Advertisment

ପିପିଲିରେ କିଏ ମାରିବ ବାଜି ? ସକାଳ ୮ଟାରୁ ଭୋଟ୍‌ ଗଣତି

ପିପିଲିରେ କିଏ ମାରିବ ବାଜି ? କାହାର ହେବ ପିପିଲି ? ଆଉ କିଛି ସମୟ ପରେ ପିପିଲି ଉପନିର୍ବାଚନର ଭୋଟ୍ ଗଣତି ଆରମ୍ଭ ହେବ। ପୁରୀ ପେଣ୍ଠକଟା ସେଣ୍ଟରରେ ସକାଳ ୮ଟାରେ ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି କରାଯିବ। ଏହାପରେ ୮ଟା ୩୦ରୁ ଇଭିଏମ୍ ଗଣତି କରାଯିବ।

author-image
Rajalaxmi Sahoo
Pipili Bypoll

Pipili Bypoll

ପିପିଲି: ପିପିଲିରେ କିଏ ମାରିବ ବାଜି ? କାହାର ହେବ ପିପିଲି ? ଆଉ କିଛି ସମୟ ପରେ ପିପିଲି ଉପନିର୍ବାଚନର ଭୋଟ୍ ଗଣତି ଆରମ୍ଭ ହେବ। ପୁରୀ ପେଣ୍ଠକଟା ସେଣ୍ଟରରେ ସକାଳ ୮ଟାରେ ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି କରାଯିବ। ଏହାପରେ ୮ଟା ୩୦ରୁ ଇଭିଏମ୍ ଗଣତି କରାଯିବ।  

Advertisment

୨ଟି ହଲ୍‌ରେ ଇଭିଏମ୍ ଓ ଗୋଟିଏ ହଲ୍‌ରେ ପୋଷ୍ଟାଲ ବାଲାଟ ଗଣତି କରାଯିବା ନେଇ ପ୍ରସ୍ତୁତି କରାଯାଇଛି। ୭ଟି ଲେଖାଏ ଟେବୁଲକୁ ମିଶାଇ ମୋଟ୍ ୧୪ ଟେବୁଲ ରହିବ। ଗଣତି କରିବାକୁ ମୋଟ ୬୨ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଗଣତି ଟେବୁଲରେ ପ୍ରାର୍ଥୀ, ସେମାନଙ୍କ ଏଜେଣ୍ଟଙ୍କୁ ରଖି ପାରିବେ। ତେବେ ଡବଲ୍ ଡୋଜ୍ ଟିକା ନେଇଥିଲେ ହିଁ କାଉଣ୍ଟିଂ ସେଣ୍ଟରରେ ରହି ପାରିବେ। ରେଜଲ୍ଟ କାଉଣ୍ଟିଂର ଭିଡିଓ କରାଯାଇ ବାହାରେ ବଡ଼ ସ୍କ୍ରିନରେ ପ୍ରଦର୍ଶନ ମଧ୍ୟ ହେବ। 

ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲିରେ ଉପନିର୍ବାଚନର ଆବଶ୍ୟକତା ପଡ଼ିଥିଲା । କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ପ୍ରଥମେ ଏବଂ କରୋନାର ଦ୍ୱିତୀୟ ଲହର ଯୋଗୁ ଦ୍ୱିତୀୟ ଥର ଲାଗି ଉପନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା। ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ସେପ୍ଟେମ୍ବର ୩୦ରେ ଭୋଟ୍ ଗ୍ରହଣ ହୋଇଥିଲା। ପିପିଲି ନିର୍ବାଚନ ମଣ୍ଡଳୀର ୨ଲକ୍ଷ ୨୯ ହଜାର ୯୯୮ ଭୋଟର ମତାଧିକାର ସାବ୍ୟସ୍ତ କରିଛନ୍ତି। ଯାହାର ଫଳ ଆଜି ପ୍ରକାଶ ପାଇବ। 

Advertisment
Pipili Bypoll Pipili Bypoll Odisha
Advertisment
Advertisment