Advertisment

କାହାର ହେବ ପିପିଲି ? କାଲି ଆସିବ ରେଜଲ୍ଟ

ଆସନ୍ତାକାଲି ପିପିଲି ଉପନିର୍ବାଚନର ଭୋଟ୍ ଗଣତି ହେବ। ସକାଳ ୮ଟାରେ ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି କରାଯିବ। ଏହାପରେ ୮ଟା ୩୦ରୁ ଇଭିଏମ୍ ଗଣତି କରାଯିବ। ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ ଲୋହାନୀ କହିଛନ୍ତି।

author-image
Rajalaxmi Sahoo
Pipili ByPoll Counting To Be Held tomorrow

Pipili ByPoll Counting To Be Held tomorrow

ଭୁବନେଶ୍ୱର: ଆସନ୍ତାକାଲି ପିପିଲି ଉପନିର୍ବାଚନର ଭୋଟ୍ ଗଣତି ହେବ। ସକାଳ ୮ଟାରେ ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି କରାଯିବ। ଏହାପରେ ୮ଟା ୩୦ରୁ ଇଭିଏମ୍ ଗଣତି କରାଯିବ। ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ ଲୋହାନୀ କହିଛନ୍ତି।  

Advertisment

୨ଟି ହଲ୍‌ରେ ଇଭିଏମ୍ ଓ ଗୋଟିଏ ହଲ୍‌ରେ ପୋଷ୍ଟାଲ ବାଲାଟ ଗଣତି କରାଯିବା ନେଇ ପ୍ରସ୍ତୁତି କରାଯାଇଛି। ଇଭିଏମ୍ ପାଇଁ ଗୋଟିଏ ହଲ୍‌ରେ ୭ଟି ଲେଖାଏ ଟେବୁଲକୁ ମିଶାଇ ମୋଟ୍ ୧୪ ଟେବୁଲ ରହିବ। ଗଣତି କରିବାକୁ ମୋଟ ୬୨ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଗଣତି ଟେବୁଲରେ ପ୍ରାର୍ଥୀ, ସେମାନଙ୍କ ଏଜେଣ୍ଟଙ୍କୁ ରଖି ପାରିବେ। ଯେତେ ଲୋକ କାଉଣ୍ଟିଙ୍ଗ ସେଣ୍ଟରରେ ରହିବେ ସେମାନେ ସମସ୍ତେ ଡବଲ ଡୋଜ ଟିକା ନେଇଥିବା ଆବଶ୍ୟକ। କାଉଣ୍ଟିଙ୍ଗ ରେଜଲ୍ଟର ଭିଡିଓ କରାଯାଇ ବାହାରେ ବଡ଼ ସ୍କ୍ରିନରେ ପ୍ରଦର୍ଶନ କରାଯିବ। କାଉଣ୍ଟିଙ୍ଗ ସରିବା ପରେ ୫ଟି VVPAT ଓ  EVM ରେଜଲ୍ଟ  ମ୍ୟାଚ କରାଯିବ ବୋଲି  ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।

ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲିରେ ଉପନିର୍ବାଚନର ଆବଶ୍ୟକତା ପଡ଼ିଥିଲା । କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ପ୍ରଥମେ ଏବଂ କରୋନାର ଦ୍ୱିତୀୟ ଲହର ଯୋଗୁ ଦ୍ୱିତୀୟ ଥର ଲାଗି ଉପନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା। ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ସେପ୍ଟେମ୍ବର ୩୦ରେ ଭୋଟ୍ ଗ୍ରହଣ ହୋଇଥିଲା। ପିପିଲି ନିର୍ବାଚନ ମଣ୍ଡଳୀର ୨ଲକ୍ଷ ୨୯ ହଜାର ୯୯୮ ଭୋଟର ମତାଧିକାର ସାବ୍ୟସ୍ତ କରିଛନ୍ତି। ଯାହାର ଫଳ ଆସନ୍ତାକାଲି ପ୍ରକାଶ ପାଇବ। 

Advertisment
Pipili Byelection Pipili Bypoll Odisha Pipili Byelection Results
Advertisment
Advertisment