• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସଭା ମଂଚରେ ନବୀନଙ୍କ ଭୁରି ଭୁରି ପ୍ରଶଂସାକୁ ନେଇ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚା । ଗୋଟିଏ ପଟେ ମୋଦିଙ୍କୁ ଖୋଲାଖୋଲି ନବୀନ ପ୍ରଶଂସା କରୁଛନ୍ତି ତ ଅନ୍ୟପଟେ ରାଜ୍ୟ ବିଜେପି ସହ ଲଢେଇ କରୁଛି ବିଜେଡି । ଏଭଳି ସ୍ଥିତିରେ ବିଜେଡି ସୁପ୍ରିମୋଙ୍କ ଏହି ଆଭିମୁଖ୍ୟ, ରାଜ୍ୟ ବିଜେପିକୁ ପୁଣିଥରେ ହରଡ଼ ଘଣାରେ ପକାଇଛି । ତାସହ ଆଗ୍ରେସିଭ୍ ମୁଡ୍‌ରେ ଥିବା ବିଜେପିକୁ ଚେକ୍ ଦେବା ପାଇଁ ନବୀନଙ୍କ ଏହା ସୁଚିନ୍ତିତ ଷ୍ଟ୍ରାଟେଜି ହୋଇଥାଇ ପାରେ ବୋଲି ମଧ୍ୟ କୁହାଯାଉଛି ।

କେବଳ ସେତିକି ନୁହେଁ, ନବୀନ, ମୋଦିଙ୍କୁ ୧୦ରୁ ୧୦ ନମ୍ବର ନଦେଇ ୮ ମାର୍କ ଦେବା, ମୋଦି ସରକାରରେ କମ୍ ଦୁର୍ନୀତି କଥା କହି ପରୋକ୍ଷରେ କଟାକ୍ଷ ବି କରିଛନ୍ତି । ସେପଟେ ନବୀନଙ୍କ ଏହି ମନ୍ତବ୍ୟ ପରେ କଂଗ୍ରେସ କହିଛି ବିଜେପି-ବିଜେଡି ଏକ ବୋଲି ପୁଣି ପ୍ରମାଣିତ ହୋଇଛି। ଆଗକୁ ଉଭୟଙ୍କ ମଧ୍ୟରେ ମେଣ୍ଟ ବି ହୋଇପାରେ । ସେପଟେ ବିଜେପି କହିଛି- ଓଡ଼ିଶାରେ ବିଜେପି କାହା ସହ ଫ୍ରେଣ୍ଡଲି ମ୍ୟାଚ୍ ଖେଳିବାର ପ୍ରଶ୍ନ ଉଠୁନି । ଏବିବାଦରୁ ନିଜକୁ ଦୂରରେ ରଖି ବିଜେଡି କହିଛି, ନବୀନ ପାଞ୍ଚ ପାଞ୍ଚ ଥରର ମୁଖ୍ୟମନ୍ତ୍ରୀ,ନିଶ୍ଚେ ବୁଝି ବିଚାରି ମନ୍ତବ୍ୟ ରଖିଥିବେ ।

ବିଭିନ୍ନ ସମୟରେ ମୋଦି-ନବୀନ ପରସ୍ପରକୁ ପ୍ରଶଂସା କରୁଛନ୍ତି। ଲୋକସଭାରେ ସରକାର ବିରୋଧୀ ଅନାସ୍ଥା ପ୍ରସ୍ତାବକୁ ବିଜେଡିର ବିରୋଧ ଓ ଦିଲ୍ଲୀ ସେବା ବିଲ୍‌କୁ ଖୋଲା ସମର୍ଥନ ପରେ ପରେ ଗୃହମନ୍ତ୍ରୀ ଅମିତ୍ ଶାହା ଭୁବନେଶ୍ୱରରେ ନବୀନଙ୍କୁ ପ୍ରଶଂସା କରିଥିଲେ । କେନ୍ଦ୍ରରେ ମୋଦି-ଶାହଙ୍କୁ ପ୍ରଶଂସା, ଏଣେ ରାଜ୍ୟ ବିଜେପିକୁ ଶାଣିତ ଆକ୍ରମଣ କରି ନବୀନ ସୁବିଧାବାଦୀ ରାଜନୀତି କାର୍ଡ ଖେଳୁଥିବା ଚର୍ଚ୍ଚା ହେଉଛି ।

ଏହି ପ୍ରଶଂସା ପଲିଟିକ୍ସ ବୁଝାମଣାର ନୂଆ ସମୀକରଣ ଆଡକୁ ସଂକେତ ଦେଉଛି କି, ନା ରାଜ୍ୟରେ ବିଜେପିକୁ ଶକ୍ତିହୀନ କରିବାକୁ ନବୀନଙ୍କ ଏକ ଚାଲ୍, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

  • Reported by:
  • HARIHARA CHAND , JAGDISH DAS , NIRANJAN REDDY