Advertisment

Pradeep Majhi Marriage: ବାଜିବ ସାହାନାଇ; ଆଜି ସୁଶ୍ରୀଙ୍କ ହାତ ଧରିବେ ପ୍ରଦୀପ

ଗୋଆରେ ଡେଷ୍ଟିନେସନ ୱେଡିଂ କରିବେ ନବରଙ୍ଗପୁରର ପୂର୍ବତନ ସାଂସଦ। ଏହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଜୋର ଧରିଛି। ତାଙ୍କ ପ୍ରିୱେଡିଂ ଫଟୋ ସୁଟ୍‌ ବି ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଅଦ୍ୟତନ ହୋଇଛି
marriage

marriage

Advertisment

ହାତକୁ ଦି ହାତ ହେବାକୁ ଯାଉଛନ୍ତି ଆଉ ଜଣେ ରାଜନେତା। ବାଜିବ ଶାହାନାଇ। ମହାଙ୍ଗା ବିଧାୟକଙ୍କ ପରେ ଏବେ ବର ସାଜିବେ ଆଉ ଜଣେ ବିଜେଡି ନେତା। ତାଙ୍କ ବାନ୍ଧବୀ ସାଜିବେ ବଧୂ। ୪୯ ବର୍ଷ ବୟସରେ ପ୍ରେମ ଆଉ ତା’ପରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ପ୍ରଦୀପ ମାଝୀ। ଗୋଆରେ ଡେଷ୍ଟିନେସନ ୱେଡିଂ କରିବେ ନବରଙ୍ଗପୁରର ପୂର୍ବତନ ସାଂସଦ। ଏହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଜୋର ଧରିଛି। ତାଙ୍କ ପ୍ରିୱେଡିଂ ଫଟୋ ସୁଟ୍‌ ବି ସୋସିଆଲ ମିଡିଆରେ ଭାଇରାଲ ହେଉଛି।

Advertisment

ରାଜନୀତି କ୍ଷେତ୍ରରେ ଜଣେ ଭଲ ସଙ୍ଗଠକ ଓ ବହୁ ଚର୍ଚ୍ଚିତ ଯୁବ ଚେହେରା ସେ। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଗଣମାଧ୍ୟମରେ ସର୍ବଦା ଗୋଟିଏ ପ୍ରଶ୍ନ କେବେ ବିବାହ କରିବେ? ଶେଷରେ ଏହି ପ୍ରଶ୍ନର ଉତ୍ତର ମିଳିଯାଇଛି। ବୁଧବାର କେନ୍ଦ୍ରାପଡ଼ାର ଝିଅ ସୁଶ୍ରୀ ସଙ୍ଗୀତା ସାହୁଙ୍କୁ ବିବାହ କରିବେ ପ୍ରଦୀପ ମାଝୀ

ଅଧିକ ପଢ଼ନ୍ତୁ: ବିବାହ କରିବେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ୧୨ରେ ଗୋଆ ପାଞ୍ଜିମରେ ହେବ ବିବାହ ଉତ୍ସବ

Advertisment

୧୨ ତାରିଖରେ ଗୋଆର ପଞ୍ଜିମ୍‌ରେ ପଡ଼ିବ ହାତଗଣ୍ଠି। ସମୁଦ୍ରକୂଳରେ ଉଭୟ ନେବେ ସାତ ଫେରା। ଏଥିପାଇଁ ସରିଗଲାଣି ସମସ୍ତ ପ୍ରସ୍ତୁତି। କେବଳ ଘନିଷ୍ଠ ବନ୍ଧୁବାନ୍ଧବ ଓ ପରିବାର ଲୋକଙ୍କ ଉପସ୍ଥିତିରେ ସୁଶ୍ରୀଙ୍କ ମଥାରେ ସିନ୍ଦୂର ଦେବେ ପ୍ରଦୀପ। ଏଥିପାଇଁ ଗୋଆରେ ଡେରା ପକାଇଛନ୍ତି ସମସ୍ତେ। ଏନେଇ ଖୋଦ୍‌ ସୂଚନା ଦେଇଛନ୍ତି ଏହି ବରିଷ୍ଠ ନେତା। ଗୋଆରୁ ଫେରିବା ପରେ ନବରଙ୍ଗପୁରରେ ଆୟୋଜନ ହେବ ରିସେପ୍‌ସନ ପାର୍ଟି।

ଗତ କିଛି ଦିନ ହେବ ଓଡ଼ିଶାରେ ଚର୍ଚ୍ଚା ରେ ରହିଛି ନେତାଙ୍କ ବିବାହ ଖବର। ନିକଟରେ ବିଜେଡି ନେତା ତଥା ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ ଦ୍ଵିତୀୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ମାର୍ଚ୍ଚ ୪ ତାରିଖ ରାଜଧାନୀ ଉପକଣ୍ଠ ଡେରାସ ନିକଟ ଚନ୍ଦକା ନେଚର ରିସର୍ଟରେ ଧୁମ୍‌ଧାମ୍‌ରେ ସମ୍ପନ୍ନ ହୋଇଥିଲା ବିବାହ।

Advertisment

ଅଧିକ ପଢ଼ନ୍ତୁ: କାହିଁକି ହାରିଲା ବିଜେଡି ? ପରାଜୟର କାରଣ କହିଲେ ପ୍ରଦୀପ ମାଝୀ।

Marriage Pradeep Majhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ