Advertisment

ରାସ୍ତାରେ ଶୋଇଲେ ପବନ କଲ୍ୟାଣ, ହେଲେ କାହିଁକି ?

ଦୀର୍ଘ ସମୟର ପ୍ରତିବାଦ ପରେ ହେପାଜତକୁ ନେଲା ପୋଲିସ..ଆନ୍ଧ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଭେଟିବାକୁ ଯାଉଥିଲେ..

author-image
Prangyan Parimita
Pawan Kalyan

Pawan Kalyan

ଆନ୍ଧ୍ର-ତେଲଙ୍ଗାନା ବର୍ଡରରେ ହାଇ ଡ୍ରାମା। ରାସ୍ତାରେ ଶୋଇଲେ ଜନସେନା ପାର୍ଟିର ଅଧ୍ୟକ୍ଷ ତଥା ସାଉଥ୍ ସୁପରଷ୍ଟାର ପୱନ କଲ୍ୟାଣ। ଦୀର୍ଘ ସମୟର ପ୍ରତିବାଦ ପରେ ପୋଲିସ ତାଙ୍କୁ ହେପାଜତକୁ ନେଇଛି । ଦୁର୍ନୀତି ମାମଲାରେ ଗତକାଲି ଗିରଫ ହୋଇଥିବା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ପ୍ରମୁଖ ଚନ୍ଦ୍ରବାବୁ ନାଇଡୁଙ୍କୁ ଭେଟିବାକୁ ଯାଉଥିଲେ ପବନ କଲ୍ୟାଣ ।

Advertisment

ତେବେ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ପବନ କଲ୍ୟାଣଙ୍କ ଗାଡ଼ିକୁ ରାସ୍ତାରେ ଅଟକାଇଥିଲା। ଏ ନେଇ ପବନ ଉତକ୍ଷିପ୍ତ ହେବା ସହ ଏହାର ପ୍ରତିବାଦରେ ରାସ୍ତାରେ ଶୋଇଥିଲେ । ବର୍ଷାରେ ଦୀର୍ଘ ସମୟର ପ୍ରତିବାଦ ପରେ ପୋଲିସ ତାଙ୍କୁ ହେପାଜତକୁ ନେଇଛି । ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଛି ।

ଦୁର୍ନୀତି ମାମଲାରେ ଗତକାଲି ନାଇଡୁଙ୍କୁ ଗିରଫ କରିଥିଲା ସିଆଇଡି। ଆନ୍ଧ୍ରପଦେଶ ସିଆଇଡିର ଏକ ଟିମ୍ ଭୋର ପ୍ରାୟ ୩ଟା ବେଳେ ତାଙ୍କ ଘର ଉପରେ ଚଢ଼ାଉ କରିଥିଲା । ଏହି ସମୟରେ ଟିଡିପି ସମର୍ଥକମାନେ ଏହାକୁ ବିରୋଧ କରିଥିଲେ । ପୋଲିସକୁ ସେମାନେ ଘର ଭିତରକୁ ଯିବାକୁ ଦେଇ ନଥିଲେ।

Advertisment

ଚନ୍ଦ୍ରବାବୁ ନାଇଡୁଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ସୁରକ୍ଷାକର୍ମୀମାନେ ମଧ୍ୟ ଘର ଭିତରେ ପ୍ରବେଶ କରିବା ପାଇଁ ପୋଲିସକୁ ଅନୁମତି ଦେଇ ନଥିଲେ। ସକାଳ ୫ଟା ୩୦ ପର୍ଯ୍ୟନ୍ତ ପ୍ରବେଶ ଅନୁମତି ମିଳିବ ନାହିଁ ବୋଲି ସେମାନେ ପୋଲିସକୁ ଜଣାଇଥିଲେ। ଏହାପରେ ଭୋର ପ୍ରାୟ ୬ଟା ବେଳେ ପୋଲିସ ଚନ୍ଦ୍ରବାବୁ ନାଇଡୁଙ୍କୁ ଗିରଫ କରିଥିଲା । ଆଜି ବିଜୟୱାଡା ସ୍ଥିତ ସରକାରୀ ମେଡିକାଲରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ..

Pawan Kalyan
Advertisment
Advertisment