/odishatv-khabar/media/post_attachments/uploadimage/library/16_9/16_9_0/IMAGE_1668231038.jpg)
Pradip Purohit
ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ବିଜେପି ପ୍ରାର୍ଥୀ ଘୋଷଣା କରିଛି । ଏନେଇ ବିଜେପି କେନ୍ଦ୍ରୀୟ ନିର୍ବାଚନ ସମିତି ପକ୍ଷରୁ ଘୋଷଣା କରାଯାଇଛି । ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ପ୍ରଦୀପ ପୁରୋହିତ ପଦ୍ମପୁରର ବିଧାୟକ ଥିଲେ । ଏହାପରେ ୨୦୧୯ରେ ସେ ବିଜେଡି ପ୍ରାର୍ଥୀ ବିଜୟ ରଂଜନ ସିଂ ବରିହାଙ୍କ ଠାରୁ ଅଳ୍ପ ଭୋଟ ବ୍ୟବଧାନରେ ପରାସ୍ତ ହୋଇଥିଲେ । ରାଜ୍ୟ ବିଜେପି କୃଷକ ମୋର୍ଚ୍ଚାର ସଭାପତି ଅଛନ୍ତି ପ୍ରଦୀପ ପୁରୋହିତ । ଚଳିତଥର ପୁଣି ଥରେ ପ୍ରଦୀପ ପୁରୋହିତଙ୍କୁ ବିଜେପି ପକ୍ଷରୁ ପ୍ରାର୍ଥୀ କରାଯାଇଛି । ଅନ୍ୟପକ୍ଷରେ କଂଗ୍ରେସ ଓ ବିଜେଡି ପକ୍ଷରୁ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରାଯାଇନାହିଁ ।
ଧାମନଗରରେ ଗଡ଼ବଜାୟ ରଖିବା ପରେ ପଦ୍ମପୁରରେ ସିଟ୍ ହାତେଇବାକୁ ବିଜେପି ପ୍ରୟାସ କରୁଛି । ପ୍ରଦୀପ ପୁରୋହିତ ବିଧାନସଭା କ୍ଷେତ୍ର ବୁଲିବା ଆାରମ୍ଭ କଲେଣି । ସେ ୨୦୧୯ରେ ବିଜେଡିର ବିଜୟ ରଞ୍ଜନସିଂ ବରିହାଙ୍କଠୁ ହାରିଥିଲେ । ତେଣୁ ଏଥର କିଭଳି ବିଜେଡିକୁ ମାତ ଦେଇ ଉପନିର୍ବାଚନ ଜିତିବେ । ସେଥିପାଇଁ କସରତ କରୁଛନ୍ତି ପ୍ରଦୀପ ପୁରୋହିତ । ସେପଟେ ବିଜେଡି ଜବାବ ଦେଇଛି, ଲୋକେ ଶଙ୍ଖକୁ ଭୋଟ୍ ଦେବେ ଆଉ କଂଗ୍ରେସ କହିଛି, ଧାମନଗର ଭଳି ପଦ୍ମପୁରରେ ଭୋଟ୍ ବିକ୍ରି ହେବନି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)