Advertisment

Pravat Tripathy vs Naveen Patnaik: ନବୀନଙ୍କୁ ପ୍ରଭାତଙ୍କ କାଉଣ୍ଟର ଆଟାକ୍, ପୋଲ୍ ଖୋଲିଦେଲେ

BJD Conflict: ଆଜି ଯେଉଁମାନେ ଦଳରେ ବେଶି ପାଟି କରୁଛନ୍ତି, ସେମାନେ ମିଡନାଇଟ୍ ଅପରେସନରେ ପ୍ୟାରୀ ବାବୁଙ୍କ ସାଙ୍ଗରେ ଥିବା କହିଛନ୍ତି ପ୍ରଭାତ ତ୍ରିପାଠୀ । ସେମାନେ ମେମ୍ୱରଶିପ୍ ବିଷୟରେ କ’ଣ କହିବେ ବୋଲି ସେ ପ୍ରଶ୍ନ କରିଛନ୍ତି । ମୁଁ ବିନା କାରଣରେ ଯେମିତି ଆଘାତ ପାଇଲି, ସେମାନେ ବି ଆଗକୁ ଅସୁବିଧାରେ ପଡିବେ । ଗୋଟିଏ ରାଜନୈତିକ ଦଳ କ’ଣ ଏମିତି ଚାଲିବ । ଏମିତି କଣ ଚାଲେ ? ଜଣେ ଲୋକ ଜଣକୁ ଭରସା କରି ଚାଲିବ । ସେ ଲୋକ ଚାଲିଗଲେ କଣ ଆଉ ଚାଲିବନି ।

ଅଦ୍ୟତନ ହୋଇଛି
Pravat Tripathy

Pravat Tripathy

Advertisment

ବରିଷ୍ଠ ନେତା ପ୍ରଭାତ ତ୍ରିପାଠୀ ବିଜେଡିରେ ନାହାନ୍ତି ବୋଲି ଦଳ ସଭାପତି ନବୀନ ପଟ୍ଟନାୟକ କହିବାର ଦିନକ ପରେ କାଉଣ୍ଟର ଆଟାକ୍ କରିଛନ୍ତି ପ୍ରଭାତ ତ୍ରିପାଠୀ। ସେ କହିଛନ୍ତି, ଜାଣିଶୁଣି ନବୀନଙ୍କ ଭାବମୂର୍ତ୍ତି କ୍ଷୁର୍ଣ୍ଣ କରୁଛି ତାଙ୍କ ଅଫିସ୍ । ବିଜେଡିର ତଥାକଥିତ ମୁଖିଆ ନିଜର ସ୍ଥିତି ଜାହିର୍ ପାଇଁ ନବୀନଙ୍କ ମୁହଁରେ ଯାହା କିଛି ବି କହି ଦେଇପାରୁଛନ୍ତି । ମିଛ କହିବା ନବୀନ ପଟ୍ଟନାୟକଙ୍କ ମୁହଁରେ ଶୋଭାପାଉନି ବୋଲି ସେ କହିଛନ୍ତି । ଏହି ପ୍ରେସମିଟରେ ପ୍ରଭାତ ଓଡ଼ିଆ ଅସ୍ମିତା କଥା ଉଠାଇଛନ୍ତି । ନବୀନ ଗତକାଲି ଏହି କଥା କହିବା ବେଳେ କେବଳ ଜାତୀୟ ଗଣମାଧ୍ୟମକୁ ଡାକି କହିଥିଲେ । ଓଡିଶାର କୌଣସି ମିଡିଆକୁ ଏ କଥା ନବୀନ କହିନଥିଲେ । ଓଡିଆ ଅସ୍ମିତା କଥା କହି ସେ ନବୀନଙ୍କୁ କଡ଼ା ସମାଲୋଚନା କରିଛନ୍ତି । ଏହା ଭାତହାଣ୍ଡିରୁ ଗୋଟିଏ ଚିପିଲି ବୋଲି ମତ ଦେଇ ସେ କହିଛନ୍ତି, ୧୦ ମାସ ତଳେ ଓଡ଼ିଶା ଲୋକ ଜବାବ ଦେଇଛନ୍ତି ଯେ, ଅଣଓଡ଼ିଆଙ୍କୁ ଆମେ ଗ୍ରହଣ କରିବୁ ନାହିଁ ।

Advertisment

ପ୍ରଭାତ ଖୋଲାଖୋଲି କହିଛନ୍ତି, ଗତ ନିର୍ବାଚନରେ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହେଲା । ନବୀନ ପଟ୍ଟନାୟକ ଦୁଇଟି ସ୍ଥାନରୁ ଛିଡା ହୋଇଥିଲେ । ଦୁଇଟି ସ୍ଥାନରୁ ଜିତିଥିଲେ, ପାଣ୍ଡିଆନଙ୍କୁ ଛିଡା କରାଇ ଉପମୁଖ୍ୟମନ୍ତ୍ରୀ କରାଇଥାଆନ୍ତେ ଓ ଏହା ପରେ ନବୀନ ଓଡ଼ିଶା ଛାଡି ପଳାଇଥାଆନ୍ତେ ବୋଲି ଲୋକ ଭାବିଥିଲେ ।

ସେ କହିଛନ୍ତି, ପାଣ୍ଡିଆନଙ୍କୁ ଘରେ ରଖି ବ୍ୟକ୍ତିଗତ ଭାବେ ପରାମର୍ଶ ନେବାରେ କିଛି ଅସୁବିଧା ନାହିଁ। କିନ୍ତୁ ଗାଁ ଗହଳିର ଲୋକଙ୍କ ପାଖକୁ ଏକ ଖରାପ ମେସେଜ୍ ଯାଉଛି । ଲୁଚିଛି ନା ଗୋଡ଼ ଦି’ ଟା ଦିଶୁଛି ନ୍ୟାୟରେ ଯଦି ବିଜେଡିର ସବୁ ନିଷ୍ପତ୍ତି ତାଙ୍କ ଦ୍ୱାରା ହେଉଥିବ ଏହା ବିଜେଡି ପାଇଁ ଭଲ ନୁହେଁ ବୋଲି ଆକଳନ କରିଛନ୍ତି ପ୍ରଭାତ ।

Advertisment

ଅଧିକ ପଢ଼ନ୍ତୁ: ନବୀନଙ୍କୁ ଧୋଇଦେଲେ ପ୍ରଭାତ, କହିଲେ ବଡ଼ ଇସ୍ୟୁକୁ ଘୋଡେଇବାକୁ ଏ ନାଟକ

ୱକଫ୍ ପ୍ରସଙ୍ଗରୁ ନଜର ହଟାଇବାକୁ ନବୀନ ବାବୁ ଏପରି କଥା ମୋ ନାଁରେ କହିଛନ୍ତି । ଆଜି ଯେଉଁମାନେ ଦଳରେ ବେଶି ପାଟି କରୁଛନ୍ତି, ସେମାନେ ମିଡନାଇଟ୍ ଅପରେସନରେ ପ୍ୟାରୀ ବାବୁଙ୍କ ସାଙ୍ଗରେ ଥିବା କହିଛନ୍ତି ପ୍ରଭାତ ତ୍ରିପାଠୀ । ସେମାନେ ମେମ୍ୱରଶିପ୍ ବିଷୟରେ କ’ଣ କହିବେ ବୋଲି ସେ ପ୍ରଶ୍ନ କରିଛନ୍ତି । ମୁଁ ବିନା କାରଣରେ ଯେମିତି ଆଘାତ ପାଇଲି, ସେମାନେ ବି ଆଗକୁ ଅସୁବିଧାରେ ପଡିବେ । ଗୋଟିଏ ରାଜନୈତିକ ଦଳ କ’ଣ ଏମିତି ଚାଲିବ । ଏମିତି କଣ ଚାଲେ ? ଜଣେ ଲୋକ ଜଣକୁ ଭରସା କରି ଚାଲିବ । ସେ ଲୋକ ଚାଲିଗଲେ କଣ ଆଉ ଚାଲିବନି । ଏହା ବ୍ୟକ୍ତିଗତ ପରିବାରର କଥା ନୁହେଁ । ଓଡ଼ିଶାର ଲୋକ ଏହି ଦଳ ସହ ଜଡିତ ଅଛନ୍ତି । ମୁଁ ମୋ ନିଜ ପାଇଁ ଫାଇଟ୍ କରୁନି । ଗୋଟିଏ କଜ୍ ପାଇଁ ଫାଇଟ୍ କରୁଛି ବୋଲି କହିଛନ୍ତି ପ୍ରଭାତ ।

Advertisment

ୱକଫ୍ ଭୋଟଦାନ ପ୍ରସଙ୍ଗରୁ ନଜର ହଟାଇବାକୁ ନବୀନ ବାବୁ ମୋ ବିରୋଧରେ ଏମିତି ପଦକ୍ଷେପ ନେଇଛନ୍ତି । କିନ୍ତୁ ଦଳର ସାଂସଦମାନଙ୍କୁ କେଉଁ ପରିସ୍ଥିତିରେ ବିବେକାନୁମୋଦିତ ଭୋଟ ଦେବା ପାଇଁ କୁହାଗଲା, ଏହା ପଛରେ କିଏ ତାକୁ ବିଜେଡିର ବରିଷ୍ଠ ନେତା ଓ ଓଡ଼ିଶା ଲୋକ ଜାଣିବାକୁ ଚାହୁଁଥିବା କହିଛନ୍ତି ପ୍ରଭାତ ।

ଏ ସଂପର୍କରେ ବିଜେଡି ସଭାପତି ନବୀନ ପଟ୍ଟନାୟକ କିମ୍ୱା ରାଜନୀତିରୁ ସନ୍ନ୍ୟାସ ନେଇଥିବା ଭିକେ ପାଣ୍ଡିଆନଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ତେବେ ବିଜେଡି ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି, ଦଳରେ ଶୃଙ୍ଖଳା ପାଇଁ ଏବଂ ଭବିଷ୍ୟତ ପାଇଁ କେତେ ଗୁଡିଏ ଅନୁଶାସନ ଧର୍ମ ପାଳନ କରାଯିବା ଦରକାର। ସେ ବିଷୟରେ ସଭାପତି ନବୀନ ପଟ୍ଟନାୟକ କହିଛନ୍ତି। କର୍ମୀ ଏବଂ ନେତାଙ୍କ ଉଦ୍ଦେଶ୍ୟରେ କହିଛନ୍ତି। ମୁଁ ତାକୁ ସ୍ବାଗତ କରୁଛି। ସେ କହିଛନ୍ତି, କୈାଣସି ହୋଟେଲରେ ନେତା କର୍ମୀ ବୈଠକ କରିବା ଅନୁଚିତ।

ଅଧିକ ପଢ଼ନ୍ତୁ :ଫୁଲ୍‌ ସସପେନ୍ସ ; ଫେରିଲେ ସସ୍ମିତ୍, କିନ୍ତୁ କହିଲେନି କିଛି

Naveen Patnaik BJD VK Pandian Pravat Tripathy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ