• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ମୋଦିଙ୍କ ପରିବାର କିଏ? ଗତକାଲି ଲାଲୁ ଯାଦବଙ୍କ ଏହି ଆକ୍ଷେପ ପରେ ଜବାବ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶର ୧୪୦ କୋଟି ଜନତା ମୋ ପରିବାର ବୋଲି ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ଆଜି ତେଲେଙ୍ଗାନା ଆଦିଲାବାଦ୍ ରେ ସାଧାରଣଜନତାଙ୍କୁ ସମ୍ବୋଧନ ବେଳେ କିଛି ଏଭଳି କହି ବିରୋଧୀ ମେଣ୍ଟକୁ ଧରାଶାୟୀ କରିଛନ୍ତି ।

ପୂରା ଦେଶ ହେଉଛି ମୋର ପରିବାର । ମୋର ଜୀବନ ଗୋଟେ ଖୋଲା ବହି ପରି । ସେଥିରେ ଲୁଚାଇବାର କିଛି ନାହିଁ । ପୂରା ଦେଶ ହେଉଛି ମୋର ପରିବାର । ଯେଉଁ ମାନେ ପରିବାରବାଦରେ ବିଶ୍ୱାସ କରନ୍ତି ସେମାନେ ଏଭଳି ଭାଷାର ପ୍ରୟୋଗ କରନ୍ତି । କିନ୍ତୁ ମୋ ପାଇଁ ଦେଶର ୧୪୦ କୋଟି ଜନତା ମୋ ପରିବାର, ମୋ ଘର, ମୋ ମାଆ, ମୋ ଝିଅ । ଦେଶର ପ୍ରତ୍ୟେକଟି ଗରିବ ପରିବାର ହେଉଛି ‘ମୋ ପରିବାର’। ଏପରିକି ‘ମେରା ଭାରତ’ ‘ମେରା ପରିବାର’ ବୋଲି କହି କଡ଼ା ଭାଷାରେ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ।

ଦେଶ ପ୍ରତି ତାଙ୍କର ପ୍ରତିବଦ୍ଧତାକୁ ଦର୍ଶାଇବାକୁ ଯାଇ ପ୍ରଧାନମନ୍ତ୍ରୀ କହିଛନ୍ତି, ସେ ଅଳ୍ପ ବୟସରେ ଘର ଛାଡିଥିଲେ । କେବଳ ଲୋକଙ୍କ ସେବାକୁ ହିଁ ସେ ସ୍ୱପ୍ନ ରୂପେ ଦେଖି ଆସିଛନ୍ତି । ନିଜ ଜୀବନକୁ ସେ "ସେବା" ଭାବରେ ଜନତାଙ୍କ ପାଇଁ ଉତ୍ସର୍ଗ କରି ଦେଇଛନ୍ତି । ବିରୋଧୀ ମୋଦିଙ୍କ ପରିବାର ନାହିଁ କହିବା ବେଳେ ପ୍ରଧାନମନ୍ତ୍ରୀ ଏପରି ବକ୍ତବ୍ୟ ଦେଇ ବିରୋଧୀଙ୍କ ପାଟି ଚୁପ କରାଇ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ଏହା ମଧ୍ୟ କହିଛନ୍ତି ଯେ, TRS, BRS ହୋଇଗଲା, କିନ୍ତୁ ତେଲେଙ୍ଗାନା ପାଇଁ ଏହା କିଛି ପରିବର୍ତ୍ତନ ଆଣି ପାରିଲାନାହିଁ । ପ୍ରଧାନମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ BRS କାର୍ଯ୍ୟକାଳରେ କାଳେଶ୍ୱରମ ଜଳସେଚନ ପ୍ରକଳ୍ପରେ ଦୁର୍ନୀତି ହୋଇଛି । ଦଳ ଏନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ବିକଶିତ ଭାରତର ସ୍ୱପ୍ନ, ଆତ୍ମନିର୍ଭର ଭାରତର କଥା ମଧ୍ୟ କହିଲେ । ତାଙ୍କ ସରକାର ଦେଶର ବିକାଶ ନିମନ୍ତେ କାର୍ଯ୍ୟ କରୁଛି । ଆଦିବାସୀଙ୍କ କଲ୍ୟାଣକୁ ସର୍ବାଧିକ ପ୍ରାଥମିକତା ଦିଆଯାଉଛି । ରାଜ୍ୟରେ ପ୍ରତିଷ୍ଠା ହେବାକୁ ଥିବା "ସାମାକା-ସାରାକ୍କା" କେନ୍ଦ୍ରୀୟ ଆଦିବାସୀ ବିଶ୍ୱବିଦ୍ୟାଳୟ ଆଦିବାସୀ କଲ୍ୟାଣ ପାଇଁ ତାଙ୍କ ସରକାରଙ୍କ ପ୍ରାଥମିକତାର ପ୍ରମାଣ ଅଟେ ବୋଲି କହିଛନ୍ତି ।

ଆଉ ପ୍ରଧାନମନ୍ତ୍ରୀଙ୍କ ଏଭଳି ବକ୍ତବ୍ୟ ପରେ ସୋସିଆଲ୍ ମିଡିଆରେ ଆରମ୍ଭ ହୋଇଛି MODI KA PARIVAR କ୍ୟାମ୍ପେନ୍ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ନିଜ ସୋସିଆଲ୍ ମିଡିଆ ସାଇଟ୍ X ରେ ନିଜକୁ MODI KA PARIVAR ଭାବେ ପରିଚିତ କରିଛନ୍ତି ।