• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମଞ୍ଚ ଉପରେ ଶକ୍ତି ମନ୍ତ୍ରୀ, ଚାଲିଗଲା ବିଜୁଳି । ରାଜ୍ୟରେ ବିଜୁଳି କାଟ୍ ହେଉନଥିବା ନେଇ ମନ୍ତ୍ରୀ ପୂର୍ବରୁ ସଫେଇ ଦେଉଥିଲେ, ହେଲେ ଆଜି ଅସଲ କଥା ପଦାକୁ ଆସିଛି ।  ବାଲେଶ୍ୱରରେ ଶକ୍ତି ମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଚାଲିଥିବା ବେଳେ ବିଦ୍ୟୁତ କଟିଯାଇଛି । ବାହାନଗାରେ ପ୍ରାଣ ହରାଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଥିବା ପାଇଁ ହେଉଥିବା ସଭା ଆରମ୍ଭରେ ଏପରି ଘଟଣା ଘଟିଛି ।

ନିଜେ ଶକ୍ତି ମନ୍ତ୍ରୀ ପ୍ରତାପ ଦେବଙ୍କ ଉପସ୍ଥିତିରେ ବିଦ୍ୟୁତ କଟିବା ପରେ ଅନେକ ପ୍ରଶ୍ନ ଉଠୁଛି । କାରଣ କାଳବୈଶାଖୀ ନ ଥାଇ ତଥା ପାଗ ଭଲ ସତ୍ତ୍ୱେ ବିଦ୍ୟୁତ କଟିଯାଇଛି । ତେବେ ବିଜୁଳି କଟିଯିବାରୁ ଜେନେରେଟର ଯୋଗେ ସଭାକାର୍ଯ୍ୟ ଆରମ୍ଭ ହୋଇଛି । କେବଳ ଶକ୍ତମନ୍ତ୍ରୀ ନୁହଁନ୍ତି, ଏହି ସଭାରେ ବହୁ ବରିଷ୍ଠ ନେତା ମଧ୍ୟ ଉପସ୍ଥିତ ଥିବା ଜଣାପଡ଼ିଛି ।

ସେପଟେ ରାଜ୍ୟରେ ବିଦ୍ୟୁତ୍‌ କାଟ୍‌ ପ୍ରସଙ୍ଗକୁ ନେଇ ଛାତ୍ର କଂଗ୍ରେସ ପ୍ରତିବାଦ କରିଛି । ଶକ୍ତିମନ୍ତ୍ରୀଙ୍କ ବାସଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଛାତ୍ର କଂଗ୍ରେସର ସଦସ୍ୟ । ଲଣ୍ଠନ ଓ ବିଞ୍ଚଣା ଧରି ପ୍ରତିବାଦ ପ୍ରଦର୍ଶନ କରିବା ସହ ଟମାଟୋ ମାଡ଼ କରିଛନ୍ତି ଛାତ୍ର କଂଗ୍ରେସ କର୍ମୀ ।