/odishatv-khabar/media/post_attachments/uploadimage/library/16_9/16_9_0/IMAGE_1729173802.jpg)
Prasanna Patsani
ଓଟିଭି ଖୋଲାକଥାରେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଣାଶୀଙ୍କ ବଡ଼ ଖୁଲାସା । ଏବେକାର ବିଜେଡି, ଦଳର ସଭାପତି ନବୀନ ପଟ୍ଟନାୟକ ଓ ଦଳର ପୂର୍ବତନ କ୍ଷମତାଶାଳୀ ନେତା ଭିକେ ପାଣ୍ଡିଆନଙ୍କୁ ନେଇ ଅନେକ ଗୁମର ଖୋଲିଛନ୍ତି ବିଜେପିର ଏହି ବରିଷ୍ଠ ନେତା । ସେ କହିଛନ୍ତି ବିଜୁ ବାବୁଙ୍କୁ ଭାରତ ରତ୍ନ ଦେବାକୁ ଚାହୁଁନଥିଲେ ପାଣ୍ଡିଆନ୍ । ମୁଁ କାହିଁକି ସଂସଦରେ ବିଜୁଙ୍କୁ ଭାରତ ରତ୍ନ ଦାବି କଲି ବୋଲି ପାଣ୍ଡିଆନ ମୋତେ ପଚାରିଥିଲେ । ସଂସଦରେ କାହିଁକି ପଚାରିଲି ବୋଲି ମୋତେ ଫୋନ୍ କରି ତାଗିଦ କରିଥିଲେ । ତୁମର କ’ଣ ଦରକାର ଥିଲା, ତୁମେ କାହିଁକି ଏକଥା ଉଠାଇଲ ବୋଲି ମୋତେ କହିଥିଲେ ଭିକେ ପାଣ୍ଡିଆନ୍ ।
#ଗୀତାଙ୍କୁ_ରାଜ୍ୟସଭା_ମନା_କଲେ_ପାଣ୍ଡିଆନ
-ଗୀତା ମେହେଟ୍ଟାଙ୍କୁ ରାଜ୍ୟସଭା ପଠାଇବାକୁ ବିରୋଧ କରିଥିଲେ ପାଣ୍ଡିଆନ
-ପାଣ୍ଡିଆନ ବିରୋଧ କରିଥିବା ଖୋଲାଖୋଲି କହିଲେ ପ୍ରସନ୍ନ ପାଟ୍ଟଶାଣୀ
-‘ଗୀତା ମେହେଟ୍ଟାଙ୍କୁ ରାଜ୍ୟସଭା ପଠାଇବାକୁ ପାଣ୍ଡିଆନ ବିରୋଧ କଲେ’
-‘ମୋତେ କହିଲେ ତୁମେ କାହିଁକି କହୁଥିଲ ଗୀତାଙ୍କୁ ରାଜ୍ୟସଭା ପଠାଇବାକୁ’
-‘ଏନେଇ… pic.twitter.com/RSiU34XdyF— ଓଟିଭି (@otvkhabar) October 17, 2024
ସେହିଭଳି ଗୀତା ମେହେଟ୍ଟାଙ୍କୁ ରାଜ୍ୟସଭା ପଠାଇବାକୁ ବିରୋଧ କରିଥିଲେ ପାଣ୍ଡିଆନ । ପାଣ୍ଡିଆନ ବିରୋଧ କରିଥିବା ଖୋଲାଖୋଲି କହିଲେ ପ୍ରସନ୍ନ ପାଟ୍ଟଶାଣୀ । ସେ କହିଛନ୍ତି, ‘ମୋତେ କହିଲେ ତୁମେ କାହିଁକି କହୁଥିଲ ଗୀତାଙ୍କୁ ରାଜ୍ୟସଭା ପଠାଇବାକୁ। ଏନେଇ ମୋତେ ଫୋନ୍ କରି ତାଗିଦ କଲେ, ମୁଁ ତ ଚକିତ ହୋଇଗଲି’ ବୋଲି ପ୍ରସନ୍ନ ପଟ୍ଟଶାଣୀ କହିଛନ୍ତି । ସେହିଭଳି ନବୀନ ଆଉ ଆଗ ଭଳି ନାହାନ୍ତି ଏବଂ ପ୍ୟାରି ଓ ପାଣ୍ଡିଆନଙ୍କ ଭିତେର ଅନେକ ଫରକ ରହିଛି ବୋଲି ଖୋଲାଖୋଲି ଭାବେ କହିଛନ୍ତି ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀ । ସେପଟେ ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)