Advertisment

Prafulla Majhi: କଂଗ୍ରେସକୁ ଫେରିବେ ପ୍ରଫୁଲ୍ଲ ମାଝୀ! ଦେଲେ ଏମିତି ସଙ୍କେତ

ଡକ୍ତର ମାଝୀ ସୁନ୍ଦରଗଡ଼ ଜିଲ୍ଲା ତଳସରା ନିର୍ବାଚନମଣ୍ଡଳୀରୁ ୨୦୦୬ ମସିହାରେ କଂଗ୍ରେସରୁ ନିର୍ବାଚିତ ହୋଇଥିଲେ। ପରେ ସେହି ଆସନରୁ ୨ ଥର ବିଜୟୀ ହୋଇଥିଲେ। ତେବେ ୨୦୨୧ ମସିହାରେ ସେ ଅସନ୍ତୋଷ ଝାଡ଼ି କଂଗ୍ରେସ ଛାଡ଼ିଥିଲେ।

ଅଦ୍ୟତନ ହୋଇଛି
BJD

BJD

Advertisment

କଂଗ୍ରେସକୁ ଫେରିପାରନ୍ତି ପୁରୁଖା ନେତା ଡାକ୍ତର ପ୍ରଫୁଲ୍ଲ ମାଝୀ। ଆଜି ସିଏ ଦଳକୁ ଫେରିବା ନେଇ ସଙ୍କେତ ଦେଇଛନ୍ତି। ଆଉ ବିଜେଡି ଓ ବିଜେପି ବିରୋଧରେ ମନଇଚ୍ଛା ବର୍ଷିଛନ୍ତି। ସେ କହିଛନ୍ତି, ବିଜେଡି ଧ୍ୱଂସ ହୋଇଯିବ। କେବଳ ପ୍ରଫୁଲ୍ଲ ମାଝୀ ନୁହଁନ୍ତି, ଅନେକ ଦଳ ଛଡ଼ା ନେତା ଫେରିବାକୁ ଇଙ୍ଗିତ ଦେଇଥିବା ଦେଖିବାକୁ ମିଳିଛି।

Advertisment

ଡାକ୍ତର ମାଝୀ କହିଛନ୍ତି, ଅନେକ ପ୍ରତିଶ୍ରୁତି ଦେଇ ବିଜେଡି ମୋତେ ଦଳରେ ସାମିଲ କରିଥିଲା। ହେଲେ କୌଣସି ପ୍ରତିଶ୍ରୁତି ବିଜେଡି ରଖିଲା ନାହିଁ। ଲୋକଙ୍କ କାମ ପାଇଁ କଂଗ୍ରେସ ଛାଡ଼ି ବିଜେଡି ଯାଇଥିଲି। ମାତ୍ର ତାହା ଯଦି ପୂରଣ ହୋଇପାରିଲାନି। ତେଣୁ ସେହି ଦଳରେ କାହିଁକି ରହିବା? ସେପଟେ ଦେଖିବାକୁ ଗଲେ ବିଜେଡିକୁ ନେତା ନ ଚଳାଇ ଆଉ ଜଣେ ଚଳାଇଲେ ଧ୍ୱଂସ ହୋଇଯିବ। ଏବେ କିନ୍ତୁ ବିଜେଡିରେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଦଳର ଭବିଷ୍ୟତ କିଛି ନାହିଁ। ଫୋନ୍‌ କଲେ କେହି ଉଠାନ୍ତି ନାହିଁ ବୋଲି ଡାକ୍ତର ମାଝୀ କହିଛନ୍ତି।

ଅଧିକ ପଢ଼ନ୍ତୁ: ଫେରିଲେ ସୁର ... ଏବେ ପୁଣି ଶୁଭିବ ‘Congress Coming’

ସେ ଆହୁରି କହିଛନ୍ତି, ଏଥିରେ ସନ୍ଦେହ ନାହିଁ କଂଗ୍ରେସ ଆମକୁ ପରିଚୟ ଦେଇଥିଲା। ହେଲେ ଆମେ କ’ଣ ପାଇଁ କଂଗ୍ରେସ ଛାଡ଼ିଥିଲୁ? ତିନି ତିନି ଥରର ବିଧାୟକଙ୍କୁ ଦଳରେ ଯେଉଁ ସମ୍ମାନ ଦେବାକଥା, ତାହାଦେଲା ନାହିଁ। ସେଥିପାଇଁ ଦଳ ଛାଡ଼ିବାକୁ ବାଧ୍ୟ ହେଲୁ। ଆଉ ଲୋକଙ୍କ ପାଇଁ କାମ କରିବାକୁ ବିଜେଡିରେ ସାମିଲ୍‌ ହୋଇଥିଲୁ। ଏବେ କିନ୍ତୁ ବିଜେଡିରେ ଆଉ ରହିବାର ପ୍ରଶ୍ନ ଉଠୁନି। ଅନ୍ୟପକ୍ଷରେ ବିଜେପି ଯେଉଁ ପ୍ରତିଶ୍ରୁତି ଦେଇଥିଲା, ତାହା ମଧ୍ୟ ପୂରଣ କରୁନି। ତେଣୁ ବିକଳ୍ପ ଭାବେ କଂଗ୍ରେସ ଅଛି। ଦେଖିବା ବର୍ତ୍ତମାନ ନୂଆ ଭାବେ ଦାୟିତ୍ୱ ନେଇଛନ୍ତି ଭକ୍ତବାବୁ। ସିଏ ଜଣେ ବହୁତ ଭଲ ସଙ୍ଗଠକ। ପୁରୁଣା କଂଗ୍ରେସିଆ। ଯଦି ଭକ୍ତବାବୁ କଂଗ୍ରେସକୁ ସଙ୍ଗଠିତ କରିବା ପାଇଁ ଚାହିଁବେ ଓ ଦଳ ଛାଡ଼ିଥିବା ନେତାଙ୍କୁ ଡାକିବେ, ତାହାହେଲେ ବିଚାର କରିବି ବୋଲି ଶ୍ରୀ ମାଝୀ କହିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ଭକ୍ତ ଦାସଙ୍କ ବଡ଼ ନିଷ୍ପତ୍ତି, ସବୁ ନେତାଙ୍କ ଉପରୁ ବହିଷ୍କାର ଓ ନିଲମ୍ବନ ପ୍ରତ୍ୟାହାର

ଡକ୍ତର ମାଝୀ ସୁନ୍ଦରଗଡ଼ ଜିଲ୍ଲା ତଳସରା ନିର୍ବାଚନମଣ୍ଡଳୀରୁ ୨୦୦୬ ମସିହାରେ କଂଗ୍ରେସରୁ ନିର୍ବାଚିତ ହୋଇଥିଲେ। ପରେ ସେହି ଆସନରୁ ୨ ଥର ବିଜୟୀ ହୋଇଥିଲେ। ତେବେ ୨୦୨୧ ମସିହାରେ ସେ ଅସନ୍ତୋଷ ଝାଡ଼ି କଂଗ୍ରେସ ଛାଡ଼ିଥିଲେ। ଆଉ ବିଜେଡିରେ ଯୋଗଦେଇଥିଲେ। ବିଜେଡିରୁ ତାଙ୍କୁ ପ୍ରାର୍ଥୀ କରାଯିବ ବୋଲି ଆଶ୍ୱାସନା ଦିଆଯାଇଥିବା ଚର୍ଚ୍ଚା ହେଉଥିଲା। ହେଲେ ତାଙ୍କୁ ବିଜେଡି ପ୍ରାର୍ଥୀ କରିନଥିଲା। ଯେଉଁଥିପାଇଁ ସେ ବିଜେଡିରେ ସକ୍ରିୟ ଭୂମିକା ଗ୍ରହଣ କରୁନଥିବା ଆଲୋଚନା ହେଉଛି।

Advertisment
BJD Congress Sundargarh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ