ପାହାଡ- ରାଉରକେଲା ଏକ୍ସପ୍ରେସକୁ ପତାକା ଦେଖାଇ ଏହାର ଶୁଭାରମ୍ଭ କରିବେ ବୋଲି ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ ସୂଚନା ଦେଇଛନ୍ତି ।
ପାରାଦୀପ ବନ୍ଦର ପକ୍ଷରୁ ଆୟୋଜନ ହେବାକୁ ଥିବା ବୋଇତ ବନ୍ଦାଣ ଉତ୍ସବରେ ରାଷ୍ଟ୍ରପତି ଯୋଗେ ଦେବାକୁ ଓଡ଼ିଶା ଆସୁଥିବା ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)