Advertisment

Panchayati Raj Day: ଏପ୍ରିଲ୍‌ ୨୪ରେ ପାଳନ ହେବ ପଞ୍ଚାୟତିରାଜ ଦିବସ, ଚିହିଁକି ଉଠିଲା ବିଜେଡି

ରାଜ୍ୟରେ ୨୪ ବର୍ଷ ପରେ ସତ୍ତା ପରିବର୍ତ୍ତନ ହୋଇଛି। ତେବେ ପ୍ରଥମ ଦିନରୁ ହିଁ ବିଜୁଙ୍କୁ ନେଇ ବିବାଦ ଦେଖାଦେଇଛି। ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାଁ ପରିବର୍ତ୍ତନ ନେଇ କ୍ରୀଡ଼ା ବିଭାଗ ବିଜ୍ଞପ୍ତି ପ୍ରକାଶ କଲା। ଏହାପରେ ବିରୋଧ ହେବାରୁ ନିଷ୍ପତ୍ତିରୁ ଓହରିଥିଲେ ସରକାର।

undefined

Biju

Advertisment

ପଞ୍ଚାୟତିରାଜ ଦିବସ ପରିବର୍ତ୍ତନକୁ ନେଇ ତେଜିଲା ରାଜନୀତି। ରାଜରାସ୍ତାକୁ ଓହ୍ଲାଇଲା ବିଜେଡି। ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଶାନ୍ତିପୂର୍ଣ୍ଣ ଉପାୟରେ ପ୍ରତିବାଦ କଲା ଦଳ। ବିଜୁ ଜୟନ୍ତୀରେ ପଞ୍ଚାୟତିରାଜ ଦିବସ ପାଳନ ପରିବର୍ତ୍ତେ, ଏପ୍ରିଲ୍ ୨୪-ଜାତୀୟ ପଞ୍ଚାୟତିରାଜ ଦିବସରେ ହିଁ ଏହାକୁ ପାଳନ କରିବାକୁ ମୋହନ ସରକାର ନିଷ୍ପତ୍ତି ନେଇଛନ୍ତି। ଯାହାକୁ ନେଇ ଚିହିଁକି ଉଠିଛି ବିଜେଡି। ଦଳର ବରିଷ୍ଠ ନେତାମାନେ ସରକାରଙ୍କ ଏହି ନିଷ୍ପତ୍ତିକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି।

Advertisment

ବିଜୁ ପଟ୍ଟନାୟକଙ୍କ ଭଳି ଜନନେତାଙ୍କ ଜନ୍ମଦିନକୁ ୩ ଦଶନ୍ଧି ଧରି ପଞ୍ଚାୟତିରାଜ ଦିବସ ଭାବେ ପାଳନ କରାଯାଉଛି। କିନ୍ତୁ ବିଜେପି ସରକାର ଚଳିତ ବର୍ଷ ବିଜୁ ଜୟନ୍ତୀକୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ ନକରିବା ନିଷ୍ପତ୍ତି ହୀନମନ୍ୟତାର ପରିଚୟ ବୋଲି କହି ସମାଲୋଚନା କରିଛି ବିଜେଡି। ତା’ସହ ବିଜୁଙ୍କ ନାଁରେ ବିଜେପି ଭୟଭୀତ ବୋଲି ବିଜେଡି ଅଭିଯୋଗ କରିଛି। ତେବେ ଦଳ ଆସନ୍ତାକାଲି ବିଜୁ ଜୟନ୍ତୀ ରାଜ୍ୟବ୍ୟାପୀ ପାଳନ କରିବ, ଆଉ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ହେବ ବୋଲି ଚେତାବନୀ ଦେଇଛି। ସେହିପରି କଂଗ୍ରେସ ମଧ୍ୟ ସରକାରଙ୍କ ଏଭଳି ଆଭିମୁଖ୍ୟକୁ କଡ଼ା ଭାଷାରେ ନିନ୍ଦା କରିଛି।

ସେପଟେ ବିଜୁ ଜୟନ୍ତୀକୁ ନେଇ ରାଜନୀତି ଓ ବିରୋଧ ତେଜିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିମନ୍ତ୍ରଣ ପଠାଇଛନ୍ତି ନବୀନ ପଟ୍ଟନାୟକଙ୍କୁ। ଯେଉଁଥିରେ ସେ ଉଲ୍ଲେଖ କରିଛନ୍ତି, ଭୁବନେଶ୍ୱର ଜୟଦେବ ଭବନରେ ରାଜ୍ୟ ସ୍ତରୀୟ ବିଜୁ ଜୟନ୍ତୀ କାର୍ଯ୍ୟକ୍ରମ ମହା ଆଡ଼ମ୍ବରରେ ପାଳନ କରାଯିବ। ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ନବୀନଙ୍କୁ ନିମନ୍ତ୍ରଣ କରିଛନ୍ତି ରାଜ୍ୟର ମୁଖିଆ।

Advertisment

ଅଧିକ ପଢ଼ନ୍ତୁ: ଗହୀରମଥାରୁ ମୁହଁ ମୋଡ଼ିଲେଣି ଅଲିଭରିଡଲେ

ଅନ୍ୟପକ୍ଷରେ କିନ୍ତୁ ସରକାର ନିଷ୍ପତ୍ତି ଅପରିବର୍ତ୍ତିତ ରହିଛନ୍ତି। ପଞ୍ଚାୟତିରାଜ ଦିବସ ଏପ୍ରିଲ ୨୪ରେ ହିଁ ପାଳନ ହେବ। ଯେଉଁଥିପାଇଁ ମାର୍ଚ୍ଚ ୫ ତାରିଖକୁ ରାଜ୍ୟ ସରକାର ଛୁଟି ବି ଘୋଷଣା କରିନାହାଁନ୍ତି। ବିଜେଡି ଅଭିଯୋଗର କାଉଣ୍ଟର କରି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ଜାତୀୟ ପଞ୍ଚାୟତିରାଜ ଦିବସ ଏପ୍ରିଲ୍ ୨୪ ତାରିଖରେ ବିଜେଡି କେବେ ପାଳନ କରିନଥିଲା। ବିଜୁ ବାବୁଙ୍କ ପ୍ରତି ସମସ୍ତଙ୍କର ସମ୍ମାନ ଅଛି। ସେଥିପାଇଁ ରାଜ୍ୟ ସରକାର ବିଜୁ ଜୟନ୍ତୀ ମହା ଆଡମ୍ବରରେ ପାଳନ କରିବେ। କିନ୍ତୁ ଘଣ୍ଟେ ଦୁଇ ଘଣ୍ଟାର କାର୍ଯ୍ୟକ୍ରମ ପାଇଁ ପୂରା ଦିନ ଛୁଟି କରିବାର, ମାନେ କିଛି ନାହିଁ ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି।

ରାଜ୍ୟରେ ୨୪ ବର୍ଷ ପରେ ସତ୍ତା ପରିବର୍ତ୍ତନ ହୋଇଛି। ତେବେ ପ୍ରଥମ ଦିନରୁ ହିଁ ବିଜୁଙ୍କୁ ନେଇ ବିବାଦ ଦେଖାଦେଇଛି। ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାଁ ପରିବର୍ତ୍ତନ ନେଇ କ୍ରୀଡ଼ା ବିଭାଗ ବିଜ୍ଞପ୍ତି ପ୍ରକାଶ କଲା। ଏହାପରେ ବିରୋଧ ହେବାରୁ ନିଷ୍ପତ୍ତିରୁ ଓହରିଥିଲେ ସରକାର। ସେହିପରି କିଛି ଦିନ ତଳେ ବିଜ୍ଞାନ ଓ କାରିଗରୀ ମନ୍ତ୍ରାଳୟ କଳିଙ୍ଗ ପୁରସ୍କାର ପାଇଁ ସହଯୋଗିତାରୁ ଓହରି ଯାଇଛନ୍ତି। ଅନ୍ୟପଟେ ଅନେକ ବରପୁତ୍ରଙ୍କ ନାଁରେ ମଧ୍ୟ ଏକାଧିକ ଯୋଜନା ଲାଗୁ କରିଛନ୍ତି ସରକାର। ଦେଖିବାର କଥା ବିଜୁ ବାବୁଙ୍କୁ ନେଇ ବିଜେଡିର ଆଗାମୀ ଆଭିମୁଖ୍ୟ କଣ ରହୁଛି? ଆଉ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ରକ୍ଷା କରି ନବୀନ କାର୍ଯ୍ୟକ୍ରମକୁ ଯାଉଛନ୍ତି ନା ନାହିଁ।

Advertisment
Naveen Patnaik BJD BJP Mohan Charan Majhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ