Advertisment

Pradeep Panigrahy: ଅଭିଯୋଗକାରୀଙ୍କ ଚାଞ୍ଚଲ୍ୟକର ବୟାନ, ଚାପରେ ଦସ୍ତଖତ ଦେଇଥିଲୁ

ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ହୋଇଥିବା ମାମଲାରେ ଅଭିଯୋଗକାରୀ କୋର୍ଟରେ ହାଜର ହୋଇ ବୟାନ ଦେଇଛନ୍ତି । ଚାପ ପକାଯାଇ ମାମଲା ରୁଜୁ କରାଯାଇଥିଲା ବୋଲି କୋର୍ଟରେ କହିଛନ୍ତି ଅଭିଯୋଗକାରୀ ।

ଅଦ୍ୟତନ ହୋଇଛି
undefined

ହାଜର ହେଲେ ପ୍ରଦୀପ

Advertisment

ଟାଟା ମୋଟର୍ସରେ ଚାକିରି କରାଇଦେବା ମାମଲାରେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଏନେଇ ଜେଏମଏଫସି କୋର୍ଟରେ ଦୁଇଟି ମାମଲାର ଦୁଇ ଜଣଯାକ ଅଭିଯୋଗକାରୀ ନିଜର ଅଭିଯୋଗକୁ ଖଣ୍ଡନ କରିଛନ୍ତି । ପ୍ରଶାସନ ଓ ଏକ ନିର୍ଦ୍ଦିଷ୍ଟ ଦଳର ଚାପର ବଶବର୍ତ୍ତୀ ହୋଇ ଏଭଳି ଏଫଆଇଆର ଦେଇଥିଲୁ ବୋଲି ସେମାନେ ମାଜିଷ୍ଟ୍ରେଟଙ୍କ ଆଗରେ କହିଥିବା ପ୍ରଦୀପଙ୍କ ଓକିଲ କହିଛନ୍ତି ।

Advertisment

ଟାଟା କମ୍ପାନୀରେ ଚାକିରି ନାଁରେ ଠକେଇ ମାମଲାରେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କୁ ଫସାଇ ଦେଇଥିଲା କି ବିଜେଡି ସରକାର ? ପୂର୍ବତନ ସରକାର ବେଳେ ଜାଣିଶୁଣି ଚାପ ପକାଯାଇ ମାମଲା ହୋଇଥିଲା କି ? ଆଜି ବ୍ରହ୍ମପୁର ଜେଏମଏଫସି କୋର୍ଟରେ ଅଭିଯୋଗକାରୀଙ୍କ ବୟାନ ପରେ ଏଭଳି କିଛି ଚାଞ୍ଚଲ୍ୟକର ପ୍ରତିକ୍ରିୟା ରଖିଛନ୍ତି ପ୍ରଦୀପଙ୍କ ଓକିଲ ଦୀପକ ପଟ୍ଟନାୟକ। ପ୍ରଦୀପଙ୍କ ନାଁରେ ମାମଲା ଦେଇଥିବା ଲକ୍ଷ୍ମୀଧର ନାୟକ ଓ ପ୍ରଭାତ କୁମାର ନାୟକ ଆଜି କୋର୍ଟରେ ସାକ୍ଷ୍ୟ ରଖିଛନ୍ତି। ପ୍ରଦୀପଙ୍କ ସହ କୌଣସି ପ୍ରକାର ଅର୍ଥ ନେଣଦେଣ ହୋଇନି ବୋଲି ସେମାନେ କୋର୍ଟରେ କହିଛନ୍ତି । 

ଅଧିକ ପଢନ୍ତୁ:ପଦାରେ ପଡ଼ିଲା ରାଜ୍ୟ କଂଗ୍ରେସ କନ୍ଦଳ; ବିଧାନସଭାରେ ୨ ବିଧାୟକ କଥା କଟାକଟି...

Advertisment

ଜିଲ୍ଲାର କିଛି ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ବିଜେଡିର କିଛି ବରିଷ୍ଠ ନେତା ଗୋଳନ୍ଥରା ଥାନାରେ ବସି ସେମାନଙ୍କ ଉପରେ ଚାପ ପକାଇ ମାମଲା ରୁଜୁ କରିଥିଲେ। ଏହି ଚାପ ପାଇଁ ହିଁ ସେମାନେ ମାମଲା ଦାଏର କରିଥିବା କହିଛନ୍ତି ପ୍ରଦୀପଙ୍କ ଓକିଲ। ସେପଟେ ଏହି ଘଟଣାକୁ ନେଇ ବିଜେଡିର କିମ୍ବା ସରକାରୀ ଓକିଲଙ୍କ ପ୍ରତିକ୍ରିୟା ମିଳିପାରିନି।...ଟାଟା କମ୍ପାନୀରେ ଚାକିରି ଦେବା ନାଁରେ ହୋଇଥିବା ଠକେଇ ମାମଲାରେ ଜେଲ ଯାଇଥିଲେ ପ୍ରଦୀପ।

ଅଧିକ ପଢନ୍ତୁ:ରିପିଟ୍ ହେଲା ମମତା ମହନ୍ତ ଥିଓରୀ, ସୁଜିତ୍ କୁମାରଙ୍କୁ ରାଜ୍ୟସଭା ପ୍ରାର୍ଥୀ କଲା ବିଜେପି

Advertisment
Pradeep Panigrahi Berhampur Cheating Case JMFC Court
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ