Advertisment

ଓଡ଼ିଶା ବିଧାନସଭା ପାଇଲା ପ୍ରଥମ ମହିଳା ବାଚସ୍ପତି, ପ୍ରମିଳା ମଲ୍ଲିକ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ...

ଓଡ଼ିଶା ବିଧାନସଭା ପାଇଲା ପ୍ରଥମ ମହିଳା ବାଚସ୍ପତି। ବାଚସ୍ପତି ଭାବେ ପ୍ରମିଳା ମଲ୍ଲିକ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Pramila Mallik First Woman Speaker Of Odisha Assembly

Pramila Mallik First Woman Speaker Of Odisha Assembly

ଓଡ଼ିଶା ବିଧାନସଭା ପାଇଲା ପ୍ରଥମ ମହିଳା ବାଚସ୍ପତି। ବାଚସ୍ପତି ଭାବେ ପ୍ରମିଳା ମଲ୍ଲିକ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଅନ୍ୟ କେହି ନାମାଙ୍କନ ଭରିନଥିବାରୁ ସେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। 

Advertisment

୬ ଥରର ବିଧାୟିକା, ଏକାଧିକ ଥର ମନ୍ତ୍ରୀ ଏବଂ ସରକାରୀ ଦଳ ମୁଖ୍ୟ ସଚେତକ ଭାବେ ପ୍ରମିଳା ମଲ୍ଲିକଙ୍କ ପାଖେ ବେଶ୍ ଅଭିଜ୍ଞତା ରହିଛି। ବିଧାନସଭାରେ ବାଚସ୍ପତି ପ୍ରାର୍ଥୀ ଭାବେ ଗତକାଲି ସେ ନାମାଙ୍କନ ଦାଖଲ କରିଥିଲେ। ବିଧାନସଭା ସଚିବଙ୍କ ପ୍ରକୋଷ୍ଠକୁ ଯାଇ ପୂରା ଟିମ୍ ସହ ସେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ନାମାଙ୍କନରେ ପ୍ରମିଳାଙ୍କ ପାଇଁ ପ୍ରସ୍ତାବକ ହୋଇଥିଲେ ନିଜେ ମୁଖ୍ୟମନ୍ତ୍ରୀ ଓ ସମର୍ଥକ ହେଇଥିଲେ ମନ୍ତ୍ରୀ ନିରଞ୍ଜନ ପୂଜାରୀ।

ପୂର୍ବରୁ, କିଏ ହେବେ ନୂଆ ବାଚସ୍ପତି, ତାକୁ ନେଇ ଚର୍ଚ୍ଚା ଜୋରଦାର ଚାଲିଥିଲା । ରେସ୍‌ରେ ଥିଲେ ପ୍ରଫୁଲ ସାମଲ, ଦେବୀ ମିଶ୍ର, ଅମର ଶତପଥୀ ଓ ନୃସିଂହ ସାହୁ । କିନ୍ତୁ ସେ ସମସ୍ତଙ୍କୁ ବାଦ୍‌ ଦେଇ ବାଚସ୍ପତି ପଦବୀରେ ବସିଲେ ରାଜସ୍ୱମନ୍ତ୍ରୀ ପ୍ରମିଳା ମଲ୍ଲିକ୍ । ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ମୌସୁମୀ ଅଧିବେଶନ । ଯାହାର ଅଧ୍ୟକ୍ଷତା କରିବେ ପ୍ରମିଳା।  

Advertisment

ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେବା ପରଠାରୁ ଖାଲି ରହିଥିଲା ବିଧାନସଭାର ବାଚସ୍ପତି ପଦବୀ । ବିଧାନସଭା ବାଚସ୍ପତି ପଦକୁ ନେଇ ଦୀର୍ଘ ଦିନ ଧରି ଜାରି ରହିଥିଲା ସସପେନ୍ସ । ଦୀର୍ଘ ୩ ମାସରୁ ଅଧିକ ସମୟ ବିତିଥିଲେ ବି ପୂରଣ ହୋଇନଥିଲା ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ପଦବୀ। ପୂର୍ବରୁ କଂଗ୍ରେସ ଏହାକୁ ପରମ୍ପରା ବିରୋଧୀ କହି ବର୍ଷିଥିଲା ବେଳେ ବିଜେପି ବି ଅଗଣତାନ୍ତ୍ରିକ କହି ସମାଲୋଚନା କରିଥିଲା । ମେ ୧୨ ତାରିଖର କଥା। ହଠାତ୍ ବ୍ୟକ୍ତିଗତ କାରଣ ଦର୍ଶାଇ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ ଆଉ ପରେ ଅର୍ଥମନ୍ତ୍ରୀ ହୋଇଥିଲେ ବିକ୍ରମ ଆରୁଖ।  

Odisha Assembly
Advertisment
Advertisment