Advertisment

ବାବୁଙ୍କୁ କଲେ ହଲାପଟା, ଶାସନ ବ୍ୟବସ୍ଥାର ଗୁମର ଖୋଲି ଦେଲେ ଜିଲ୍ଲା ପରିଷଦ ସଭ୍ୟା

କୋରାପୁଟର ବରିଷ୍ଠ ନାରୀନେତ୍ରୀ ତଥା ଜିଲ୍ଲା ପରିଷଦ ସଦସ୍ୟ କନକଲତା ପେଣ୍ଠିଆ। କୁନ୍ଦୁରା ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି ବେଳେ ନିଜ ଅଞ୍ଚଳର ବିକାଶ ମୂଳକ କାର୍ଯ୍ୟରେ ସରକାରୀ ବାବୁ ତଥା ପଞ୍ଚାୟତ ଅଧିକାରୀ ପଞ୍ଚାୟତ ପ୍ରତିନିଧିଙ୍କ କଥା ମାନୁନଥିବା ପରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି।

ଅଦ୍ୟତନ ହୋଇଛି
Panchayat Member Accuses Govt Officials

Panchayat member accuses govt officials

Advertisment

ସରକାରୀ ମିଟିଂରେ ବାବୁଙ୍କୁ ହଲାପଟା କରିଦେଲେ ମହିଳା । ଖାଲି ହଲାପଟା କଲେ ତାହା ନୁହେଁ ବରଂ କେମିତି ନବୀନ ବାବୁଙ୍କ ଶାସନ ଚାଲୁଛି ତାହାର ଗୁମର ବି ଫିଟେଇ ଦେଲେ। ମହିଳା ଏମିତି ଅନର୍ଗଳ ସତ କଥା ଗୁଡିକ ଗପିଚାଲିଲେଯେ, ତାଙ୍କୁ ଅଟକାଇବାକୁ ସାହସ ଜୁଟାଇପାରିଲେ ନାହିଁ ଖୋଦ୍‌ ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ମହୋଦୟ ।

Advertisment

କୋରାପୁଟ ର ବରିଷ୍ଠ ନାରୀନେତ୍ରୀ ତଥା ଜିଲ୍ଲା ପରିଷଦ ସଦସ୍ୟ କନକଲତା ପେଣ୍ଠିଆ। କୁନ୍ଦୁରା ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି ବେଳେ ନିଜ ଅଞ୍ଚଳର ବିକାଶ ମୂଳକ କାର୍ଯ୍ୟରେ ସରକାରୀ ବାବୁ ତଥା ପଞ୍ଚାୟତ ଅଧିକାରୀ ପଞ୍ଚାୟତ ପ୍ରତିନିଧିଙ୍କ କଥା ମାନୁନଥିବା ପରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ସେ ଆହୁରି କହିଛନ୍ତି, ମୁର୍ଖଙ୍କୁ ଜାଣିଶୁଣି ପଦବୀ ଦିଆଯାଉଥିବାରୁ ଦୁର୍ନୀତି ବଢୁଛି।

ଅଧିକ ପଢ଼ନ୍ତୁ: CMCରେ ଛିଣ୍ଡୁନି ବିବାଦ, ବୈଠକରେ ମେୟର-କର୍ପୋରେଟର ମୁହାଁମୁହିଁ

କନକଲତା ଅଭିଯୋଗ କରିଛନ୍ତି, ଜନପ୍ରତିନିଧିଙ୍କୁ ଠିକ୍ ସେ ବ୍ୟବହାର କରୁନାହାନ୍ତି ଅଫିସର । ବିଶେଷ କରି ବିଡିଓଙ୍କ କାର୍ଯ୍ୟକଳାପରେ ସେ ଅତିଷ୍ଠ। ବ୍ଲକରେ କୌଣସି ଉନ୍ନତିମୂଳକ କାମ ହେଉନଥିବା ବେଳେ ନିୟମିତ ଭାବେ ଗ୍ରାମସଭା କିମ୍ବା ସମିତି କରାଯାଉନାହିଁ । ପଂଚାୟତରେ ପିଇଓ ଏବଂ ଜିଆରଏସମାନେ କୌଣସି ଉନ୍ନତିମୂଳକ କାର୍ଯ୍ୟ କରିବାରେ ଆଗ୍ରହ ଦେଖାଉନଥିବା ସେ ଅଭିଯୋଗ କରିଛନ୍ତି । ତୁରନ୍ତ ବିଡିଓଙ୍କୁ ବଦଳି କରାନଗଲେ ଜନ ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ସେ ଚେତାବନୀ ଦେଇଛନ୍ତି । ଆୟୋଜିତ ଅଭିଯୋଗ ଶୁଣାଣିରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ଉପଜିଲ୍ଲାପାଳ ବେଦବର ପ୍ରଧାନଙ୍କ ସମେତ ତ୍ରିସ୍ତରୀୟ ପଞ୍ଚାୟତ ପ୍ରତିନିଧି ମାନେ ଉପସ୍ଥିତ ଥିଲେ। ତେବେ ଶାସନ ବ୍ୟବସ୍ଥାର ଗୁମର ଖୋଲିଦେଇଥିବାରୁ କନକଲତାଙ୍କୁ ନେଇ ଏବେ ସବୁଠି ଚାଲୁଛି ଚର୍ଚ୍ଚା।

Advertisment

(ଜୟପୁରରୁ ଟି. ଗୌରୀଶଙ୍କରଙ୍କ ରିପୋର୍ଟ)

Panchayat Samiti Member
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ