Advertisment

ବିଳମ୍ବିତ ରାତି ଯାଏଁ ବିଜେପିର ନିର୍ବାଚନ କମିଟି ବୈଠକ; ଖୁବଶୀଘ୍ର ପ୍ରକାଶ ପାଇବ ପ୍ରାର୍ଥୀ ତାଲିକା

ବୈଠକରେ ମୋଦି, ଶାହ ଓ ନଡ୍ଡାଙ୍କ ସହ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ୟୁପି ବିଜେପି ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡା ସାମିଲ ହୋଇଥିଲେ।

ଅଦ୍ୟତନ ହୋଇଛି
PM Modi Chairs Key BJP Meeting

BJP meeting

Advertisment

ଖୁବଶୀଘ୍ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିବ ବିଜେପି। ବିଳମ୍ବିତ ରାତି ଯାଏଁ ଚାଲିଲା ବିଜେପିର ନିର୍ବାଚନ କମିଟି ବୈଠକ।୧୦୦ରୁ ୧୨୦ ଲୋକସଭା ଆସନରେ ପ୍ରାର୍ଥୀଙ୍କ ନାଁ ଉପରେ ବୈଠକରେ ଚର୍ଚ୍ଚା ହୋଇଛି। ତାଲିକାରେ ମୋଦି, ଶାହ ଓ ରାଜନାଥଙ୍କ ଭଳି ହେଭିୱେଟଙ୍କ ନାଁ ଥିବା ସୂଚନା ମିଳିଛି।

Advertisment

ବୈଠକରେ ମୋଦି, ଶାହ ଓ ନଡ୍ଡାଙ୍କ ସହ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ୟୁପି ବିଜେପି ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡା ସାମିଲ ହୋଇଥିଲେ। ଗତକାଲି ରାତିରେ ବିଜେପିର ସେଣ୍ଟ୍ରାଲ୍ ଇଲେକସନ୍ କମିଟି ବା CEC ବୈଠକ ବସିଥିଲା। ପ୍ରାୟ ରାତି ୧୧ଟା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୈଠକରେ ପହଞ୍ଚିଥିଲେ।

ଅଧିକ ପଢ଼ନ୍ତୁ: ପଶ୍ଚିମବଙ୍ଗରେ ଅଛନ୍ତି ୧୭ ଲକ୍ଷ ଫେକ୍‌ ଭୋଟର୍‌, CEOଙ୍କ ନିକଟରେ ତାଲିକା ଦାଖଲ କଲା ବିଜେପି

Advertisment

ବିଳମ୍ବିତ ରାତିରେ ବୈଠକ ଶେଷ ହୋଇଥିଲା। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଆବାସରେ ମଧ୍ୟ ବିଜେପି ନେତାମାନଙ୍କର ଏକ ବୈଠକ ହୋଇଥିଲା। ଏଥିରେ ମଧ୍ୟ କେଉଁ ଆସନରେ କାହାକୁ ପ୍ରାର୍ଥୀ କରାଯିବ ସେ ନେଇ ମାନସମନ୍ଥନ ହୋଇଥିଲା। ସୂଚନା ଅନୁଯାୟୀ, ବିଜେପି ମାର୍ଚ୍ଚ ୧୦ ତାରିଖ ପୂର୍ବରୁ ୩୦୦ସିଟରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବାକୁ ଲକ୍ଷ୍ୟ ରଖିଛି।

PM Modi Chairs Key BJP Meeting.
PM Narendra Modi Lok Sabha Polls
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ