Advertisment

ବାରାଣସୀରୁ ନାମାଙ୍କନ ଭରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଜୁନ୍ ୧ ତାରିଖରେ ଶେଷ ପର୍ଯ୍ୟାୟରେ ବାରାଣସୀରେ ଭୋଟ୍ ପଡିବ । ମୋଦି କ୍ରମାଗତ ତୃତୀୟ ଥର ପାଇଁ ଏଠାରୁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ଏଥିପାଇଁ ପ୍ରାର୍ଥୀ ପତ୍ର ଦାଖଲ ପ୍ରକ୍ରିୟା ୭ ତାରିଖରୁ ଆରମ୍ଭ ହୋଇଥିବାବେଳେ ଆଜି ଶେଷ ତାରିଖ ।

ଅଦ୍ୟତନ ହୋଇଛି
Nomination Modi files Nomination From varanasi

Nomination Modi

Advertisment

ପ୍ରାର୍ଥୀ ପତ୍ର ଦାଖଲ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉତ୍ତର ପ୍ରଦେଶର ବାରାଣସୀ ଆସନ ପାଇଁ ବିଧିବଦ୍ଧ ଭାବେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ପ୍ରଧାନମନ୍ତ୍ରୀ। ମୋଦିଙ୍କ ସହ ଗୃହମନ୍ତ୍ରୀ ଅମିତ୍ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ୧୨ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ନାମାଙ୍କନପତ୍ର ଦାଖଲ ସମୟରେ ଉପସ୍ଥିତ ଥିଲେ। ୧୮ରୁ ଅଧିକ କ୍ୟାବିନେଟ୍ ମନ୍ତ୍ରୀଙ୍କ ସମେତ ୩୬ ଭିଆଇପି ଉପସ୍ଥିତ ରହିଥିଲେ।

Advertisment

ବାରାଣସୀରେ ନାମାଙ୍କନ ଦାଖଲ ପୂର୍ବରୁ ଗଙ୍ଗାରେ ପୂଜାର୍ଚ୍ଚନା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାରାଣସୀର ଦଶାଶ୍ବମେଧ ଘାଟରେ ପୂଜାର୍ଚ୍ଚନା ବି କରିଥିଲେ। କାଳଭୈରବ ମନ୍ଦିରରେ ପୂଜାର୍ଚ୍ଚନା ସାରିବା ପରେ ନାମାଙ୍କନ ପାଇଁ ବାହାରିଥିଲେ । ଜୁନ୍ ୧ ତାରିଖରେ ଶେଷ ପର୍ଯ୍ୟାୟରେ ବାରାଣସୀରେ ଭୋଟ୍ ପଡିବ । ମୋଦି କ୍ରମାଗତ ତୃତୀୟ ଥର ପାଇଁ ଏଠାରୁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ଏଥିପାଇଁ ପ୍ରାର୍ଥୀ ପତ୍ର ଦାଖଲ ପ୍ରକ୍ରିୟା ୭ ତାରିଖରୁ ଆରମ୍ଭ ହୋଇଥିବାବେଳେ ଆଜି ଶେଷ ତାରିଖ।

Advertisment


ଅଧିକ ପଢ଼ନ୍ତୁ: ଓଡ଼ିଶା ନିର୍ବାଚନ ୨୦୨୪: ଆପଣ ଜଣେ ଭୋଟର୍ କି...ଜାଣନ୍ତୁ କେତେବେଳେ କେଉଁଠି ଭୋଟ୍

ନାମାଙ୍କନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଟୁଇଟ୍‌ କରି ଏକ ଭିଡିଓ ଶେୟାର କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ କାଶୀ ସହ ମୋର ମା-ପୁଅର ସମ୍ପର୍କ ଅଛି। ଆଜି ୧୦ ବର୍ଷ ପରେ, ମୁଁ ଅନୁଭବ କରୁଛି ଯେ ମାତା ଗଙ୍ଗା ମୋତେ କୋଳରେ ନେଇଛନ୍ତି। ଭିଡିଓ ଶେୟାର କରି ପିଏମ ମୋଦି କ୍ୟାପଶନରେ ଲେଖିଛନ୍ତି, ମୋର କାଶୀ ସହ ସମ୍ପର୍କ ଆଶ୍ଚର୍ଯ୍ୟଜନକ, ଅବିଚ୍ଛେଦ୍ୟ ଏବଂ ଅତୁଳନୀୟ। ଏହା ଶବ୍ଦରେ ପ୍ରକାଶ କରାଯାଇପାରିବ ନାହିଁ। ଘାଟରେ ପୂଜା କରିବା ସହ କାଶୀ କୋତୱାଲ କାଳଭୈରବଙ୍କ ଆଶୀର୍ବାଦ ନେଇଛନ୍ତି।

Advertisment

ସୋମବାର ନରେନ୍ଦ୍ର ମୋଦି ବାରାଣସୀରେ ବିରାଟ ରୋଡ୍ ଶୋ କରିଥିଲେ। ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ଗେଟ ପାଖରୁ ଆରମ୍ଭ ହୋଇ କାଶୀ ବିଶ୍ୱନାଇ ଧାମର ୪ନଂ ଗେଟ ଅର୍ଥାତ ୬ କିମି ଚାଲିଥିଲା ରୋଡ ଶୋ’। ବିଜେପି କାର୍ଯ୍ୟକର୍ତ୍ତା ଓ ସମର୍ଥକମାନେ ପ୍ରଧାନମନ୍ତ୍ରୀଙ୍କୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ସ୍ୱାଗତ କରିଥିଲେ। ଶାହାନାଇ, ଶଙ୍କନାଦ ଓ ଡମ୍ଭୁର ଶବ୍ଦରେ ପୂରା ପରିବେଶ ପ୍ରକମ୍ପିତ ହୋଇ ଉଠିଥିଲା। କିଛି କାର୍ଯ୍ୟକର୍ତ୍ତା ରୋଡ ଶୋ’ ବେଳେ ବୈଦିକ ମନ୍ତ୍ର ପାଠ ମଧ୍ୟ କରିଥିଲେ।

ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ’ ବେଳେ ତାଙ୍କ ସହ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ରହିଥିଲେ। ଏହି ରୋଡ ଶୋ’ରେ ହଜାର ହଜାର କର୍ମକର୍ତ୍ତା ସାମିଲ ହୋଇ ବିଜେପିର ଶକ୍ତି ପ୍ରଦର୍ଶନ କରିଥିଲେ। ଗେରୁଆ ବସ୍ତ୍ର ପରିଧାନ କରି ଶତାଧିକ ମହିଳା ମୋଦିଙ୍କ ରୋଡ ଶୋ’ରେ ଆଗରେ ଚାଲିଥିଲେ। ଏହା ପଛରେ ଗାଡ଼ି ଉପରେ ଛିଡ଼ା ହୋଇ ମୋଦି ଆଗକୁ ବଢ଼ିଥିଲେ।

ଅଧିକ ପଢ଼ନ୍ତୁ: ଆରମ୍ଭ ହୋଇଯାଇଛି ନିର୍ବାଚନ ଯୁଦ୍ଧ; କିଏ କେଉଁ ଦଳରୁ ଲଢୁଛନ୍ତି ଜାଣିବା ପାଇଁ ଦେଖନ୍ତୁ

PM Narendra Modi General Election 2024 Nomination File
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ