Advertisment

୨୦୨୪ ନିର୍ବାଚନ ପାଇଁ ଏନଡିଏ ମେଣ୍ଟର ପାଗଭିଡା, ୩୮ ଦଳକୁ ନେଇ ଶକ୍ତି ପ୍ରଦର୍ଶନ

ଶାସକ-ବିରୋଧୀ ଭିତରେ ଏବେଠାରୁ ଘମାସାନ । ନିଜ ନିଜ ସହଯୋଗୀ ଦଳକୁ ନେଇ ଉଭୟ କ୍ୟାମ୍ପରେ ଆଜିଠାରୁ ଆରମ୍ଭ ହୋଇଛି ଶକ୍ତି ପ୍ରଦର୍ଶନ । ଏହାରି ଭିତରେ ବିରୋଧୀଙ୍କ ଉପରେ ଆଜି ପ୍ରବଳ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଅଦ୍ୟତନ ହୋଇଛି
Opposition vs NDA Meeting Live Updates

Opposition vs NDA Meeting

Advertisment

୨୦୨୪ ନିର୍ବାଚନ ପାଇଁ ଆଜିଠୁ ଉଭୟ ଶାସକ ଏବଂ ବିରୋଧୀ ଦଳ ମଧ୍ୟର ଆରମ୍ଭ ହୋଇଯାଇଛି ବଳ କଷାକଷି । ବିଜେପି ନେତୃତ୍ୱାଧୀନ NDA ଆଜି ଦିଲ୍ଲୀରେ କରୁଛି ଶକ୍ତି ପ୍ରଦଶନ । ୩୮ଟି ଦଳକୁ ନେଇ କରୁଛି ମହାମେଳି । ସେପଟେ ଆଜି ବେଙ୍ଗାଳୁରୁରେ ବିରୋଧୀ ମେଣ୍ଟ କରୁଥିବା ବୈଠକର ଦ୍ୱିତୀୟ ଦିନରେ ସେମାନଙ୍କ ଆଭିମୁଖ୍ୟ ଆହୁରି ତେଜ କରିଛନ୍ତି । ତେବେ ଏହି ମେଣ୍ଟକୁ ଟାର୍ଗେଟ କରି ଆଜି ପ୍ରବଳ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ....

Advertisment

ବିରୋଧୀଙ୍କ ମେଳିକୁ ପ୍ରଧାନମନ୍ତ୍ରୀ କଟ୍ଟର ଭ୍ରଷ୍ଟାଚାର ସମ୍ମିଳନୀ ବୋଲି କହିଛନ୍ତି। ଏମାନେ ସମସ୍ତଙ୍କୁ ଗୋଟିଏ ଫ୍ରେମରେ ଦେଖି ଲୋକଙ୍କ ମନରେ କୋଟି କୋଟି ଟଙ୍କାର ଭ୍ରଷ୍ଟାଚାର କଥା ମନେପଡିଥାଏ ବୋଲି ମୋଦି କହିଛନ୍ତ୍ରି । ଦୁର୍ନୀତିର ଏହି ଦୋକାନରେ ମେଳ ହୋଇଥିବା ସମସ୍ତେ ପରିବାରବାଦର କଟ୍ଟର ସମର୍ଥକ ବୋଲି କହି ଟାର୍ଗେଟ କରିଛନ୍ତି ମୋଦି । ଦୁର୍ନୀତିରେ ବୁଡିଥିବା ନେତାମାନଙ୍କୁ ପ୍ରାଧାନ୍ୟ ମିଳୁଥିବା କହି ପ୍ରଧାନମନ୍ତ୍ରୀ କଟାକ୍ଷ କରିଛନ୍ତି । ...

ଅଧିକ ପଢ଼ନ୍ତୁ: ‘PMପଦ ପାଇଁ ଲାଳାୟିତ ନୁହେଁ କଂଗ୍ରେସ, ଏକାଠି ନହେଲେ ବିଜେପି ହାରିବନି’, କହିଲେ ଖଡ଼ଗେ

Advertisment

ବିରୋଧୀଙ୍କୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ଫୁଙ୍କିଥିବା ଏହି ମନ୍ତ୍ରା ଆଜିର ମହାବୈଠକ ପୂର୍ବରୁ ଏନଡିଏ କ୍ୟାମ୍ପରେ ଉତ୍ସାହ ଭରିଛି। ଏହି ବୈଠକରେ ୩୮ ଦଳକୁ ନେଇ ଶକ୍ତି ପ୍ରଦର୍ଶନ କରୁଛି ଶାସକ ଦଳ। ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ହେଉଛି ଏହି ବୈଠକ। ଏଥିରେ ଚିରାଗ ପାଶ୍ୱାନଙ୍କ ଏଲ୍ ଜେପି, ଉତ୍ତରପ୍ରଦେଶର ସୁହେଲଦେବ ଭାରତୀୟ ସମାଜବାଦୀ ପାର୍ଟି, ଜିତିନ ରାମ ମାଂଝିଙ୍କ ହିନ୍ଦୁସ୍ତାନୀ ଆୱାମୀ ମୋର୍ଚ୍ଚା ସାମିଲ ହେଉଛନ୍ତି । ଏନସିପି’ର ଅଜିତ ପାୱାର ଗୋଷ୍ଠୀ ଏବଂ ଶିବସେନା ଏକନାଥ ସିନ୍ଦେ ଗୋଷ୍ଠୀକୁ ନେଇ ଏନଡିଏ ଏହାର ଶକ୍ତି
ବୃଦ୍ଧି କରିଛି।

ଏପଟେ ବେଙ୍ଗାଳୁରୁରେ ଚାଲିଥିବା ବିରୋଧୀଙ୍କ ମହାମେଳିର ଆଜି ଦ୍ୱିତୀୟ ଦିନ । କଂଗ୍ରେସର ଆବାହକତ୍ୱରେ ଏହି ବୈଠକର ଆୟୋଜନ କରାଯାଇଛି । ଆଗାମୀ ସାଧାରଣ ନିର୍ବାଚନ ପାଇଁ ଏକ ମିଳିତ ବିରୋଧୀ ସାମ୍ମୁଖ୍ୟ ଗଠନ କରିବା ଉଦ୍ଦେଶ୍ୟରେ ବିଚାରବିମର୍ଷ ହୋଇଛି । ବିରୋଧୀ ଦଳଗୁଡ଼ିକ ଭିତରେ ବୃହତ୍ତର ସମନ୍ୱୟ ଓ ଯୋଗାଯୋଗ ରକ୍ଷା ଉପରେ ଆଲୋଚନା ହୋଇଥିବା ସୂଚନା ମିଳିଛି । ତେବେ କଂଗ୍ରେସ ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ଦୌଡରେ ନାହିଁ ବୋଲି ବୈଠକରେ ବଡ ବୟାନ ଦେଇଛନ୍ତି ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେ ।

Advertisment

ଅଧିକ ପଢ଼ନ୍ତୁ: ବିରୋଧୀ ମେଳିକୁ ମୋଦିଙ୍କ କଡ଼ା ସମାଲୋଚନା- ‘ଦୁର୍ନୀତି ପ୍ରସଙ୍ଗରେ ପଚାରିଲେ ସମସ୍ତେ ଚୁପ୍‌’

PM Narendra Modi General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ